ପୃଷ୍ଠା:Aama Madhusudan.pdf/୩୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ୧୮୯୭ ସାଲରେ ମଧୁସୂଦନ ଓଡ଼ିଶା ଆର୍ଟ ରସ ବା ଓଡ଼ିଶା ଶିଳ୍ପୀଗାର ମଧୁସ୍ମୃତିରେ ପ୍ରତିଷ୍ଠା କରିଥିଲେ ।
୧୮୯୮: କଟକ ଫେରିଲା ପରେ ୧୮୯୮ ସାଲର ଫେବ୍ରୁଆରି ମାସର ପ୍ରତି ଶନିବାର ସନ୍ଧ୍ୟାରେ ନିଜର ପ୍ରାସାଦରେ ବିଭିନ୍ନ ସ୍ତରର କଟକବାସୀଙ୍କୁ ଆହ୍ବାନ କରି ତାହାଙ୍କର ୟୁରୋପ ଭ୍ରମଣର ଅନନ୍ୟ ଅନୁଭୂତିମାନ ବ୍ୟାଖ୍ୟାନ କରୁଥିଲେ । ଏହରି ମାଧ୍ୟମରେ ଜୁନ୍ ୧୧ ତାରିଖରେ ‘କଟକ କୋ-ଅପରେଟିଭ୍ ଷ୍ଟାର ସ୍ଥାପନା ପରେ ବର୍ଷର ମଧ୍ୟଭାଗରୁ ତାହାର କାର୍ଯ୍ୟ ଆରମ୍ଭ କରିଥିଲେ ।
୧୮୯୯ ଏହି ବର୍ଷ ଲର୍ଡ କର୍ଜନ ଭାରତର ବଡ଼ଲାଟ ରୂପେ ଅବସ୍ଥାପିତ ହୋଇଥିଲେ । କଟକ କୋ-ଅପରେଟିଭ୍ ଷ୍ଟାର୍ ଲାଭଦାୟକ ସଂସ୍ଥାରେ ପରିଣତ ହୋଇଥିଲା । ଓଡ଼ିଶା ଶିଳ୍ପୀଗାର ଓଡ଼ିଶା ଆର୍ଟ ୱାରସର ଅଭୂତପୂର୍ବ ଉନ୍ନତି ସାଧୃତ ହୋଇଥିଲା ।
୧୯୦୦ :-ଏହି ବର୍ଷ ମାନ୍ଦ୍ରାଜଠାରୁ କଲିକତାର ହାୱାଡ଼ା ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହେବା ଦୃଷ୍ଟିରୁ ଓଡ଼ିଶା ସମଗ୍ର ବିଶ୍ୱ ସହିତ ସଂଯୁକ୍ତ ହୋଇ ପାରିଥିଲା । ଡିସେମ୍ବର ୧୪- ଲର୍ଡ଼ କର୍ଜନ ରାଜ ମହେନ୍ଦୀଠାରେ ବୃହତ ଗୋଦାବରୀ ନଦୀ ଉପରେ ପୋଲ ଉଦ୍‌ଘାଟନ କରିଥିଲେ । ଡିସେମ୍ବର ୧୬- ଲର୍ଡ କର୍ଜନଙ୍କ ପୁରୀ ଓ ଭୁବନେଶ୍ୱର ନଗରୀ ପରିଦର୍ଶନ । ଲର୍ଡ କର୍ଜନ ସମ୍ବଲପୁରର ଭାଷା ସମସ୍ୟା ସଂପର୍କରେ ଏହିଠାରେ ଅବହିତ ହୋଇଥିଲେ ।
୧୯୦୧ :- ସମ୍ବଲପୁରରେ ୧୮୯୯ ସାଲରୁ ୮୨ ଗୋଟି ପ୍ରାଇମେରୀ ସ୍କୁଲ୍‌ର ଉଚ୍ଛେଦ କରାଯାଇ ତୃତୀୟ ଶ୍ରେଣୀରୁ ହିନ୍ଦୀଭାଷା ବାଧ୍ୟତାମୂଳକ କରାଯାଇଥିଲା । ଏହି ଦୃଷ୍ଟିରୁ ମଦନମୋହନ ମିଶ୍ରଙ୍କର ଦ୍ୱିତୀୟ ସ୍ମାରକ ପତ୍ର ବଡ଼ଲାଟ ଲର୍ଡ କର୍ଜନଙ୍କୁ ପ୍ରେରଣ କରାଗଲା । ଜୁଲାଇ ମାସରେ ଭାଷା ସଂଗ୍ରାମୀମାନେ ବ୍ରଜମୋହନ ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ମଧ୍ୟପ୍ରଦେଶର ଚିଫ୍ କମିଶନର ସାର୍ ଏଣ୍ଡ୍ରୁ ଫ୍ରେଜରଙ୍କୁ ଭେଟିଥିଲେ । ବଡ଼ଲାଟଙ୍କ ନିର୍ଦ୍ଦେଶ ମତେ ସିମଲାରୁ ସିଧା ମଧ୍ୟପ୍ରଦେଶର ଚିଫ୍ କମିଶନର୍ ସାର୍ ଏଣ୍ଡୁ ଫ୍ରେଜର ସମ୍ବଲପୁର ଆସି ସେପ୍ଟେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁସନ୍ଧାନ କଲେ । ଏହି ତାତ୍ପର୍ଯ୍ୟପୂର୍ଣ୍ଣ ଅନୁସନ୍ଧାନ ଲାଗି ମଧୁସୂଦନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ଅନସ୍ୱୀକାର୍ଯ୍ୟ ।
୧୯୦୨ :- ୨୩.୮.୧୯୦୨ ରେ ବଂଗର ଗଭର୍ଣ୍ଣର ସାର୍ ଜନ୍ ଉର୍ଡ଼ ବର୍ଣ୍ଣ ମଧୁସ୍ମୃତିରେ ତାରକସି କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଖଲ୍ଲିକୋଟର ରାଜା ହରିହର ମର୍ଦ୍ଦରାଜ ଏକ ନେତୃବର୍ଗ ସମ୍ମିଳନୀ ରମ୍ଭାଠାରେ ଆହ୍ୱାନ କରି ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ଲାଗି ପ୍ରସ୍ତାବ ଆଗତ କରିଥିଲେ । ଏଥିରେ ମଧୁସୂଦନ, ଫକୀର ମୋହନ ସେନାପତି, ଗୌରୀଶଙ୍କର ରାୟ, ଗୋପବଂଧୁ ଦାସ ପ୍ରମୁଖ ଯୋଗଦେଇ ଥିଲେ ।
୧୯୦୩:- ୭.୧.୧୯୦୩ରେ ଓଡ଼ିଶାର ବୁଦ୍ଧିଜୀବୀ, ରାଜନ୍ୟଗୋଷ୍ଠୀ ଆଉ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ ଆହ୍ୱାନ କରି ଉତ୍କଳୀୟ ଭାବ ଜାଗ୍ରତ କରାଇଥିଲେ । ଏପ୍ରିଲ୍ ୧୧ ଓ ୧୨ ତାରିଖରେ ବ୍ରହ୍ମପୁରରେ

ଆମ ମଧୁସୂଦନ ୩୬୭