ପୃଷ୍ଠା:Aama Madhusudan.pdf/୩୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନଙ୍କ କ୍ରାନ୍ତିକାରୀ ଯାତ୍ରାପଥ


୧୫୬୮:- ମୁକୁନ୍ଦଦେବ ହରିଚନ୍ଦନଙ୍କ ଅକାଳ ମୃତ୍ୟୁପରେ ବାରବାଟୀ ଦୁର୍ଗର ପୃଷ୍ଠଭୂମିରୁ ସ୍ବାଧୀନତାର ରବି ଚିରକାଳ ଲାଗି ଅସ୍ତମିତ ହେଲେ । ବଂଗର ଆଫଗାନ ଶାସକ ସୁଲେମାନ କିରାନୀ ଓଡ଼ିଶା ଅଧିକାର କଲେ । ଏଣେ ରାଜା ରାମଚନ୍ଦ୍ର ଦେବ ଖୋର୍ଦ୍ଧା ଅଞ୍ଚଳକୁ କେନ୍ଦ୍ର କରି ଏକ ନୂତନ ରାଜ୍ୟ ସ୍ଥାପନା କଲେ ।
୧୫୭୮ :- ଦକ୍ଷିଣ ଓଡ଼ିଶା ସମେତ ଚିକାକୋଲ (ଶ୍ରୀକାକୁଲମ୍) ଅଞ୍ଚଳ ଗୋଲକୋଣ୍ଡା ରାଜ୍ୟର ଶାସକ ଇବ୍ରାହିମ୍‌ଙ୍କ ଅଧୀନସ୍ଥ ହେଲା ।
୧୭୫୨ :- ଦକ୍ଷିଣ ଓଡ଼ିଶା ଆଉ ଚିକାକୋଲ୍ ଅଞ୍ଚଳ ଫରାସୀ ଶାସକ ବୁସିଙ୍କ ଶାସନାଧୀନ ହେଲା ।
୧୭୬୮ :- ଦକ୍ଷିଣ ଓଡ଼ିଶା ଆଉ ଚିକାକୋଲ ଅଞ୍ଚଳ ବ୍ରିଟିଶ ଶାସନାଧୀନ ହେଲା ।
୧୮୦୩:- ଓଡ଼ିଶାର ମୂଳ ଭୂଖଣ୍ଡ ଓ ଉତ୍ତରାଞ୍ଚଳ ବ୍ରିଟିଶ ଶାସନାଧୀନ ହେଲା । ଏଧିପାଇଁ ଦକ୍ଷିଣ ଓଡ଼ିଶା ତଥା ଦକ୍ଷିଣ ବଂଗ ଅଞ୍ଚଳରୁ ଆକ୍ରମଣର ବିଧିବଦ୍ଧ ସଂଯୋଜନା କରାଯାଇଥିଲା ।
୧୮୪୯/୧୮୬୨ :- ଓଡ଼ିଶାର ପଶ୍ଚିମାଞ୍ଚଳ ଇଂରେଜ ସେନାପତି ମେଜର ବ୍ରାଉଟନ୍ ଅଧିକାର କରିଥିଲେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ମରହଟ୍ଟା ମାନଙ୍କ ଅଧିକାରରେ ରହିଥିଲା । ସମ୍ବଲପୁରର ଶେଷ ରାଜା ନାରାୟଣ ସିଂହଙ୍କର୧୮୪୯ ସାଲରେ ମୃତ୍ୟୁ ପରେ ସମଗ୍ର ପଶ୍ଚିମାଞ୍ଚଳ ବ୍ରିଟିଶ ଶାସନାଧୀନ ହେଲା । ୧୮୬୦ରେ ଏହି ଅଞ୍ଚଳ ଓଡ଼ିଶା ଡିଭିଜନର ଅନ୍ତର୍ଭୁକ୍ତ ହୋଇଥିଲା । ୧୮୬୨ରେ ଏହି ଅଂଚଳ ମଧ୍ୟ ପ୍ରଦେଶର ଛତିଶଗଡ଼ ଡିଭିଜନର (ଗଡ଼ଜାତ ସମେତ) ଅନ୍ତର୍ଭୁକ୍ତ ହୋଇଥିଲା ।
୧୮୦୩/୧୮୫୮ :- ଓଡ଼ିଶା ମୂଳ ଭୂଖଣ୍ଡ (ଗଡ଼ଜାତ ସମେତ) ଓ ବିଭିନ୍ନ ଜିଲ୍ଲା ମାଧ୍ୟମରେ ଶାସିତ ହେଉଥିଲା । ୧୮୫୮ ବେଳକୁ କଟକ, ପୁରୀ, ବାଲେଶ୍ୱର ଜିଲ୍ଲା ସହିତ ସଂଲଗ୍ନ ସତର

ଆମ ମଧୁସୂଦନ ୩୬୧