ଯିବା ସମ୍ଭବ ହୋଇଥିଲା । ୧୮୭୮ ବେଳକୁ ବ୍ୟାବସାୟିକ ଲଞ୍ଚ ଚଳାଚଳ ଆରମ୍ଭ ହେଲା ।
ଇଷ୍ଟକୋଷ୍ଟ କେନାଲ୍ ଓଡ଼ିଶା ଉପକୂଳ ଦେଇ ଖୋଳାଯିବା ପରେ ୧୮୮୪ ବେଳକୁ ଯୋବ୍ରାଠାରୁ
କଲିକତା ପର୍ଯ୍ୟନ୍ତ କେନାଲ ଜରିଆରେ ଲଞ୍ଚ ଚଳାଚଳ ସମ୍ଭବ ହେଲା । ଏହି ଦୃଷ୍ଟିରୁ ଓଡ଼ିଶା
ଉପକୂଳରେ ରେଳଲାଇନ୍ ବିଛାଇବାପାଇଁ ସରକାରଙ୍କର କୌଣସି ଯୋଜନା ନଥିଲା । କାରଣ
ନଦୀବହୁଳ ଅଞ୍ଚଳରେ ରେଳଲାଇନ୍ ନିର୍ମାଣ ବ୍ୟୟବହୁଳ ଥିଲା । ୧୮୮୬ ବେଳକୁ ଇଷ୍ଟକୋଷ୍ଟ
ଦ୍ୱାରା କଟକକୁ କଲିକତା ସହିତ କେନାଲ ପଥରେ ସଂଯୁକ୍ତ କରିବାର ଯୋଜନା ପ୍ରାୟ ସମାପ୍ତ
ହୋଇ ଆସୁଥିଲା ।
ମାତ୍ର ୧୮୮୮ରୁ ମଧୁସୂଦନଙ୍କ ପକ୍ଷରୁ ଉତ୍କଳ ସଭା ମାଧ୍ୟମରେ କ୍ରମାଗତ ଦାବି ଉପସ୍ଥାପନ ପରେ ୧୮୯୪ ସାଲରେ ରେଳପଥ ନିର୍ମାଣର ଯୋଜନା ଆରମ୍ଭ ହେଲା । ୧୮୯୭ ବେଳକୁ ଧାନମଣ୍ଡଳ ଷ୍ଟେସନ ଓ ପଶ୍ଚିମବଙ୍ଗର ରୂପନାରାୟଣ ନଦୀ କୂଳରେ ଥବା କୋଲାଘାଟ ପର୍ଯ୍ୟନ୍ତ
ରେଳ ଚଳାଚଳ ଆରମ୍ଭ ହେଲା । ୧୮୯୮ରୁ ରେଳ ନିର୍ମାଣ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେଲା ।
ସେହିବର୍ଷ ଫେବ୍ରୁଆରି ମାସରେ ମହାନଦୀ ସେତୁ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପିତ ହେଲା ।
ଡିସେମ୍ବର ସୁଦ୍ଧା ବିରୂପା, କୁଆଖାଇ, କାଠଯୋଡ଼ି ନଦୀ ଉପରେ ପୋଲପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ
ହେଲା । ଏଣେ ପ୍ରାୟ ଏପ୍ରିଲ୍ ୧୮୯୯ ବେଳକୁ ପୋଲ ନିର୍ମାଣକୁ ବାଦଦେଇ ଖୋର୍ଦ୍ଧା ପର୍ଯ୍ୟନ୍ତ
ରେଳଲାଇନ୍ ବିଛା ସରିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ସେତୁ ନିର୍ମାଣ କାର୍ଯ୍ୟ ହାତକୁ
