ପୃଷ୍ଠା:Aama Madhusudan.pdf/୩୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଚିବ ଲର୍ଡ଼ ଜେଟ୍‌ଲାଣ୍ଡ ଲର୍ଡ ଡେବି, ଲର୍ଡ଼ ଲୋଥୁଆନ, ମେଜର ଅଟଲୀ ଏନ୍ ସରକାର ଆଉ ଜଫୁରୁଲ୍ ଖାନ୍ ସଦସ୍ୟ ରହି ଥୁଲେ । ପାରଳାଖେମୁଣ୍ଡି ମହାରାଜାଙ୍କ ନେତୃତ୍ବ ରେ ୩.୭.୧୯୩୩ରେ ଓଡ଼ିଆ ସଭ୍ୟମାନେ ଏହି ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଆଗରେ ଅତ୍ୟନ୍ତ ପ୍ରଭାବଶାଳୀ ଭାବରେ ସେମାନଙ୍କର ସାକ୍ଷ୍ୟ ପ୍ରଦାନ କରିଥିଲେ । ଏହାପରେ ୧୦.୧୯୩୩ରେ ଆନ୍ଧ୍ର ପ୍ରତିନିଧୁ ଦଳ ସେମାନଙ୍କର ସାକ୍ଷ୍ୟ ପ୍ରଦାନ କରିଥିଲେ ।
ଏଣେ ବିହାର, ଓଡ଼ିଶାର ଅର୍ଥ ସଦସ୍ୟ କନିକା ରାଜା ରାଜେନ୍ଦ୍ର ନାରାୟଣ ଇଂଜଦେଓ ବିହାର, ଓଡ଼ିଶା କାଉନ୍ସିରେ ୧୯୩୩ ଆଉ ୧୯୩୪ ସାଲରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ବଜେଟର ଉପସ୍ଥାପନା କଲେ । ଏହି ସ୍ୱତନ୍ତ୍ର ଓଡ଼ିଶା ବଜେଟରେ ବାର୍ଷିକ ବଳକା ଆୟ ୯.୩୪ ଲକ୍ଷ ଥୁଲା । ଏଣୁ ନିଅଣ୍ଟିଆ ଅବସ୍ଥାରୁ ମୁକ୍ତ ହୋଇ ସ୍ବତନ୍ତ୍ର ଓଡ଼ିଶା ସ୍ଥାପନା ପାଇଁ ପଥ ପରିଷ୍କାର ହେଲା । ପରବର୍ତ୍ତୀକାଳରେ ଡକ୍ଟର ହରେକୃଷ୍ଣ ମହତାବ କନିକା ରାଜାଙ୍କର ଏ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଓଡ଼ିଶା ପ୍ରଦେଶ ଗଠନ କ୍ରମଶଃ ବାସ୍ତବ ରୂପ ନେବାପାଇଁ ସମ୍ଭାବନା ସୃଷ୍ଟି ହେଲା । ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ସରକାର ୨୬.୪.୧୯୩୩ରେ ସାର୍ ଜନ୍ ଅଷ୍ଟିନ୍ ହବାଙ୍କର ନେତୃତ୍ବରେ ଓଡ଼ିଶା ପ୍ରାଶାସନିକ କମିଟି ଗଠନ କଲେ । ଏଥୁରେ ମଧୁସୂଦନ ଦାସ, ଲକ୍ଷ୍ମୀଧର ମହାନ୍ତି, ବୀରବର ନାରାୟଣ ଚନ୍ଦ୍ର ଧୀର, ଏନ୍.ଆର୍.ନାଇଡ଼୍, ଡବ୍ଲୁ.ଓ. ନିୟୁସାମ୍, ନୀଳମଣି ସେନାପତି, ଲୋକନାଥ ମିଶ୍ର, ଗୌରୀ ଚନ୍ଦ୍ର ଦେବ ପ୍ରମୁଖ ଏହାର ସଭ୍ୟ ରହିଥୁଲେ । ଭି. ରାମସ୍ବାମୀ ଆଇ.ସି.ଏସ୍ ଏହି କମିଟିର ସେକ୍ରେଟାରୀ ଥୁଲେ । ଏହି କମିଟି ସମ୍ବଲପୁର, ରାୟପୁର, ଅନୁଗୁଳ, ବହୁପୁର, କଳିଙ୍ଗ, ଜି.ଉଦୟଗିରି ଓ କଟକ ପରିଦର୍ଶନ କରିଥିଲେ । ନୀଳମଣି ସେନାପତି କହନ୍ତି ଯେ, ମଧୁସୂଦନ ତାଙ୍କର ଜୀସ୍ବାସ୍ଥ୍ୟ ସତେ ଅଧୁକାଂଶ ଗସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହି କମିଟିର ଶେଷ ସାକ୍ଷ୍ୟ ଗ୍ରହଣ ଅକ୍ଟୋବର ମାସର ଅନ୍ତିମ ପର୍ଯ୍ୟାୟରେ ସମାପ୍ତ ହୋଇଥୁଲା । ମଧୁସୂଦନ ତାହାଙ୍କର ଦୁର୍ବଳ ଆଉ କ୍ଷୟଗ୍ରସ୍ତ ସ୍ବାସ୍ଥ୍ୟସ୍ଥିତିରେ ପରିଭ୍ରମଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତାହାଙ୍କର ସ୍ବାକ୍ଷର ପ୍ରଦାନ କରିଥିଲେ । ଏହି କମିଟି ୬୯ ଜଣ ବ୍ୟକ୍ତିଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଲେ । ଏହି କମିଟିର ରିପୋର୍ଟ ୨୦.୧୨.୧୯୩୩ରେ ପ୍ରକାଶିତ ହୋଇଥିଲା ।
୧୯୩୪ :- ଏହି ୧୯୩୪ ସାଲର ପ୍ରାରମ୍ଭରୁ ଜାନୁଆରି ମାସରେ ମଧୁସୂଦନ ବାର୍ଦ୍ଧକ୍ୟ ପ୍ରପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ରହିଥିଲେ । ୧୬.୧.୧୯୩୪ରେ ଘଟିଥୁବା ବିହାର ଭୂମିକମ୍ପ ତାଙ୍କୁ ଦାରୁଣ ଆଘାତ ପ୍ରଦାନ କରିଥିଲା ।
ମଧୁସୂଦନ ଦାସଙ୍କର ମହାପ୍ରୟାଣ ୧୯୩୪ ସାଲର ଫେବ୍ରୁଆରି ୪ ତାରିଖରେ ହୋଇଥିଲା । ମହାତ୍ମାଗାନ୍ଧୀଙ୍କର ହରିଜନ ପଦଯାତ୍ରା ମଇମାସ ୮ ତାରିଖରୁ ପୁରୀଠାରୁ ଆରମ୍ଭ କଲେ । ସେ ତାଙ୍କର ଦ୍ବିତୀୟ ପଦଯାତ୍ରା ୨୨ ତାରିଖରୁ ବଇରୀ ରେଳଷ୍ଟେସନଠାରୁ ପୁନରାୟ ଆରମ୍ଭ କଲେ । ଗାନ୍ଧିଜୀଙ୍କ ପଦଯାତ୍ରା ଜୁନ୍ ୮ ତାରିଖରେ ଭଦ୍ରକଠାରେ ସମାପ୍ତ ହେଲା ।

୩୭୮ ଆମ ମଧୁସୂଦନ