ପୃଷ୍ଠା:Aama Madhusudan.pdf/୨୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାପିତୁଣୀ ଆଗମନେ, କୌତୁକ-ରଭସେ ।
ଭାଷନ୍ତି ମହାତ୍ମା ହସି "ଆଚ୍ଛା ଏ ତ କଥା !"
ନାପିତୁଣୀ ଖୁର ଘଷେ କିନ୍ତୁ ପୋତି ମଥା
ଏକ ଯୋଗେ ଏକ ମନେ, ଧୀର ଦେଇ ଜଳ
ମହାତ୍ମା ସହିତେ ସ୍ତବ୍ଧ ସର୍ବ ସଭାସ୍ଥଳ ।
କ୍ରମେ ସେ ପରଖି ଖୁର, ମୁଣ୍ଡେ ଥାପି କର
ନିରକ୍ଷରା ଓଡ଼ିଆଣୀ କରିଲା ଉଜ୍ଜ୍ୱଳ,
ପତିତ-ପାବନ ମହାମାନବ ଗାନ୍ଧୀରେ
ମସ୍ତକେ ବୁଲାଇ ଅସ୍ତ୍ର; ହସ୍ତ ଦେଇ ଧୀରେ
ଦୁଇ ଗଣ୍ଡେ, ଚିବୁକରେ ପରମ ଆଦରେ
ଆଣିଲା ବୁଲାଇ ଖୁର । ଚରଣ ଯୁଗଳେ
ନମି ପୁଣି ନଖପନ୍ତି କରିଲା ନିର୍ମଳ
ଅତି ଯତ୍ନେ ଦେଇ ତାର ସମଗ୍ର କୌଶଳ ।
ପଚାରନ୍ତେ ଗାନ୍ଧୀ ତାରେ "ପିନ୍ଧିଛ ଜନନୀ !
ଏ ଯେଉଁ ଭୂଷଣ ଭାର କି ଲାଭ କହନି -
ହୁଅଇ ଏଥିରେ ତବ !" - ଭାଷଇ ଗଦ୍‍ଗଦ୍‍
ନାପିତୁଣୀ ସ୍ନିଗ୍ଧ କଣ୍ଠେ, "ମୋହର ସଂପଦ
କାହିଁ ହେ ମହାଭାଗ, ପାଇବି ଭୂଷଣ"
ଏସବୁ ଆଣିଛି ମାଗି ତୁମର ଦର୍ଶନ
କରିବି ବୋଲି ମୁଁ ଆଜି । ବିନା ଭୂଷଣରେ
କେମନ୍ତେ ଆସନ୍ତି ଦେଖି ଦେବତା ତୁମରେ ?"
ତା'ପରେ ତା କରେ ଯେବେ ଗୁଞ୍ଜିଲେ ତା ମୂଲ
ଗାନ୍ଧିଜୀଙ୍କ ପାର୍ଶ୍ୱଜନେ ତୁରିତେ ତା ଠୁଳ
କରିଧାରେ ମହାତ୍ମାର ଚରଣ କମଳେ
ଜୀବନର ପୁଣ୍ୟ ଘେନି ନାପିତୁଣୀ ଚଳେ ।

ବାପୁଜୀଙ୍କର ପଦଯାତ୍ରା ଚାଲିଥିଲା ଅବାରିତ ଗତିରେ, ପ୍ରାକ୍‍ ମୌସୁମୀ ବର୍ଷାରେ ଧାରାପାତର ଆଗମନୀ ପର୍ଯ୍ୟନ୍ତ । ନିଦାଘର ପ୍ରଚଣ୍ଡ ଝାଞ୍ଜିରେ ସେହି ପଦଯାତ୍ରା ଥିଲା ଯେପରି କ୍ଲାନ୍ତିହୀନ ସେହିପରି ଉତ୍ସାହପ୍ରଦ । ମହାତ୍ମାଜୀଙ୍କ ଜନ୍ମସ୍ଥାନ ଥିଲା ପୋରବନ୍ଦର ସହର, ସେଠାରେ ସେ ଆବାଲ୍ୟରୁ ପ୍ରତିପାଳିତ ହୋଇଥିଲେ ଏବଂ ଅଧ୍ୟୟନ ଆଉ କର୍ମସଂସ୍ଥାନ ଥିଲା ବିଦେଶରେ,

୨୨୦ ଆମ ମଧୁସୂଦନ