ଶ୍ୟାମଳିମାମୟ ପ୍ରକୃତିର ଦୂରନ୍ତ ଆକର୍ଷଣୀୟ ଦ୍ୟୁତିରେ ଉଚ୍ଛ୍ୱସିତ ଆଉ ଉତ୍ଫୁଲ୍ଲିତ ରହୁଥିଲେ,
ଏହା ତାଙ୍କର ଏହି ମାର୍ମିକ ଲେଖାର ଅନୁବାଦରୁ ଆକଳନ କରାଯାଇପାରିବ ।
ଆଉ ପଶ୍ଚିମ: ଗୋଟିଏ ଉକ୍ତି ଅଛି ପୂର୍ବ ହିଁ ପୂର୍ବ ଆଉ ପଶ୍ଚିମ ହିଁ ପଶ୍ଚିମ, ସେମାନେ କେବେ ମଧ୍ୟ ମିଳିତ ହେବେ ନାହିଁ ।
ନା, ସେମାନେ ମିଶିଛନ୍ତି । ବିଶ୍ୱର ପୂର୍ବ ଭାଗର ସଂସ୍କୃତି ଓ ସଭ୍ୟତା ଏକ ପ୍ରକାରର ଆଉ ପଶ୍ଚିମ ଭାଗର ସଂସ୍କୃତି ଓ ସଭ୍ୟତା ଅନ୍ୟ ଧରଣର । ଏହି ଉଭୟଙ୍କର ମଧ୍ୟରେ ବିଭେଦତା
ରହିଛି । କାରଣ ସେମାନଙ୍କର ଜୀବନ ଧାରଣର ପରିବେଶ ଆଉ ପ୍ରଗତିର ଚେତନା ଓ ଲକ୍ଷ୍ୟ
ମଧ୍ୟ ଭିନ୍ନ, ମାତ୍ର ଉଭୟେ ଉଭୟଙ୍କର ବିପରୀତମୁଖୀ ନୁହନ୍ତି ।
ପୂର୍ବର ସୌମ୍ୟ ପ୍ରକୃତି, ପଶ୍ଚିମରେ ଭିନ୍ନରୂପ ଧାରଣ କରେ, ଯାହା ଜୀବନ ଦୃଷ୍ଟିକୋଣକୁ ବଦଳାଇ ଦିଏ । ପୂର୍ବରେ ଉଦିତ ପ୍ରଶାନ୍ତ ଓ ପ୍ରଗାଢ଼ ସୂର୍ଯ୍ୟକୁ ପଶ୍ଚିମ ଦେଶର କୁହେଳିକା ଆଉ ଘନ ବାଷ୍ପୀୟ ଧୂମର ଆଚ୍ଛାଦନ ଆବରିତ କରେ । ପଶ୍ଚିମରେ ପ୍ରକୃତିର ଉଗ୍ରତା ବୃକ୍ଷମାନଙ୍କରୁ ପତ୍ରସବୁ ଝାଡ଼ିଦିଏ, ଯାହା ଫଳରେ ସେମାନେ ବିଷାଦଗ୍ରସ୍ତା
କ୍ରନ୍ଦନରତା ବିଧବା ତରୁଣୀ ପରି ଠିଆ ହୁଅନ୍ତି । ରୁଷ୍ଟ ସାଗର କ୍ରୋଧିତ ଲହରୀମାଳାରେ
ପୋତି ପକାଇବା ପାଇଁ କୁପିତ ଦୃଷ୍ଟି ନିକ୍ଷେପ କରେ । ତୁଷାର ଶୀତଳ ଜାଡ଼ୁଆ ପବନ
ଦେହକୁ ଛୁଞ୍ଚିଭଳି ଫୋଡ଼ିଦେଇ ରକ୍ତକୁ ଜମାଟ ଭଳି ବାନ୍ଧିପକାଏ ଆଉ ଭୀତତ୍ରସ୍ତ କରେ ।
ଏହାର ପ୍ରତିକାର ପାଇଁ ମଣିଷ ପ୍ରକୃତି ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଏକମାତ୍ର ବାଟ
ବାଛି ନିଏ ।
ମାତ୍ର ପୂର୍ବରେ ପ୍ରକୃତି ଅତ୍ୟନ୍ତ ସମ୍ବେଦନଶୀଳ । ସକାଳର ଉତ୍ଥିତ ନବୋଦିତ ସୂର୍ଯ୍ୟ, ନିଦ୍ରିତ ଜଗତକୁ ବିପୁଳ ହର୍ଷ ଆଉ ଉଲ୍ଲାସର ଜାଗ୍ରତ କର୍ମଧାରାରେ ଭରିଦିଏ । ଆଉ ପ୍ରକୃତିର ଉତ୍ତାଳ ସ୍ମିତହାସ୍ୟ ଆକାଶର ଘନ ନୀଳିମାରେ ପ୍ରତିଫଳିତ ହୁଏ । ଶସ୍ୟ କେଦାର ସବୁ
ସବୁଜିମାରେ ମଣ୍ଡିତ ହୋଇଯାଏ ଆଉ ପ୍ରକୃତି କରୁଣାମୟୀ ମାତୃରୂପରେ ମଣିଷ ସମାଜକୁ
ତାର ମମତାମୟୀ ସ୍ନେହାର୍ଦ୍ର କୋଳକୁ ଟାଣିନିଏ ଓ ମଣିଷ କୃତଜ୍ଞତାର ନିବିଡ଼ ପାଶରେ ଆବଦ୍ଧ
ହୋଇ ଆଣ୍ଠୁମାଡ଼ି କବି ମିଲ୍ଟନ୍ଙ୍କର ଭାଷାରେ ପ୍ରାର୍ଥନା କରେ ।
" ଏ ସମସ୍ତ ଯଦି ବିଶ୍ୱ ପ୍ରକୃତିର ଐଶ୍ଚର୍ଯ୍ୟ ଆଉ ଗାରିମା, ହେ ବିଶ୍ୱପିତା ! ଆପଣ କିଭଳି ବିପୁଳ ଔଦାର୍ଯ୍ୟ ଆଉ ଉଦାତ୍ତ ସମ୍ଭାରରେ ମହିମାବନ୍ତ ହୋଇଛନ୍ତି ସତେ ?"
ମଧୁସୂଦନଙ୍କ ଗରିମାମୟ ଚାରିତ୍ରିକ ଗୁଣର ବିଶେଷତ୍ୱ ହେଲା ଭୀତିହୀନତା । ଏହି ସଂପର୍କରେ ବିହାରର ପୂର୍ବତନ ପ୍ରଧାନମନ୍ତ୍ରୀ ମିଷ୍ଟର ୟୁନୁସ୍ଙ୍କର ବାର୍ତ୍ତା ଏହିପରି ଥିଲା-
"ମଧୁସୂଦନଙ୍କର ଗୁଣାବଳୀ ମଧ୍ୟରେ ଭୀତିହୀନତା ସର୍ବପ୍ରଧାନ ଥିଲା । ମଧୁସୂଦନ ଥିଲେ ସମସ୍ତ ଅନୁଗ୍ରହ ଆଉ ସମାଲୋଚନାର ଊର୍ଦ୍ଧ୍ୱରେ ଜଣେ ନୀତିକୁ ଗ୍ରହଣ କରୁଥିବା ସର୍ବୋତ୍ତମ
ବ୍ୟକ୍ତିତ୍ୱ ।" ଆଉ ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କର ଭାଷାରେ "ପରିଣତି ଯାହ।
ପୃଷ୍ଠା:Aama Madhusudan.pdf/୩୦୯
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୧୦ ଆମ ମଧୁସୂଦନ