ପ୍ରସ୍ତାବ ବିଧାନ କାଉନସିଲରେ ଗୃହୀତ ହୋଇଥିଲା । ମାର୍ଚ୍ଚ ୨୧ ତାରିଖରେ ମହାତ୍ମାଗାନ୍ଧୀ କଟକ ପରିଦର୍ଶନ କରିଥିଲେ। ୨୯ ତାରିଖରେ ବ୍ରହ୍ମପୁର ପରିଦର୍ଶନ ବେଳେ ଓଡ଼ିଶା ପ୍ରଦେଶକୁ ସମର୍ଥନ କରି ଆନ୍ଧିବାସୀଙ୍କୁ ଏଥିରେ ସହଯୋଗ କରିବାପାଇଁ ନିବେଦନ କରିଥିଲେ ।
ବ୍ରିଟିଶ ରାଜ ପରିବାରର ଏକ ସଦସ୍ୟଙ୍କର ସମ୍ବର୍ଦ୍ଧନା ଘେନି ପ୍ରଦତ୍ତ ଭୋଜି ସଭାରେ ମଧୁସୂଦନଙ୍କର ପ୍ରସ୍ତାବିତ ସ୍ବଦେଶୀ ପୋଷାକ ପରିଧାନ କରି ଯୋଗଦାନ ଉପରେ ଏକ ବିତର୍କ ସୃଷ୍ଟି ହୋଇଥିଲା । ଏହି ଭୋଜି ସଭାର ନିମନ୍ତ୍ରଣକୁ ମଧୁସୂଦନ ପ୍ରତ୍ୟାଖ୍ୟାନ କରିଥିଲେ ।
୧୯୨୨ :- ମ୍ୟୁନିସିପାଲିଟି, ଜିଲ୍ଲାବୋର୍ଡ଼ ଓ ଲୋକାର୍ଲ ବୋର୍ଡ଼ମାନଙ୍କରେ ଅସୃଶ୍ୟ ବ୍ୟକ୍ତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସ୍ତାବଏହି ବର୍ଷ ମଧୁସୂଦନ କାଉନ୍ସିରେ ଗୃହୀତ କରାଇ ନେଇଲେ । ମୋତିଲାଲ୍ ନେହେରୁ ତଥା ଚିତ୍ତରଂଜନ ଦାସଙ୍କ ପ୍ରତିଷ୍ଠିତ କଂଗ୍ରେସର ‘ସ୍ବରାଜ୍ୟ ଦଳର ପ୍ରତିନିଧୁମାନଙ୍କୁ ନିର୍ବାଚିତ କରାଇବା ପାଇଁ ମଧୁସୂଦନ ଯେଉଁ ପ୍ରଚେଷ୍ଟା ଆରମ୍ଭ କରିଲେ, ତାହା ସଫଳ ହୋଇଥିଲା ।
୧୯୨୩ :- ଫେବୁଆରି ମାସରେ ଯୁଗାନ୍ତକାରୀ ସ୍ବାୟତ୍ତ ଶାସନ ଆଇନ ବିଧାନ କାଉନ୍ସିଲରେ ଗୃହୀତ ହୋଇଥିଲା । ପରବର୍ତ୍ତୀକାଳରେ ୧୯୨୭ ସାଲରେ ବିହାର ଗଭର୍ଣ୍ଣର ଏଟ୍ ର ଲଣ୍ଡନର କଣ୍ଟ୍ ଟନ୍ ହଲରେ କହିଲେ ଯେ, “ମଧୁସୂଦନ ପ୍ରଣୀତ କରିବା ସ୍ୱାୟତ୍ତ ଶାସନ ଆଇନରେ ଯେଉଁ ପ୍ରଗତିଶୀଳ ଅଗ୍ରଗାମୀ ବ୍ୟବସ୍ଥା ସଂକଳିତ କରାଯାଇଛି, ତାହା ଇଂଲଣ୍ଡର ସ୍ବାୟତ୍ତ ଶାସନ ଆଇନରେ ମଧ୍ୟ ସ୍ଥାନ ପାଇପାରିବ ନାହିଁ ।” ଭାରତର ପ୍ରାଦେଶିକ ବ୍ୟବସ୍ଥାରେ ପ୍ରଚଳିତ ଦ୍ବୈତ ଶାସନକୁ ଅଲକ୍ଷଣା ପେଚା ଶାସନ ବୋଲି ଆଖ୍ୟାୟିତ କରି ସ୍ବାୟତ୍ତ ଶାସନ ମନ୍ତ୍ରୀଙ୍କର ପଦ ଅବୈତନିକ ହେବା ଦାବିରେ ମାର୍ଚ୍ଚ ମାସରେ ମଧୁସୂଦନ ଇସ୍ତଫା ପ୍ରଦାନ କରି ମନ୍ସିତ୍ ତ୍ୟାଗ କରିଥିଲେ । ମଧୁସୂଦନଙ୍କର ଅନ୍ୟତମ ପାଳିତା କନ୍ୟା ସୁଧ୍ୟଶୁବାଳା ହାଜରା ୧୯୨୧ ସାଲରେ ଆଇନ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ତାଙ୍କର ଆଇନଜୀବୀ ବୃଦ୍ଧି ଗ୍ରହଣର ଅଧୁକାର ୧୯୨୩ ସାଲରେ ପ୍ରଦାନ କରାଯାଇଥିଲା । ଏହି ପରିବର୍ତ୍ତିତ ଆଇନ ବଳରେ ସୁଧ୍ୟଶୁବାଳା ହାଜରା ୧୨.୧୨.୧୯୨୩ରେ ପାଟନା ହାଇକୋର୍ଟରେ ପ୍ରଥମ ମହିଳା ଓକିଲ ରୂପରେ ଗୃହୀତ ହୋଇଥିଲେ ।
୧୯୨୪ :- ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ତିରୋଧାନ ୧୪.୪.୧୯୨୪ (ଶ୍ରାବଣ ପୂର୍ଣ୍ଣିମା)
୧୯୨୪:- ୨୩.୧.୧୯୨୪ରେ ମଧୁସୂଦନଙ୍କର ଜଣେ ଜୁନିଅର୍ ରୂପରେ କଳାକୋର୍ଟ ପିନ୍ଧି ସୁଧ୍ୟଶୁବାଳା ହାଜରା ପାଟନା ହାଇକୋର୍ଟରେ ଅବତୀର୍ଣ୍ଣ ହେବାର ଯୁଗାନ୍ତକାରୀ ସଂବାଦ ଆଉ ଦୃଶ୍ୟପଟ ସାରା ଭାରତର ସଂବାଦପତ୍ର ମାନଙ୍କର ପୃଷ୍ଠାମଣ୍ଡନ କରିଥିଲା । ମୁଡ଼ିମ୍ୟାନ୍ କମିଟି ସଂସ୍କାର ଅନୁଧ୍ୟାନପାଇଁ ଓଡ଼ିଶା ଆସିଥିଲେ । ନଭେମ୍ବର ମାସରେ ଫିଲ୍ଫ୍ ଡଫ୍ କମିଟି ଦକ୍ଷିଣ ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଅନୁସନ୍ଧାନ କରିଥିଲେ । ମଧୁସୂଦନ ଏହି କମିଟିକୁ ଓଡ଼ିଶା
ପୃଷ୍ଠା:Aama Madhusudan.pdf/୩୭୨
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୩୭୩