ପୃଷ୍ଠା:Aama Madhusudan.pdf/୩୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରଳା ମହାରାଜା ଅତ୍ୟନ୍ତ ମର୍ମାହତ ହୋଇଥଲେ । ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡିର "ଉତ୍କଳ ହିତୈଷିଣୀ’ ସଭାର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ବୟସର ଗୁରୁତ୍ବ ଦୃଷ୍ଟିରୁ ମଧୁସୂଦନଙ୍କର ଆହ୍ବାନରେ ତାଙ୍କର ବାସଭବନରେ ୪.୭.୧୯୩୨ ଏବଂ ୨୬.୭.୧୯୩୨ ରେ ଦୁଇଟି ସଭା ଅନୁଷ୍ଠିତ ହୋଇ ଭବିଷ୍ୟତର ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।
ତୃତୀୟ ଗୋଲଟେବୁଲ୍ ବୈଠକ ଲଣ୍ଡନରେ ୧୭.୧୧.୧୯୩୨ଠାରୁ ୨୪.୧୨.୧୯୩୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥୁଲା । ୨୪.୧୨.୧୯୩୨ ରେ ଭାରତ ସଚିବ ସାର୍ ସାମୁଏଲ୍‌ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନାର ଘୋଷଣା କରିଥିଲେ ।
୧୯୩୩ :- ତିନିଗୋଟି ଗୋଲ ଟେବୁଲ୍ ବୈଠକ ସମାହିତ ହେବାପରେ ଏହାର ନିର୍ଯ୍ୟାସ ଶ୍ୱେତପତ୍ର ଆକାରରେ ୧୮.୩.୧୯୩୩ରେ ପ୍ରକାଶିତ ହେଲା । ଏହା ଥିଲା ଓଡ଼ିଶା ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ରିପୋର୍ଟରେ ଉଭୟ ପାରଳା ଖେମୁଣ୍ଡି ଓ ଜୟପୁର ଜମିଦାରି ବାତ୍ ପଡ଼ିଥିବାରୁ ଓଡ଼ିଶା ପ୍ରଦେଶର ଆୟତନ ୩୩୦୦ ବର୍ଗମାଇରୁ ୨୧୦ବର୍ଗ ମାଇକୁ ଖସି ଆସିଲା । ଏହି ଶ୍ୱେତପତ୍ର ପ୍ରକାଶ ପାଇଲାପରେ ସମଗ୍ର ଓଡ଼ିଆ ଜାତି ସ୍ତବ୍ଧ ହୋଇଯାଇଥିଲା । ପାରଳା ମହାରାଜାଙ୍କ ପାଇଁ ଏହାଥିଲା ଦାରୁଣ ଆଘାତ । ଏଣେ ଶ୍ୱେତପତ୍ର ପ୍ରକାଶ ପାଇଲା ପରେ ବିହାର, ଓଡ଼ିଶା ବିଧାନ କାଉନ୍ସିରେ ସଚ୍ଚିଦାନନ୍ଦ ସିହ୍ନ ୧୨.୩.୧୯୩୩ରେ ବକ୍ତବ୍ୟ ପ୍ରଦାନ କରି କହିଥୁଲେ ଯେ, ସୀମା ନିର୍ଦ୍ଧାରଣ କମିଟିର ସମସ୍ତ ସଭ୍ୟ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରି ମିଶ୍ରଣ ହେବାପାଇଁ ମତ ପ୍ରକାଶ କରିଲେ ମଧ୍ୟ ଶ୍ୱେତପତ୍ରରେ ଏହା ବାଦ ପଡ଼ି ବା ଦୁର୍ଭାଗ୍ୟଜନକ । ଏହି ସମୟରେ ବିହାର ଓଡ଼ିଶା ସରକାରଙ୍କ ଅର୍ଥ ସଦସ୍ୟ କନିକା ରାଜା ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଲେ । ବି ହାର, ଓଡ଼ିଶା କାଉନ୍ସିଲ୍ର ସଭ୍ୟ ଲୋକନାଥ ମିଶ୍ର ୨୨.୩.୧୯୩୩ରେ କାଉନସିଲ୍‌ରେ ଏକ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ । ୧୯୩୩ ସାଲର ଏପ୍ରିଲ୍ ତୃତୀୟ ସପ୍ତାହରେ ମଧୁସୂଦନ କଟକରେ ପାରଳାଖେମୁଣ୍ଡିର ଉତ୍କଳ ହିତୈଷିଣୀ ସଭାର ସହଯୋଗରେ ଏକ ସର୍ବଦଳୀୟ ବୈଠକ ଆହ୍ବାନ କରିଲେ । ଏଥୁରେ ପାରଳା ମହାରାଜା କଂଗ୍ରେସ ସଭାପତି ନୀଳକଣ୍ଠ ଦାସ, ଖଲ୍ଲିକୋଟ ରାଜା ସାହେବ ସତ୍ୟନାରାୟଣ ରାଜଗୁରୁ, ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥଲେ । ଦୁର୍ବଳ ସ୍ବାସ୍ଥ୍ୟ ଯୋଗୁଁ ଲଣ୍ଡନ ଯିବା ମଧୁବାବୁଙ୍କ ପକ୍ଷରେ ସମ୍ଭବପର ନଥିଲା । ତେଣୁ ତାଙ୍କ ପ୍ରେରଣାରେ ପାରଳା ମହାରାଜା ୨୭.୪.୧୯୩୩ରେ ଲଣ୍ଡନ ଯାତ୍ରା କଲେ । ଗଲାବେଳେ କହିଲେ ଯେ, ଯଦି ପାରଳାଖେମୁଣ୍ଡି ଓଡ଼ିଶାରେ ନ ମିଶେ ତେବେ ସେ ଇଂଲଣ୍ଡରୁ ଫେରିବେ ନାହିଁ ।
ଲଣ୍ଡନରେ ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟିରେ ସାକ୍ଷ୍ୟପ୍ରଦାନ ପାଇଁ ପାରଳା ମହାରାଜାଙ୍କୁ ଛଡ଼ା ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ, ଭୁବନାନନ୍ଦ ଦାସ, ଲିଙ୍ଗରାଜ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ, ପ୍ରମୁଖ ଉପସ୍ଥିତ ଥିଲେ ଇଂଲଣ୍ଡରେ ପ୍ରସ୍ତାବିତ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିରେ ଭାରତ

ଆମ ମଧୁସୂଦନ ୩୭୭