ପୃଷ୍ଠା:Aama Madhusudan.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫ୍ରାନ୍‍ସର ଜୋନ୍‍ ଅଫ୍‍ ଆର୍କ ପରିଶ୍ରାନ୍ତ, କ୍ଲାନ୍ତ, ଭୀତତ୍ରସ୍ତ ଫରାସୀ ଜାତିର କାନେକାନେ ଗାରିମାମୟ ଐତିହ୍ୟ ଓ ପ୍ରଚଣ୍ଡ ସ୍ୱାଭିମାନର ବାର୍ତ୍ତା ଶୁଣାଇ ଜାଗ୍ରତ କଲା ପରି, ମଧୁସୂଦନ ପରିଚୟହୀନ ନିଷ୍ପ୍ରଭ କଙ୍କାଳସାର ଓଡ଼ିଆ ଜାତିର ଉତ୍‍ଥାନ କରାଇ ସ୍ୱତନ୍ତ୍ର ସ୍ଥିତି ଓ ସତ୍ତା ପ୍ରଦାନ କରିଥିଲେ । ହେଲେ କାର୍ଯ୍ୟ ସମ୍ପାଦନ ପରେ ଜୋନ୍‍ ଅଫ୍‍ ଆର୍କଙ୍କୁ ଅଗ୍ନିରେ ନିକ୍ଷେପ ଅଥବା ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପରି ଆମେ ତାହାଙ୍କୁ ଲାଞ୍ଛିତ ଓ ଅପମାନିତ କରି ବିସ୍ମୃତିର ଅତଳ ଗହ୍ୱରକୁ ଠେଲି ଦେଇଛୁ କି ନାହିଁ, ତାହାର ବିଚାର ଅନ୍ୟ କ୍ଷେତ୍ରରେ । ଆମ ମଧୁସୂଦନ ୨୩

            * * *