ପୃଷ୍ଠା:Aama Madhusudan.pdf/୩୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରେ ୧୮୬୫ ସାଲରେ ବାଲେଶ୍ୱରରେ ଶିକ୍ଷକତା ଓ କିଛି କାଳ ସରକାରୀ ଚାକିରିରେ ନିଯୁକ୍ତ ରହିଥିଲେ । ଏହି ସମୟରେ ଶିକ୍ଷକତା କରୁଥିବା ଫକୀରମୋହନ ସେନାପତି ଓ ରାଧାନାଥ ରାୟଙ୍କ ସହିତ ତାଙ୍କର ସଂପର୍କ ଗଢ଼ି ଉଠିଥିଲା । ଏହା ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ।
୧୮୬୬/୧୮୭୦ :- ୧୮୬୬ସାଲର କରାଳ ଦୁର୍ଭିକ୍ଷରେ ଓଡ଼ିଶାର ଆର୍ଥିକ ସ୍ଥିତି ତଳିତଳାନ୍ତ ହୋଇଥିଲା । ଓଡ଼ିଶାର ଏକ ତୃତୀୟାଂଶ ଜନତା ମୃତ୍ୟୁମୁଖରେ ପଡ଼ିଥିଲେ । ସେହିବର୍ଷ ମଧୁସୂଦନ ଚାନ୍ଦବାଲି ବନ୍ଦର ଦେଇ କଲିକତା ଯାତ୍ରା କରିଥିଲେ । କଲିକତାରେ ସେ ଦାରିଦ୍ର୍ୟର ନିଶ୍ଳେଷଣ ଆଉ ପ୍ରବାସୀଙ୍କ ଉତ୍ପୀଡ଼ନ ମଧ୍ୟରେ ଅର୍ଦ୍ଧାହାର ଆଉ ଅନାହାରର କଷଣ ଭିତରେ ୧୮୬୮ ରେ ଏଫ୍.ଏ ଓ ୧୮୭୦ ସାଲରେ ବିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ବି.ଏ ପରୀକ୍ଷା ପ୍ରଦାନ ସମୟରେ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସହିତ ତୁମୁଳ ପ୍ରତିବାଦ ମଧ୍ୟରେ ସଂସ୍କୃତ ପରୀକ୍ଷାର ଉତ୍ତର ଓଡ଼ିଆ ଲିପିରେ ପ୍ରଦାନ କରି ଯଶସ୍ୱୀ ହୋଇଥିଲେ । ଯୀଶୁଙ୍କର ଅନ୍ତିମ ଅବସ୍ଥାରେ ଶତ୍ରୁଗଣଙ୍କ ପ୍ରତି ପ୍ରଦତ୍ତ ଅପରୂପ କରୁଣାର ବାକ୍ୟ ଶ୍ରବଣ ଓ ଅନୁଧ୍ୟାନ କରି ୧୮୬୯ରେ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିଲେ ।
୧୮୭୩ :- ୧୮୭୧ ସାଲରେ ସ୍ବାସ୍ଥ୍ୟହାନି ଯୋଗୁଁ ମଧୁସୂଦନ ଏକ ବର୍ଷ ଶିକ୍ଷା ସ୍ଥଗିତ କରି ୧୮୭୩ ସାଲରେ ଇଂରାଜୀରେ କୃତିତ୍ୱର ସହ ଏମ୍ ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ବଂଗୀୟ ଖ୍ରୀଷ୍ଟିଆନ୍‌ ମହିଳା ସୌଦାମିନୀ ଦେବୀଙ୍କୁ ବିବାହ କରିଥିଲେ । କିଛି କଲେଜରେ ସ୍ୱଳ୍ପକାଳ ଲାଗି ଅଧ୍ୟାପନା କରିଥିଲେ । ଚନ୍ଦ୍ରଶେଖର ବେହେରାଙ୍କ ଆବିର୍ଭାବ ।
୧୮୭୪/୧୮୭୭ :- ୧୮୭୪ରୁ ୧୮୭୭ ମଧ୍ୟରେ ମଧୁସୂଦନ ଭବାନୀପୁର ଆଉ ଗାର୍ଡେନ ରିଚ୍ ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରି ଅଶେଷ ଖ୍ୟାତି ଅଧିକାରୀ ହୋଇଥିଲେ । ୧୮୭୫ ସାଲରେ ଆଦର୍ଶ ପ୍ରଶ୍ନମାଳା ପ୍ରକାଶନ କରି ମ୍ୟାଟ୍ରିକ୍‌ ଇଂରାଜୀ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟାର ସମାଧାନ କରିଥିଲେ । ଡାକ୍ତର ଗଂଗାଧର ମୁଖାର୍ଜୀଙ୍କ ପୁତ୍ର ଆଶୁତୋଷ ମୁଖାର୍ଜୀଙ୍କର ଶିକ୍ଷାର ଦାୟିତ୍ୱ ବହନ କରିବା ସହିତ ଛାତ୍ର ବେଳର ଚିତ୍ତରଂଜନ ଦାସଙ୍କୁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ । ୧୮୭୫ ସାଲରେ କଲିକତାର ମାଟିଆ ବ୍ରୁଜ୍‌ଠାରେ ଓଡ଼ିଆ ଶ୍ରମିକଙ୍କପାଇଁ ନୈଶ୍ୟ ବିଦ୍ୟାଳୟ ଓ ସାଧାରଣ ଶ୍ରମିକଙ୍କପାଇଁ ଏକ ଶ୍ରମିକ ସଂଘ ସ୍ଥାପନ କରିଥିଲେ । କଲିକତାର ପ୍ରଥମ ଶ୍ରମିକ ସଂଘ ୧୮୭୦ ସାଲରେ ସ୍ଥାପିତ ହୋଇଥିଲା ।
୧୮୭୭ :- ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମ (୯.୧୦.୧୮୭୭)
୧୮୭୮ :- ଏହି ବର୍ଷ ମଧୁସୂଦନ ଆଇନ ଡିଗ୍ରୀ ହାସଲ କରି ଚବିଶି ପ୍ରଗଣା କୋର୍ଟରେ ଓକିଲାତି କରିଥିଲେ । ଏହି ବର୍ଷ ସୌଦାମିନୀ ଦେବୀଙ୍କର ପରଲୋକ ଘଟିଥିଲା । କଲିକତାର ବିଦ୍ବାନମଣ୍ଡଳୀ, ବିଭିନ୍ନ ରାଜନୈତିକ ସଂଗଠନ ସହିତ ତାଙ୍କର ଅନ୍ତରଂଗତା ଓ ଘନିଷ୍ଠତା ବୃଦ୍ଧି ପାଇଥିଲା । କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପରାମର୍ଶ କ୍ରମେ ସେ କଟକରେ ଆଇନ

ଆମ ମଧୁସୂଦନ ୩୬୩