ପୃଷ୍ଠା:Aama Madhusudan.pdf/୨୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୃହୀତ ହେବାରୁ ବିକ୍ରେତା ଓ ଗ୍ରହୀତା ଦସ୍ତାବିଜ୍‍ର ମର୍ମ ବୁଝିପାରନ୍ତି ନାହିଁ । ସମ୍ବଲପୁର ଅଦାଲତରୁ ଅମଲାମାନେ ମଧ୍ୟପ୍ରଦେଶର ଅନ୍ୟାନ୍ୟ ଜିଲ୍ଲାକୁ ବଦଳି ହୋଇ କାର୍ଯ୍ୟତ୍ୟାଗ କରୁଛନ୍ତି । ବିଦେଶ ଗମନ ନ କରି ପାରିବାରୁ କାର୍ଯ୍ୟତ୍ୟାଗ କରୁଅଛନ୍ତି ।
ଓଡ଼ିଆ କେବଳ ସମ୍ବଲପୁରବାସୀଙ୍କର ଭାଷା ନୁହେଁ । ସେମାନଙ୍କର ଆଚାର ବ୍ୟବହାର, ରୀତିନୀତି ସବୁ ଓଡ଼ିଆମାନଙ୍କ ପରି । ଓଡ଼ିଶାବାସୀ ଏବଂ ସେମାନଙ୍କ ମଧ୍ୟରେ ସୌସାଦୃଶ୍ୟ ଅଛି । ଅଳ୍ପ ବେତନ ଭୋଗୀ ଅମଲାମାନେ ବଦଳିହେଲେ ସେମାନଙ୍କର କାର୍ଯ୍ୟ ଚଳିପାରେ ନାହିଁ ।
ଆମ୍ଭେମାନେ ଯେଉଁ ପଦାର୍ଥକୁ ଏକ ଶବ୍ଦରେ ଡାକୁ ସେମାନେ ତାକୁ ଅନ୍ୟ ଶବ୍ଦରେ ଡାକନ୍ତି । ଏଥିପାଇଁ ସେମାନେ ଆମକୁ ଦାୟୀ କରନ୍ତି । ଏହିପରି ବିଭିନ୍ନତା; ପରସ୍ପର ମଧ୍ୟରେ, ଆଚାର ବ୍ୟବହାର ମଧ୍ୟରେ, ଉଭୟ ଗୋଷ୍ଠୀ ମଧ୍ୟରେ ଘୃଣାଜାତ କରାଏ । ସୁତରାଂ ପରିବର୍ତ୍ତନ ପାଇଁ ଆଦେଶପ୍ରାପ୍ତ ଓଡ଼ିଆମାନେ ଅନ୍ୟ ଜିଲ୍ଲାକୁ ଯାଉଥିଲେ ମଧ୍ୟ ଅବିଳମ୍ବେ କାର୍ଯ୍ୟ ତ୍ୟାଗ କରନ୍ତି ଅଥବା ପେନ୍‍ସନ୍‍ ପ୍ରାପ୍ତ ହୋଇ ବିଦାୟ ଗ୍ରହଣ କରନ୍ତି । ଏହି ସବୁ ଅସୁବିଧା ପ୍ରଦର୍ଶିତ କରିବାରୁ, ଆପଣ ପ୍ରତିଜ୍ଞା କରିଥିଲେ ଯେ, ଏ ସବୁକୁ ଗଭର୍ଣ୍ଣର ଜେନେରାଲଙ୍କଠାରେ ସିମଲାରେ କହିବେ ।
