ପୃଷ୍ଠା:Aama Madhusudan.pdf/୨୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରିକ୍ତ-ହସ୍ତେ କରିବାକୁ ରାଜ-ଦରଶନ,
ଦରିଦ୍ର ହେଲେ ହେଁ, ତାଙ୍କ ମାନୁନାହିଁ ମନ
ଦିନୁଁ ଦିନ ନାପିତୁଣୀ ଭାବେ ମନେମନେ
"" ମୁଁ କିସ ବନ୍ଦିବି ନେଇ ? କିଛି ହେଲେ ଅନେ
ଦେଇ ଅର୍ଚ୍ଚିବେ ସେ ପୁଣ୍ୟ ଚରଣ ଯୁଗଳ,
ମୋର ତ ସେ ଲାଗି ନାହିଁ କିଛି ହିଁ ସମ୍ବଳ
ତେବେ କି ଏ ପୁଣ୍ୟ-ଦଣ୍ଡ ଯିବ ଖାଲିଖାଲି ?
ଦ୍ୱାରେ ମୋ ବାରୁଣୀ ବୁଡ଼; ପାତକ ପଖାଳି
ପାରିବିନି ପାତକିନୀ ? ପତିତ-ପାବନ
ହେ ଦେବତା, ହେ ମହାତ୍ମା, ହେ ଗାନ୍ଧୀ ରାଜନ,
କୋଟି କୋଟି ନରନାରୀ ନମନ୍ତି ପୟରେ,
ଦରିଦ୍ର ମୁଁ ନାହିଁ ବୋଲି ଧନ ମୋହ କରେ
ପାରିବିନି ବନ୍ଦି ତବ ପରମ ଚରଣ
ପାଇବିନି କିଛି ତବ ପୁଣ୍ୟ-ବିତରଣ ?
ଜୀବନେ କରିନି ପୁଣ୍ୟ, ନିରକ୍ଷରା ନାରୀ,
ଆଜି ଏ ବୟସେ, ମାଥେ ବହି ପାପ ଭାରି
ଭାବଇ କରିଲେ ହେଲେ ତୋର ପଦାର୍ଚ୍ଚନ
ହୁଅନ୍ତା ବା କିଛି ହେଲେ ଧର୍ମ ଅରଜନ !
ପ୍ରଭାତିଲା ବିଭାବରୀ, ପଡ଼ିଲା ଚହଳ
ଗ୍ରାମ-ଉପବନେ ଯହିଁ ଗାନ୍ଧୀ, ଗାନ୍ଧୀ ଦଳ
ହେଲେ ଆସି ଉପଗତ । ପଡ଼ିଲା ବିଚାର-
ନାପିତ ନାହିଁ ଏ ଗ୍ରାମେ ? ହୋଇବେ ସଂସ୍କାର
ମହାତ୍ମା ଏ ପ୍ରଭାତରେ !- ସ୍ୱେଚ୍ଛାସେବୀଗଣ
ଧାଇଁଲେ ତୁରିତେ ଗ୍ରାମେ କରି ଅନ୍ୱେଷଣ ।
ଫେରିଲେ ଯେବେ ସେ ପରେ, ପୂର୍ବ ନାପିତୁଣୀ
ପଛେ ତାଙ୍କ, -ଆଖି ଭୂମେ, ମୁଖେ ନାହିଁ ବାଣୀ ।
ସୁସଜ୍ଜିତା ଓଡ଼ିଆଣୀ ଆୟ ଅଳଂକାରେ,
ଭଂଜୀୟ ନାୟିକା ଯେହ୍ନେ ଚଳେ ଅଭିସାରେ !
ସ୍ତବ୍‍ଧ ସର୍ବ ସଭାଜନେ, ଗାନ୍ଧୀ ସ୍ମିତ ହସେ