Jump to content

ପୃଷ୍ଠା:Aama Madhusudan.pdf/୨୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରଦ୍ଧୟାନ୍ତରଂ ଭକ୍ତ୍ୟାବ୍ୟାଂ ଗୃହାମୋଜିର୍ଧନା ବୟଂ ।।୧୩।।
ଅସହାୟ ଯଥା ଦୈବଂ ପ୍ରାର୍ଥୟାନ୍ତେ ହିତେକ୍ରିୟା
ରଥାଃନିସ୍ୱା ବୟଂ ସର୍ବେ ସ୍ୱାମୀନସ୍ତେ ହିତୈଷିଣଃ ।।୧୪।।
ଦୟାମୟୀଂ ଗୁଣାବତୀ ମୁଦାର ହୃଦୟାନ୍ୱିତାଂ
ଆୟୁଷ୍ମତୀଂ ସୁସ୍ଥଦେହାଂ ପବିତ୍ର ଭାରତେଶ୍ୱରୀଂ ।।୧୫।।
ସୁଯୋଗ୍ୟ ତପ୍ତତିଂବିଧି ଭବନ୍ତଶ୍ଚ ଗୁଣାକରଂ
ଦୀର୍ଘାୟୁଷଂ ସୁସ୍ଥଦେହଂ କରୋତୁ ପରମେଶ୍ୱରଃ ।।
କୋଷାତ୍ମକେଽସ୍ମୈନ୍‍ ଭୀତନ୍ଦନସ୍ୟ
ରୌପୌକପାତ୍ରେ ନିହିତା ତବାଖ୍ୟା
ଅଷ୍ଟାଶ୍ଚତୁପାର୍ଶ୍ୱ ଗତାଧିଦେବ୍ୟଃ
ଯଥା ଭିରକ୍ଷନ୍ତି ସଯତ୍ନଶୀଳାଃ ।।୧୭।।
ତଥୈବ ସ୍ୱର୍ଗସ୍ଥିତ ଦେବଦେବ୍ୟଃ
ଭକ୍ଷନ୍ତୁତେ ବୈଭବ କୀର୍ତ୍ତିିଜାତମ୍‍
ଯାଚାମହେ ସନ୍ତତମେତ ଦେବ
ପୁରୋହିତାଃ ଶ୍ରୀ ପୁରୀ ମନ୍ଦିରସ୍ୟ ।।୧୮।।
ବୟଂହି
ଶ୍ରୀମତଃ ରାଗଭକ୍ତାଃ ଆଜ୍ଞାନୁବର୍ତ୍ତିିନଃ ।
ଶ୍ରୀମଦ୍ଗୁଣଗ୍ରାମବିମୁଗ୍ଧା ପ୍ରଜାଃ ।

ଏହାର ସଂକ୍ଷେପ ମର୍ମ ଏହିକି ପୁରୁଷୋତ୍ତମ କ୍ଷେତ୍ର ଉତ୍କଳପ୍ରଦେଶ ଏବଂ ଉତ୍କଳ ଇତିହାସର ଦ୍ୱାର ସ୍ୱରୂପ ଅଟେ । ଜଗନ୍ନାଥଙ୍କର ମୂର୍ତ୍ତିି ଏହାତ ଆଦିମ କାଳର ଶିଳାହୀନ ଏବଂ ତାହାଙ୍କର ମନ୍ଦିର ପରବର୍ତ୍ତୀକାଳର ସ୍ଥପତି ଶିଳ୍ପୋନ୍ନତିର ପରିଚୟ ଦେଉଅଛି । ମନ୍ଦିରର ସେବା ଏବଂ ତନ୍ନିମିତ୍ତ ଖଞ୍ଜା ହୋଇଥିବା ଓ ଭାରତର ନାନା ଭାବର ଧାର୍ମିକ ଲୋକଙ୍କଦ୍ୱାରା ପ୍ରଦତ୍ତ ଅତୁଳ ସମ୍ପତ୍ତି ବା ଅମୂଲ୍ୟ ରତ୍ନାଦି, ମହାପ୍ରସାଦରେ କାଳ ବିଚାର ନରହିବା ଏବଂ ରାଜା ସ୍ୱୟଂ ମାର୍ଜନ ସେବା ଅର୍ଥାତ୍‍ ଝାଡ଼ୁ କରିବା କାର୍ଯ୍ୟ ଗ୍ରହଣ କରିବା ଲୋକଙ୍କର ଉଚ୍ଚ ଧର୍ମମତର ସାକ୍ଷ୍ୟ ଦେଉଅଛି । ଅଢେ଼ଇଶତ ବର୍ଷ ପୂର୍ବେ ପୁରୀ ରାଜବଂଶର ମୁକୁନ୍ଦଦେବ ମହାରାଜା ସେହି ଇଂରେଜଙ୍କୁ ଆଦରପୂର୍ବକ ଆପଣା ନିଳୟରେ ଆଶ୍ରୟ ଦେଇଥିଲେ ଏବଂ ସନ୍‍ ୧୮୦୩ ସାଲରେ କର୍ଣ୍ଣେଲ୍‍ ହାରବର୍ଟ ସାହେବଙ୍କର ଓଡ଼ିଶା ବିଜୟ କାଳରେ ମନ୍ଦିର ପଣ୍ଡାମାନେ ତାହାଙ୍କ ନିକଟକୁ ଯାଇ

ରାଜ୍ୟ ଏବଂ ମନ୍ଦିରର ରକ୍ଷାଭାର ଗ୍ରହଣ ସକାଶେ ଆମନ୍ତ୍ରଣ କରି ଆଣିଥିଲେ । ରାଜରାଜେଶ୍ୱରୀଙ୍କ

ଆମ ମଧୁସୂଦନ ୨୫୫