ପୃଷ୍ଠା:Aama Madhusudan.pdf/୩୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୧୦ :ବଜେଟରେ ମଧୁସୂଦନଙ୍କ ପ୍ରଚେଷ୍ଟାରେ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥାରେ ରେଭେନ୍ସା କଲେଜରେ ଇତିହାସ ବିଭାଗ ଖୋଲା ଯାଇଥିଲା । ଏହି ବର୍ଷ ମଧୁସୂଦନଙ୍କ ପ୍ରେରଣାରେ ଗୋପାଳବଲ୍ଲଭ ଦାସଙ୍କ ଷଢୁ ଭାଇ ବାଳମୁକୁନ୍ଦ କନ୍ମଗୋ ଓ ବିଦ୍ୟାଧର ପଣ୍ଡାଙ୍କର ପ୍ରଚେଷ୍ଟାରେ ପ୍ରଥମ ସମବାୟ ବ୍ୟାଙ୍କ ବାଙ୍କଠାରେ ଖୋଲା ଯାଇଥିଲା ।
୧୯୧୧ :- ଏହି ବର୍ଷ ମଧୁସୂଦନ ପ୍ରଜା ପରିଷଦର କାର୍ଯ୍ୟକୁ ବ୍ୟାପକ କରିଥିଲେ ଓ କଟକ ଜିଲ୍ଲାର ବନ୍ୟାଞ୍ଚଳରେ ସାହାଯ୍ୟଦାନର ବ୍ୟବସ୍ଥା କରିଥୁଲେ । ପ୍ରଜା ପରିଷଦରେ ପଣ୍ଡିତ ଗୋପବଂଧୁ ପଣ୍ଡିତ ନୀଳଙ୍କ ଯୁଗ୍ଧ ସଂପାଦକ ରହିଥିଲେ ।
୧୯୧୨ :- ଏହିବର୍ଷ ବଂଗ ବିଧାନସଭା କାଉନସିଲ୍‌ରେ ଆଗତ ଓଡ଼ିଶା ପ୍ରଜାସ୍ୱତ୍ର ଆଇନକୁ ବିରୋଧ କରିଲେ ମଧ୍ୟ ୨୩.୩.୧୯୧୨ରେ ଏ ବିଲିଟି ବିଧାନ କାଉନ୍‌ସିଲ୍‌ରେ ଗୃହୀତ ହୋଇଥିଲା । ମଧୁସୂଦନଙ୍କର ପ୍ରଚଣ୍ଡ ପ୍ରତିବାଦ ଫଳରେ ଭାରତର ବଡ଼ଲାଟ ଲର୍ଡ ହାଡ଼ିଞ୍ଜ ଏହି ବିଲ୍‌ଟିକୁ ଜୁରୀ ପ୍ରଦାନ କରିନଥିଲେ । ଏପ୍ରିଲ୍‌ ପହିଲାରେ ବଂଗ ପ୍ରଦେଶକୁ ବିଖଣ୍ଡିତ କରି ସ୍ବତନ୍ତ୍ର ବିହାର ଓ ଓଡ଼ିଶା ରାଜ୍ୟ ସ୍ଥାପନା ହୋଇଥିଲା । ଏଣେ ଇଂଲଣ୍ଡରେ “ହାଉସ୍ ଅଫ୍ ଲର୍ଡସ୍ ରେ ଲର୍ଡ କର୍ଜନ ଏ ବ୍ୟବସ୍ଥାକୁ ଆକ୍ଷେପ କରି ତୀବ୍ର ପ୍ରତିବାଦ କରିଥିଲେ । ବହୁପୁରଠାରେ ୨୨.୯.