ଜଣେ ରୋଗୀପାଇଁ ଫଳପ୍ରଦ ଔଷଧ ଦେଲେ ସୁଦ୍ଧା ଏବଂ ତାହାର ମନରେ ଆରୋଗ୍ୟ ହେବାର ଆଶା ପ୍ରଦାନ କଲେ ସୁଦ୍ଧା, ତାହାର ମନରେ ଆରୋଗ୍ୟ ହେବାପାଇଁ ଆନନ୍ଦ ଜାତ ହୁଏ ନାହିଁ । ଇତିପୂର୍ବେ ଓଡ଼ିଆମାନଙ୍କ ପ୍ରଦତ୍ତ ଗୋଟିଏ ଆବେଦନ ନାମଞ୍ଜୁର ହେବ- ଏହି ଆଶଙ୍କାରେ ଆମେମାନେ ପୂର୍ବୋକ୍ତ ଚାରିଜଣ ଆପଣଙ୍କର ସିମଲା ଯାତ୍ରା ସମ୍ବାଦ ଶୁଣି ବହୁ କଷ୍ଟ ସ୍ୱୀକାର କରି ସିମଲା ଗଲୁ । ମନେ କରିଥିଲୁ ଏହା ଆପଣଙ୍କର ଅନୁସନ୍ଧାନ ଅନୁସାରେ ଗଭର୍ଣ୍ଣର ଜେନେରାଲଙ୍କ ପାଖରେ ଦୁଃଖ ଜଣାଇବୁ ଓ ଆମ୍ଭେମାନେ କୃତକାର୍ଯ୍ୟ ହେବୁ । ଆପଣଙ୍କର ପ୍ରଧାନ ସେକ୍ରେଟାରୀ ମାନ୍ୟବର ଇମ୍ପି ସାହେବଙ୍କ ସହିତ ସାକ୍ଷାତ କଲୁ । ସେ କହିଲେ ଚିଫ୍‍ କମିଶନର ସାହେବ ଏ ବିଷୟରେ ଯାଇ ସମ୍ବଲପୁରରେ । ଆଦେଶ ଦେବା ବିଷୟ ପ୍ରକାଶ କରିଥିବା ପକ୍ଷେ ଆପଣମାନଙ୍କର ଚଞ୍ଚଳ ହେବା ଉଚିତ ନୁହେଁ । ତାହାଙ୍କର ଆଦେଶ ଶିରୋଧାର୍ଯ୍ୟକରି ବାହୁଡ଼ି ଆସିଲୁ । ଆମ୍ଭେମାନେ ଯେତେବେଳେ ନାଗପୁରରେ ଆପଣଙ୍କ ସହିତ ସାକ୍ଷାତ କରିଥିଲୁ, ସେତେବେଳେ ଗଭର୍ଣ୍ଣର ଜେନେରାଲଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଅନୁମତି ପ୍ରାର୍ଥନା କରିବା କଥା । ତାହା ନ କରି ଆମେମାନେ ସିମଲା ଯାଇଥିବାରୁ କ୍ଷମାପ୍ରାର୍ଥନା କରୁଅଛୁ ।
ବର୍ତ୍ତମାନ ଆପଣଙ୍କର ସମ୍ମୁଖରେ,ଡିଷ୍ଟ୍ରିକ୍ଟ କାଉନ୍‍ସିଲ୍‍ର ମେମ୍ବର ଓ ଲୋକାଲ ବୋଡର଼୍ ମେମ୍ବର ଏହି ଦରବାରରେ ଅଛନ୍ତି । ସମସ୍ତଙ୍କୁ ଏହାର ସତ୍ୟତା ବିଷୟରେ ଆପଣମାନେ ପଚାରି ପାରନ୍ତି । ଏଥିରେ ସମସ୍ତଙ୍କର ସହାନୁଭୂତି ଅଛି ।
ଆପଣ ଶାସନ ବିଭାଗର ଉଚ୍ଚତମ କର୍ମଚାରୀ ହୋଇ ଗ୍ରାମେ ଗ୍ରାମେ, ସ୍ଥାନେସ୍ଥାନେ,ସହରରେ, ହାଟରେ, ବାଟରେ ହିନ୍ଦୀ ପ୍ରଚଳନର ଅସୁବିଧା ବିଷୟ ଅନୁସନ୍ଧାନ କଲେ , ଯଦି

ଆମ ମଧୁସୂଦନ ୨୬୬