ପୃଷ୍ଠା:Aama Madhusudan.pdf/୨୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତିନିଧି ସ୍ୱରୂପ ଓଡ଼ିଶାର ପ୍ରଥମେ ଆପଣଙ୍କର ପଦାର୍ପଣ ହୋଇଅଛି ଏବଂ ଶୁଭ ଘଟଣାକ୍ରମେ ବର୍ତ୍ତମାନର ରାଜା ମୁକୁନ୍ଦ ଦେବ ନାମ ଧାରଣ କରିଛନ୍ତି । ଆପଣ ସକଳ ଗୁଣରେ ନିପୁଣ, ଶ୍ରୀମାନ୍‍ ପ୍ରଜାପାଳକ, ସମସ୍ତ ଭାରତରେ ଆପଣଙ୍କର କୀର୍ତ୍ତି ବିରାଜୁ ଅଛି । ଅଦ୍ୟ ଆମ୍ଭେମାନେ ଆପଣଙ୍କର ଅଭ୍ୟର୍ଥନାକରି ଶ୍ରୀମତୀ ଦୟାମୟୀ ଗୁଣବତୀ ଭାରତେଶ୍ୱରୀଙ୍କର ଏବଂ ଆପଣଙ୍କର ଦୀର୍ଘାୟୁ ଏବଂ ଯଶ କଲ୍ୟାଣ କାମନା କରୁଅଛୁ । ଆମ୍ଭେମାନେ ଦରିଦ୍ର ଅସହାୟ ପ୍ରଜାକଲ୍ୟାଣ କାମନା ବିନା ଆମମାନଙ୍କର ଶ୍ରଦ୍ଧା ଓ ଭକ୍ତି ସମୁଚିତ ରୂପେ ପ୍ରକାଶ କରିବାର ଉପାୟାନ୍ତର ନାହିଁ । ଆପଣ ନିଜ ଉଦାରତାଦ୍ୱାରା ଗ୍ରହଣକରନ୍ତୁ । ଏହି ଅଭିନନ୍ଦନପତ୍ରରେ ଆପଣଙ୍କର ନାମର ଚତୁର୍ଦ୍ଦିଗରେ ଦେବମୂର୍ତ୍ତିମାନେ ଯେମନ୍ତ ବେଢ଼ି ରହି ସୁରକ୍ଷା ବିଧାନ କରୁଅଛନ୍ତି ତେମନ୍ତ ସ୍ୱର୍ଗର ଦେବତାମାନେ ଆପଣଙ୍କୁ ରକ୍ଷା କରନ୍ତୁ । ଏହା ହିଁ ପୁରୀ ମନ୍ଦିର ପୁରୋହିତମାନେ ଦେବତାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।
ବଡ଼ଲାଟ କର୍ଜନ ବାହାଦୂର କମିଶନର ପ୍ରଭୃତି ଚାରିଜଣ ଉଚ୍ଚ କର୍ମଚାରୀଙ୍କ ସହିତ ଏକ ବଗିରେ ସାଧାରଣ ଜାତୀୟ ପରିଚ୍ଛଦରେ ବିଜେ କରିଥିବାରୁ ତାହାଙ୍କୁ ଚିହ୍ନିବାରେ ପ୍ରଥମେ ଅନେକଙ୍କର ଭ୍ରମ ହେଉଥିଲା ଏବଂ ପଛକୁ ତାହା ଭାଂଗିଗଲା । ତାଙ୍କର କମ୍ର, ଶାନ୍ତ, ପ୍ରସନ୍ନ ମୂର୍ତ୍ତି ଏବଂ ଅଳ୍ପ ବୟସରେ ଏଡେ଼ ଉଚ୍ଚପଦରେ ଭୂଷିତ ହେବାର ଦେଖି ସମସ୍ତେ ଖୁବ୍‍ ପ୍ରୀତ ହୋଇଥିଲେ । ଓଡ଼ିଶା ପରି ଗରିବ ଦେଶର ଏକମାତ୍ର ଗୌରବର ସ୍ଥଳ ପୁରୁଷୋତ୍ତମର ଦେବ ମନ୍ଦିର ଯାହାକି ଭାରତର ସମସ୍ତ କ୍ଷେତ୍ରମାନଙ୍କ ମଧ୍ୟରେ ପ୍ରଧାନ ଅଟେ, ସର୍ବ ପ୍ରଥମେ ଯାହାଙ୍କର ଦୃଷ୍ଟି ଆକର୍ଷଣ କରିଅଛି ଏଥିରୁ ଆମେ ଅନେକ ଶୁଭଫଳର ଆଶାକରୁ । ଅନ୍ତତଃ ଏହି ମନ୍ଦିରର ସୁରକ୍ଷା ଓ ସମୃଦ୍ଧି ବିଷୟରେ କିଛି ସୁବିଧାନ ହେଲେ ଭାରତବାସୀ ସମସ୍ତଙ୍କର ଆନନ୍ଦର ବିଷୟ ହେବ ।
ଭୁବନେଶ୍ୱର
ରେଳଗାଡ଼ି ଅପରାହ୍‍ଣ ୪ଘଣ୍ଟା ସମୟରେ ଖଣ୍ଡଗିରି ସଡ଼କ ନିକଟରେ ଲାଗନ୍ତେ ବଡ଼ଲାଟ ମହୋଦୟ ଏଠା କମିଶନର ମୁଖ୍ୟ, କଲେକ୍ଟର ପ୍ରଭୃତିଙ୍କ ସହିତ ଘୋଡ଼ାଗାଡ଼ିରେ ଭୁବନେଶ୍ୱର ମନ୍ଦିରଠାରେ ଅବତୀର୍ଣ୍ଣ ହେଲେ । ଲୋକମାନେ ଜୟଧ୍ୱନିଦେଇ ମେଦିନୀ ପ୍ରକମ୍ପିତ କଲେ । ଏବଂ ମନ୍ଦିରର ପୁରୋହିତ ନିମ୍ନଲିଖିତ ଅଭିନନ୍ଦନ ପତ୍ର ପାଠକଲେ । ଯଥା:-

ଅହୋ ସୁଦବସୋଽସ୍ମାକଂ ରାଜ୍ଞା ପ୍ରତିନିର୍ଦ୍ଧିତବାନ୍‍
ଆଗତୋଽବ୍ୟମ୍ବୟଂ ଦ୍ରଷ୍ଟାଂ ଲିଙ୍କରାଜସ୍ୟ ମନ୍ଦିରଃ ।।
ସମ୍ରାଜ୍ଞୀ ଭାରତେଶ୍ଚର୍ଯ୍ୟା ବିନୀତା ଦଶଗାଃ
ସଭାଜନାୟଂ ଯୁଷ୍ମାକଂ ପ୍ରଜାଭିର୍ବଭିତା ବୟଂ ।।
ଲିଙ୍ଗରାଜାଳୟାଧ୍ୟକ୍ଷ-ସଭାଜନ ପୁରୋଧସଃ

୨୫୬ ଆମ ମଧୁସୂଦନ