୧୯୧୨ ରେ ଏହି ଅନ୍ୟାୟ ଦୂର ହେବା ପର୍ଯ୍ୟନ୍ତ ପାଶ୍ମ ପରିବର୍ତ୍ତନ ଏକାଦଶୀ ପାଳନ କରିବାପାଇଁ ଆହ୍ବାନ ଦେଇଥିଲେ । ଏହି ବର୍ଷ ଡିସେମ୍ବର ମାସରେ ପାଟନାଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ଅଧୁବେଶନରେ ଅଭ୍ୟର୍ଥନା ସମିତିର ଉପସଭାପତି ରୂପେ ଯୋଗଦାନ କରିଥିଲେ । ଏହି ବର୍ଷ ଡିସେମ୍ବର ୨୮ ତାରିଖରେ ଭକ୍ତକବି ମଧୁସୂଦନ ରାଓଙ୍କର ପରଲୋକ ହୋଇଥିଲା ।
୧୯୧୩ :-ଏହି ବର୍ଷ ମଧୁସୂଦନ ଇଣ୍ଡିଆନ୍ ଇମ୍ପିରିଆଲ୍ କାଉନ୍ସିଲ୍‌ର ସଦସ୍ୟ ରୂପେ କଟକ ଓ ପାଟନା ମଧ୍ୟରେ ରେଳ ଚଳାଚଳ ଓ ଚାନ୍ଦବାଲି ବନ୍ଧର ସ୍ଥାପନା ପାଇଁ ପ୍ରସ୍ତାବ ଆଗତ କରିଲେ । ରେଭେନ୍ସା ଉଚ୍ଚବାଳିକା ବିଦ୍ୟାଳୟ ସରକାରୀ କର୍ତ୍ତୃତ୍ୱାଥୀନ ହେଲା ।
୧୯୧୪:- ଏହି ବର୍ଷ ମଧୁସୂଦନଙ୍କର କନିଷ୍ଠ ଭ୍ରାତା ଗୋପାଳବଲ୍ଲଭ ଦାସଙ୍କର ପରଲୋକର ଦୁଇଦିନ ପରେ ୨୬.୧୨.୧୯୧୪ରେ ସେ ପାରଳା ମହାରାଜାଙ୍କର ଆହୁତ ଉତ୍କଳ ସମ୍ମିଳନୀରେ ଯୋଗଦାନ କରି ପ୍ରେରଣା ପ୍ରଦାନ କରିଥିଲେ । ଏହି ଅଧୁବେଶନ ପାରଳାଖେମଣ୍ଡିରେ ଅନୁଷ୍ଠିତ ହୋଇଥୁଲା । ଉତ୍କଳ ସମ୍ମିଳନୀର ଏହି ଦଶମ ଅଧୁବେଶନରେ ରାଜା ବିକ୍ରମ ଦେବ ସଭାପତିତ୍ବ କରିଥିଲେ ।
୧୯୧୫ :-ମଧୁସୂଦନ ଇମ୍ପରିଆକେନ୍ଦ୍ରୀୟ କାଉନ୍ସିରେଲବଣ କରରେ ବୃଦ୍ଧି ବିରୋଧରେ ଦୃଢ଼ ପ୍ରତିବାଦ କରିଥିଲେ । ଏହି ବର୍ଷଠାରୁ ରେଭେନ୍ସା ଗାର୍ଲସ୍ ହାଇସ୍କୁଲ୍ କଲେଜରେ ପରିଣତ ହେଲା । ମଧୁସୂଦନଙ୍କ ପ୍ରଚେଷ୍ଟାରେ ମଧୁସୂଦନ ଇମ୍ପରିଆଲ୍‌ସେଣ୍ଟର କାଉନ୍‌ସିଲ୍‌ରେ ମଦନମୋହନ ମାଲବ୍ୟ, ଜିନ୍ନା, ସୁରେନ୍ଦ୍ର ନାଥ ବାନାର୍ଜି, ଆଦି ସହ ବକ୍ତବ୍ୟ ରଖିଥିଲେ ।

୩୭୦ ଆମ ମଧୁସୂଦନ