ପୃଷ୍ଠା:Aama Madhusudan.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାନ ଦେଇ ଶୁଣ, ମାତା କହୁଛନ୍ତି

ଆସ ଆସ ବସୁ ନୀର ପାନକର


ଏଇ ନୀର ସେହି, ବୀର ମୋ ସନ୍ତାନେ

ବୀର ପ୍ରସବିନୀ କ୍ଷୀର ଏହି ନୀର


ଛାଡ଼ରେ ଆଳସ୍ୟ ବଢ଼ାଅ ସାହସ

ଜାତି ନନ୍ଦିଘୋଷ କର ଅଗ୍ରସର ।


ନାରୀ କାହାର କରୁଣା ଅଥବା ସହାନୁଭୂତିର ପାତ୍ର ନୁହେଁ । ସେମାନେ ସମାଜର ଅବହେଳିତ ଅଂଗ ନୁହଁନ୍ତି । ସେମାନେ ନିଜେ ହିଁ ସମୟ ସ୍ଥିତିର ଅଧିକାରୀ ।

ଏହା ଥିଲା ନାରୀଜାତି ପ୍ରତି ତାଙ୍କର ସନ୍ଦେଶ । ଅନ୍ୟ ଏକ ଘଟଣା-
୧୯୩୧ ସାଲର ଅଗଷ୍ଟ ୩୧ ତାରିଖ ବାଲେଶ୍ବରରେ ଗୋଟିଏ ନାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ । ଏହି ସମ୍ମିଳନୀ ଉପଲକ୍ଷେ ତାଙ୍କର ସନ୍ଦେଶ, ଭାବନାର ପ୍ରଖରତାରେ କିପିରି ଶିହରଣକରୀ ଥିଲା, ଅନୁଧ୍ୟାନ କଲେ ତାହା ଏବେ ଉପଲବ୍ଧହୁଏ ।
ଓଡ଼ିଶାର ପୁରୁଷମାନେ ନାରୀମାନଙ୍କୁ ସେମାନଙ୍କର ସେବାପ୍ରଦାନକାରୀ ଅଂଗ ରୂପେ ବ୍ୟବହାର କରିଅଛନ୍ତି ଓ ଭଗବତ ସୃଷ୍ଟିରେ ସେମାନଙ୍କର ଅନ୍ୟ କୌଣସି ଭୂମିକା ଅଛି ବୋଲି ସେମାନେ ସ୍ୱୀକାର କରନ୍ତି ନାହିଁ । ଏବେ କେତେକ ନାରୀ ରାଜନୈତିକ ଆନ୍ଦୋଳନରେ ଯୋଗଦାନ କରିଅଛନ୍ତି । ଗୃହର ଅଭ୍ୟନ୍ତରରେ ହେଉ ଅଥବା ରାଜନୈତିକ ଆନ୍ଦୋଳନରେ ହେଉ, ନାରୀ କେବଳ ପୁରୁଷର ସହାୟକ ଭୂମିକାରେ ଅଧସ୍ତନ ସ୍ଥାନରେ ରହିଅଛି । ଏହି ଉଭୟ କ୍ଷେତ୍ରରେ ଭଗବତ ଉଦ୍ଦେଶ୍ୟ ପ୍ରତି କେବଳ ଅବଜ୍ଞା ପ୍ରଦର୍ଶନ କରାଯାଇଛି । ଆପଣମାନେ ଅନୁଧ୍ୟାନ କରନ୍ତୁ, କିଏ ୟୁରେପୀୟ ଜାତିକୁ ମହନୀୟ କରିଛି, ପିତା ବା ମାତା ଏବଂ ଏହା ପରେ ଆପଣଙ୍କ କର୍ତ୍ତବ୍ୟ ଓ କାର୍ଯ୍ୟର ଧାରା ସ୍ଥିର କରନ୍ତୁ ।”
ଏହାର ପ୍ରାୟ ପାଞ୍ଚ ଛଅ ବର୍ଷ ପୂର୍ବର ଘଟଣା । ପ୍ରାୟ ୧୯୨୪-୨୫ ସାଲର ସମୟ । ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇସାରିଥାଏ । ମଧୁସୂଦନଙ୍କ ଉଦ୍ୟମରେ ପ୍ରାୟ ଦଶବର୍ଷ ତଳୁ ବିହାର- ଓଡ଼ିଶାର ପ୍ରଥମ ମହିଳା କଲେଜ କଟକରେ ସ୍ଥାପିତ ହୋଇଥାଏ ।
ଏହି ସମୟରେ ପ୍ରଖ୍ୟାତ ସମାଜବାଦୀ ଡକ୍ଟର ଜ୍ୟୋସ୍ନାଦେଶ ଓ ବୀଣାଦେଈ କଟକ ମହିଳା ରେଭେନ୍ସା କଲେଜରେ ଆଇ.ଏ ପଢୁଥାନ୍ତି, ମୁଖ୍ୟତଃ ପରବର୍ତ୍ତୀ କାଳରେ ଡାକ୍ତର ଭୂମିକାରେ ଅବତୀର୍ଣ୍ଣ ହେବାପାଇଁ । ସେମାନଙ୍କ ସ୍ମୃତିଚାରଣ -
- ଆମେମାନେ ମହିଳା କଲେଜରେ ଯୋଗଦେଇଥିଲେ ମଧ୍ୟ ଆମମାନଙ୍କପାଇଁ ବଟାନିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ କ୍ଲାସ୍ ମହିଳା କଲେଜର ପରିସରରେ ହିଁ ସ୍ବତନ୍ତ୍ର ଭାବେ ଅନୁଷ୍ଠିତ ହେଉଥାଏ । ମାତ୍ର ବଟାନି, ଥିଓରି ଆଉ ପ୍ରାକ୍ଟିକାଲ୍‌ର ସମସ୍ତ-କ୍ଳାସ୍‌ରେ ଯୋଗଦେବାପାଇଁ


ଆମ ମଧୁସୂଦନ ୩୫