ପୃଷ୍ଠା:Aama Madhusudan.pdf/୩୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରିଥିଲେ । ଏହି ଉପଲକ୍ଷେ ଉତ୍କଳ ସମ୍ମିଳନୀ ପକ୍ଷରୁ ସଭାପତି ମଧୁସୂଦନ ଦାସ ଯଶସ୍ତ୍ରୀ କବି ଆଉ ଲେଖନୀକାର ଦାମୋଦର କର, ଚନ୍ଦ୍ରଶେଖର ନନ୍ଦ, ବ୍ରହ୍ମାନନ୍ଦ ଷଡ଼ଙ୍ଗୀଙ୍କୁ ସମ୍ବଲପୁର ପ୍ରେରଣ କରିଥିଲେ ।
୧୯୦୬ :- ଉତ୍କଳ ସମ୍ମିଳନୀର ତୃତୀୟ ଅଧୁବେଶନ ବାଲେଶ୍ୱରଠାରେ ତାଳଚେରର ରାଜା କିଶୋର ଚନ୍ଦ୍ରଦେବଙ୍କ ସଭାପତିତ୍ୱରେ ଓ ଡିସେମ୍ବର ୨୭ ଆଉ ୨୮ ତାରିଖରେ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଂଜ ଦେଓଙ୍କର ସଭାପତିତ୍ୱରେ ବ୍ରହ୍ମପୁରଠାରେ ଉତ୍କଳ ସମ୍ମିଳନୀର ଚତୁର୍ଥ ଅଧୁବେଶନ ଅନୁଷ୍ଠିତ ହୋଇଥିଲା ।
। ୧୯୦୭ :- ଜୁନ୍ ୩ ତାରିଖରେ ମଧୁସୂଦନ କନିକା ରାଜା ରାଜେନ୍ଦ୍ର ନାରାୟଣ ଇଂଜଦେଓଙ୍କର ସହିତ ଲଣ୍ଡନ ଯାତ୍ରାକରି ଭାରତ ସଚିବ ଲର୍ଡ଼ ମର୍ଲିଙ୍କ ସହିତ ସାକ୍ଷାତ କରି ଦାବି ଉପସ୍ଥାପନା କରିଥିଲେ । ଏହି ବର୍ଷ ଲଣ୍ଡନ ଟାଉନ ହଲ୍‌ରେ ଓ ବିଭିନ୍ନ ସାମ୍ବାଦିକ ସମ୍ମିଳନୀରେ ମଧୁସୂଦନ ଯେଉଁ ଭାଷଣ ପ୍ରଦାନ କରିଥିଲେ ତାହା ଲଣ୍ଡନର ଦୈନିକ ପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା । ଓଡ଼ିଶାର ପ୍ରବଳ ବନ୍ୟାପରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ମଧୁସୂଦନ ଗ୍ଲାସ୍କୋ ହେରାଲଡ଼୍‌ର ସାମ୍ବାଦିକ ନାଭିନ୍‌ସନ୍‌ଙ୍କ ସହିତ ଓଡ଼ିଶା ଫେରିଆସି ସାହାଯ୍ୟ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଏହି ବର୍ଷଠାରୁ ବନ୍ୟାଞ୍ଚଳରେ ସେବା କାର୍ଯ୍ୟ ଆରମ୍ଭ କରିଥିଲେ । ମଧୁସୂଦନ ଏହି ବର୍ଷ ବାଳିକା ବିଦ୍ୟାଳୟକୁ ହାଇସ୍କୁଲ୍‌ରେ ପରିଣତ କରିଥିଲେ । ବଙ୍ଗର ଗଭର ଏଣ୍ଡୁ ଫେଜର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।
୧୯୦୮ :- ଏହି ବର୍ଷ ମଧୁସୁଦନ ଶାସନ ସଂସ୍କାର କ୍ଷେତ୍ରରେ କଲିକତାରେ ଲର୍ଡ ବି କମିଶନ୍ ଆଗରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଏହି ବର୍ଷ ଉତ୍କଳ ସମ୍ମିଳନୀର ପୁରୀଠାରେ ପଞ୍ଚମ ଅଧୁବେଶନରେ ଯେଉଁ ମନ୍ତ୍ରପାଠ କରାଯାଇଥିଲା ତାହାଲା ଏହିପରି- "ଏହିଠାରେ ଆମ୍ଭ ଉତ୍କଳ ଜନନୀ ତଥା ଭାରତ ଜନନୀଙ୍କ କ୍ରୋଡ଼ରେ ବସିଥାଉ । ସମସ୍ତେ ଏକଥା ଭାବ ଆଉ ପ୍ରତିଜ୍ଞା କର ଯେ, ପ୍ରତିଦିନ ୫ମିନିଟ୍ ଦେଶ କଥା ଭାବିବି । ସମ୍ମିଳନୀ ସକାଶେ ଉତ୍କଳ ନିମନ୍ତେ ଓ ଭାରତ ନିମନ୍ତେ ୫ମିନିଟ୍ ବ୍ୟୟ କରିବି । ଏହା ହେଉଛି ମନ୍ତ୍ର ଏବଂ ଏହି ମନ୍ତ୍ରରେ ଆଜି ସମ୍ମିଳନୀର ବିଦ୍ୟାରମ୍ଭ ।"
୧୯୦୯ - ମଧୁସୂଦନଙ୍କ ଏକାନ୍ତ ପ୍ରଚେଷ୍ଟାରେ ଆଉ ଆଶୁତୋଷ ମୁଖାର୍ଜୀଙ୍କର ସହଯୋଗରେ କଲିକତାରେ ଆଇନ ପଢ଼ିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତି ଛାତ୍ରଙ୍କୁ ମାସିକ ମଧୁସୂଦନ ତିରିଶିଟଙ୍କୁ ବୃତି ପ୍ରଦାନ କଲେ । ଏହା ଫଳରେ ବହୁ ବୁଦ୍ଧିଜୀବୀ ଛାତ୍ର କଲିକତାରେ ସ୍ନାତକୋତ୍ତର ଡିଗ୍ରୀ ସହିତ ଆଇନ ଅଧ୍ୟୟନ କରିଥିଲେ । ଏହା ମଧ୍ୟରେ ଥିଲେ ପଣ୍ଡିତ ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ ମିଶ୍ରଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି । ମଧୁସୂଦନ ଜମିଦାର ପ୍ରଥା ବିରୁଦ୍ଧରେ କୃଷକଙ୍କ ସ୍ୱାର୍ଥରକ୍ଷା ଲାଗି ପ୍ରଜା ପରିଷଦ ଗଠନ କରିଥିଲେ । ଏହିବର୍ଷ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟରେ ଦୁଇଜଣ ଛାତ୍ରୀ ଏଣ୍ଟ୍ରାନସ୍ ପାସ୍ କରିଥିଲେ ।

ଆମ ମଧୁସୂଦନ ୩୬୯