ନିଆଯାଇଥିଲା । ମାର୍ଚ୍ଚ ୧୯୦୦ ସାଲ ବେଳକୁ ମହାନଦୀ ସେତୁ (୨୯ସ୍ତମ୍ଭ), କାଠଯୋଡ଼ି ସେତୁ
(୧୬ ସ୍ତମ୍ଭ) ଓ କୁଆଖାଇ (୧୮ସ୍ତମ୍ଭ) ସେତୁ ନିର୍ମାଣ ସରିଥିଲା । ରୂପ ନାରାୟଣ ନଦୀ ଉପରେ
ପୋଲ ନିର୍ମାଣ ହେବା ପରେ ପ୍ରଥମେ ରେଳଗାଡ଼ି ହାଓଡ଼ାରୁ ୧୯୦୦ ମଇମାସ ୫ ତାରିଖରେ
ବାହାରି ପୁରୀରେ ପ୍ରାୟ ୧୮ ଘଣ୍ଟା ମଧ୍ୟରେ ପହଞ୍ଚିଥିଲା । ସେ ବର୍ଷର ରଥଯାତ୍ରାପାଇଁ ପ୍ରଥମ
ଥର ଯାତ୍ରୀମାନେ ରେଳପଥରେ ଅତ୍ୟନ୍ତ ଉତ୍ସାହ ସହକାରେ ଆସି ପୁରୀରେ ପହଞ୍ଚିଥିଲେ ।
ଦକ୍ଷିଣରେ ଏଣେ ୧୮୯୪ ସାଲରେ ରାଜମହେନ୍ଦ୍ରୀରୁ ରେଳପଥ ଆରମ୍ଭ ହୋଇ ଖୋର୍ଦ୍ଧାରୋଡ଼କୁ ୧୮୯୭ ସାଲରେ ସଂଯୁକ୍ତ କରି ଦିଆଯାଇଥିଲା ଓ ରେଳ ଚଳାଚଳ ଆରମ୍ଭ ହୋଇଥିଲା । ମାତ୍ର ଗୋଦାବରୀର ପ୍ରଖର ସ୍ରୋତ, ସେତୁ ନିର୍ମାଣରେ ବାଧାପ୍ରଦାନ କରିଥିଲା । ଏଣେ ମହାନଦୀ ସେତୁ ମାତ୍ର ୨ ବର୍ଷରେ ନିର୍ମାଣ ହୋଇଥିଲେ ମଧ୍ୟ , ଗୋଦାବରୀ ସେତୁ ନିର୍ମିତ ହେବାପାଇଁ ପ୍ରାୟ ୧୧ ବର୍ଷରୁ ଅଧିକକାଳ ଲାଗିଥିଲା । ଅବଶେଷରେ ଏହାର ନିର୍ମାଣ ୧୯୦୦ ସାଲ ଶେଷବେଳକୁ ସଂପୂର୍ଣ୍ଣ ହୋଇଥିଲା । ଆଉ ସେହିବର୍ଷ ଡିସେମ୍ବର ୧୪ ତାରିଖରେ ଭାରତର ବଡ଼ଲାଟ୍ ଲଡର଼୍ କର୍ଜନ ଏହାକୁ ଉଦ୍ଘାଟନ କରିଥିଲେ । ଏଥିପାଇଁ ସେ ମାନ୍ଦ୍ରାଜରୁ ଏକ ଟ୍ରେନ୍ରେ ଆସିଥିଲେ । ଏହି ସେତୁ ଉଦ୍ଘାଟନ ହେବା ପରେ ଓଡ଼ିଶା ସମଗ୍ର ଭାରତ ସହିତ ସଂପର୍କିତ
ହୋଇଗଲା । ମାନ୍ଦ୍ରାଜ ଓ କଲିକତାକୁ ସଂଯୁକ୍ତ କରୁଥିବା ରେଳପଥ ଓଡ଼ିଶାର ଉପକୂଳ ଦେଇ
ଯାତାୟାତ କଲା । ଏତେକାଳ ବିଚ୍ଛିନ୍ନ ହୋଇ ରହିଥିବା ଓଡ଼ିଶା ଶେଷରେ ଅନ୍ୟ ରାଜ୍ୟମାନଙ୍କ
ସହିତ ସଂଯୁକ୍ତ ହେଲା ।
ପୃଷ୍ଠା:Aama Madhusudan.pdf/୨୪୦
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୨୪୧