ପୃଷ୍ଠା:Aama Madhusudan.pdf/୩୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡିସେମ୍ବର ୨୬ ତାରିଖରେ ନାଗପୁରଠାରେ ଭାରତୀୟ ଜାତୀୟ କଂଗ୍ରେସର ୩୫ ତମ ଅଧୁବେଶନରେ ଚିତ୍ତରଂଜନ ଦାସ ଅସହଯୋଗ ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହାକୁ ଗାନ୍ଧିଜୀ ସମର୍ଥନ କରିଥିଲେ । ଭାଷାଭିତ୍ତିରେ ପ୍ରଦେଶ ଗଠନର ପ୍ରସ୍ତାବ ମଧ୍ୟ ଏହି ଅଧୁବେଶନରେ ଗୃହୀତ ହୋଇଥୁଲା । ଏହି ନାଗପୁରଠାରୁ କଂଗ୍ରେସରୁ ଓଡ଼ିଆ ସଦସ୍ୟମାନେ ଫେରି ବିହାରର ଚକ୍ରଧର ପୁରଠାରେ ଡିସେମ୍ବର ୩୦ ଓ ୩୧ ତାରିଖରେ ଉତ୍କଳ ସମ୍ମିଳନୀର ଷୋଡ଼ଶ ଅଧୁବେଶନରେ ଯୋଗଦାନ କରିଲେ । ଏହି ସଭାରେ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରସ୍ତାବ ଆଣିଲେ ଯେ, ସମିଳନୀର ବର୍ତ୍ତମାନ ଯେଉଁ ଉଦ୍ଦେଶ୍ୟରେ ନିରୂପିତ ହୋଇଛି, ତାହା ସ୍ଥିର ରଖାଯାଇ ଜାତୀୟ ମହା ସମିତିର ଯେଉଁ ଉଦ୍ଦେଶ୍ୟ ଓ ଆକାକ୍ଷ୍ୟ ରହିଛି ତାହା ଏହି ସମ୍ମିଳନୀର ଉଦ୍ଦେଶ୍ୟ ଓ ଆକାଂକ୍ଷା ରୂପେ ଗୃହୀତ ହେଉ । ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଏହାକୁ ସମର୍ଥନ କଲେ । ଏହି ପ୍ରସ୍ତାବ ବହୁ ସଂଖ୍ୟକ ମତରେ ଗୃହୀତ ହୋଇଥିଲା । ବ୍ରଜସୁନ୍ଦର ଦାସ ଓ ବିଶ୍ବନାଥ କର ପ୍ରମୁଖ ଏହି ପ୍ରସ୍ତାବରୁ ବିରୋଧ କରିଥିଲେ ।
୧୯୨୧ :- ସତେନ୍ଦ୍ର ପ୍ରସାଦ ସିହ୍ନା ପ୍ରଥମ ଭାରତୀୟ ଗଭର୍ଣ୍ଣର ରୂପେ ବିହାର ଓଡ଼ିଶା ପ୍ରଦେଶ ଗଭର୍ଣର ପଦରେ ଅଧୁଷ୍ଠିତ ହୋଇଥୁଲେ । ଏହିଠାରୁ ମଣ୍ଟଫୋର୍ଡ କମିଟିର ସୁପାରିଶ ସହିତ ଦୈତ ଶାସନ ବିଧୁ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା । ଏହା ପରୀକ୍ଷଣ କରିବା ଏକ ଜଟିଳ ସମସ୍ୟା ଥିଲା । ଏଣୁ ବିହାର ଏବଂ ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ର ପ୍ରସାଦ ସିହ୍ମା, ମଧୁସୂଦନଙ୍କୁ ବିହାର ଓ ଓଡ଼ିଶା ପ୍ରଦେଶର ମନ୍ତ୍ରୀ ପଦ ଗ୍ରହଣ କରିବାକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ ଜଣାଇଥିଲେ । ମଧୁସୂଦନ ଏହି ବର୍ଷ ଜାନୁଆରି ୬ ତାରିଖରେ ବେସରକାରୀ ସଦସ୍ୟ ରୂପରେ ସ୍ବାୟତ୍ତ ଶାସନ, ପୂର୍ତ୍ତ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ ପଦରେ ଅଧୁଷ୍ଠିତ ହେଲେ । ମଧୁସୂଦନ ମନ୍ତ୍ରୀପଦରେ ଯୋଗ ଦେଇଥିବାରୁ , ଚକ୍ରଧରପୁରର ଉତ୍କଳ ସମ୍ମିଳନୀରୁ ପ୍ରତ୍ୟାବର୍ତ୍ତନ କରିବା ଯଦୁମଣି ମଙ୍ଗରାଜ ଆଉ ହରେକୃଷ୍ଣ ମହତାବ ପ୍ରମୁଖ ମଧୁସୂଦନଙ୍କ ବିରୁଦ୍ଧରେ ପ୍ରଚାର କରି ନବକୃଷ୍ଣ ଚୌଧୁରୀ ଓ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ସହିତ ମିଶି କଟକରେ ମଧୁସୂଦନଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।
ନଭେମ୍ବର ମାସ ୨୫ ତାରିଖରେ ବିହାର ଓଡ଼ିଶା କାଉନ୍ସିଲ୍‌ର ଅନ୍ୟତମ ସଦସ୍ୟ ବିଶ୍ୱନାଥ କର ଓଡ଼ିଆ ଭାଷାରେ ବିହାର ଓ ଓଡ଼ିଶା ବିଧାନ କାଉନ୍‌ସିଲ୍‌ରେ ଓଡ଼ିଆଭାଷୀ ଅଂଚଳ ମିଶ୍ରଣ ଲାଗି ଓଡ଼ିଆ ଭାଷାରେ ଯେଉଁ ପ୍ରସ୍ତାବ ଆଗତ କରିଥଲେ ତାହାକୁ ଇଂରାଜୀରେ ଅନୁବାଦ କରି ମଧୁସୂଦନ ଏହି ପ୍ରସ୍ତାବକୁ ସମର୍ଥନ କରିଲେ । ଏହି ଘଟଣା କାଉନ୍ସିରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ସାଲରେ ମଧୁସୂଦନ ସ୍ବାୟତ୍ତ ଶାସନ, ପୂର୍ତ୍ତ ଓ ସ୍ବାସ୍ଥ୍ୟ ବିଭାଗର ବଜେଟରେ ଅର୍ଥ ଅନୁଦାନ ଉପରେ ଆଲୋଚନା କରିବା ସହିତ ମ୍ୟୁନିଲ୍ ଜିଲ୍ଲାବୋର୍ଡ଼ ଓ ଲୋକାଲ୍ ବୋର୍ଡ଼ର ସ୍ଥାପନା ଓ ନିର୍ବାଚନ ଉପରେ ତାତ୍ତିକ ଆଲୋଚନା କରିଲେ । ଏହାଛଡ଼ା ନାରୀମାନଙ୍କୁ ଭୋଟ ଅଧୁକାର ପ୍ରଦାନ, ପ୍ରାଥମିକ ଶିକ୍ଷାର ପ୍ରସାର, ପବିତ୍ର ସଂଗାଜଳକୁ ପ୍ରଦୂଷଣ ମୁକ୍ତ କରିବା, ଆୟୁର୍ବେଦିକ, ୟୁନାନୀ ଚିକିତ୍ସାଳୟ ସ୍ଥାପନ ସହିତ କୃଷି କଲେଜର ପ୍ରତିଷ୍ଠା ଉପରେ ତାଙ୍କର

୩୭୨ ଆମ ମଧୁସୂଦନ