ପୃଷ୍ଠା:Aama Madhusudan.pdf/୨୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ୱାଗତଂ ପ୍ରଷ୍ଟୁ କାମାଃସଃ ବନ୍ଧ୍ୱେମ ବିନୟାଞ୍ଜନଂ
ଆର୍ଯ୍ୟାଣଂ ସୌଧ ନିର୍ମାଣ-କୌଶଳସ୍ୟ ଦିଦୃଶୟା
ଜାତଂ ତ୍ୱଦର୍ଶକଶ୍ଳାଘ୍ୟଂ ଅବେଦ୍ୟଂ ଭଗ୍ନ ମନ୍ଦିରାଂ ।।
ତ୍ୱୟାବ୍ୟଂ ବର୍ଦ୍ଧିତଂ ସର୍ବ ପ୍ରାଚ୍ୟଶିଳ୍ପସ୍ୟ ଗୌରବଂ
ଦିଷ୍ଟ୍ୟାତାତୋ ମହାଭାଗଃ ପ୍ରତ୍ନଶିଳ୍ପସ୍ୟ ରକ୍ଷକଃ ।।
ଆନନ୍ଦପୂର୍ଣ୍ଣ ସ୍ତର ମନ୍ଦିର ରାଜୟୋ ଯାଃ
ଅଦ୍‍ଭୂତ ଶିଳ୍ପ ପରିପୂର୍ଣ୍ଣ ବିରାଜିତା ସ୍ତାଃ ।।
ଜାନ୍ତାସ୍ତବା ହୃଦୟତୋଷକରାଶ୍ଚ ସଦ୍ୟ
ତାପଂ ପୁନର୍ଦଦତିତାଶ୍ଚ ହି ଦର୍ଶକାନାମ୍‍
ସା ନାସ୍ତି ପୂର୍ବ ସୁଷମା ଭୁବନେଶ୍ୱରସ୍ୟ
କଣ୍ଟା ପୁନର୍ବିମଳାତ୍ୱା ଧନଶାଳିତାଚ ।
ଯଃ ପ୍ରାଗ୍‍ଭୁଦ୍‍ ବଣିକ-ନନ୍ଦନ-ସନ୍ନିବାସଂ
ପ୍ରତ୍ନ ରାଜନଗରୀ ସମାଗତୈଃ
ମାନନୀୟ ମହନୀୟ ଶାସକଃ ।।୮ାା
ପ୍ରସୀଦତୁ ପ୍ରାର୍ଥୀତ ମେତଦେବ
ପ୍ରକାମ ଭକ୍ତିଂ ତ୍ରିଦଶାକୃତଂ ନଃ
ଗୁହ୍ନାତୁ ସ୍ତତ୍‍ ଚନ୍ଦନମକ୍ଷରଂ ଚ
ଶଙ୍ଖସ୍ୱନାନନ୍ତର-ପୁଷ୍ପବୃଷ୍ଟିଂ ।।୯ାା
ଆୟୁରାରୋଗ୍ୟମୈଶ୍ଚର୍ଯ୍ୟ ଆତ୍ମୀୟଂ ବିହିତାୟ
ସର୍ବଶକ୍ତ୍ୟାଶ୍ଚୟୋଦେବୋ ଦଦାତୁ ଭୁବନେଶ୍ୱରଃ ।।୧୦ାା

ଏହାର ସଂକ୍ଷେପ ଅର୍ଥ ଏହିକି ଭୁବନେଶ୍ୱର ହିନ୍ଦୁମାନଙ୍କର ପ୍ରମୁଖ କାର୍ଯ୍ୟର ଅବଶିଷ୍ଟ ଶୋଭା ଯାହା ରହିଅଛି ତାହା ଦେଖିବା କାରଣ ଆପଣ ଶୁଭାଗମନ କରିବାରୁ ମନ୍ଦିର କମିଟିର ସଭ୍ୟ ଓ ମନ୍ଦିରର ପୁରୋହିତକୁଳ ଏବଂ ସାଧାରଣ ହିନ୍ଦୁ ସମାଜ ଆପଣଙ୍କୁ ସମାଦର ପୂର୍ବକ ଅଭ୍ୟର୍ଥନା କରୁଛନ୍ତି । ପ୍ରାଚୀନ କୀର୍ତ୍ତି ବିଷୟରେ ଆପଣଙ୍କର ଏତାଦୃଶ ଅନୁରାଗ ଏବଂ ଶ୍ରମ ସ୍ୱୀକାରରେ ଆମ୍ଭେମାନେ ବିମୋହିତ ହୋଇଅଛୁ ଏବଂ ପ୍ରାଚୀନ ହିନ୍ଦୁ ସଭ୍ୟତା ଧନ୍ୟ ହୋଇଅଛି । ଭୁବନେଶ୍ୱର ଏକକାଂଶରେ ହିନ୍ଦୁ ଶାସନକର୍ତ୍ତାର ଆବାସସ୍ଥାନ ଏବଂ ସେଠାର ବିଖ୍ୟାତ ମନ୍ଦିର ଶୈବ ଧର୍ମର କେନ୍ଦ୍ରସ୍ଥଳ ଥିଲା । ଶୈବଧର୍ମର ପତନ ଏବଂ ଅନ୍ୟାନ୍ୟ ବାହ୍ୟ କାରଣରୁ ଏ ସ୍ଥାନର ଯେଉଁ ଦୁରବସ୍ଥା ଘଟିଅଛି ତାହା ଆପଣ ପ୍ରତ୍ୟକ୍ଷ କରୁଛନ୍ତି । ଏ ସ୍ଥାନଟି ଦରିଦ୍ରତାରେ ଆସନ୍ନ ଏବଂ ମନ୍ଦିରର

ଆମ ମଧୁସୂଦନ ୨୫୭