ପୃଷ୍ଠା:Aama Madhusudan.pdf/୩୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରଳା ମହାରାଜା ଓଡ଼ିଶା ପ୍ରଦେଶ ସ୍ଥାପନାର ଅନ୍ତିମ ପର୍ଯ୍ୟାୟରେ ଏହାର ସମାଧାନର ସୂତ୍ର ବାହାର କରିବାପାଇଁ ୨୨.୫.୧୯୩୪ରେ ପୁନର୍ବାର ଲଣ୍ଡନ ଯାତ୍ରା କରି ଇଂଲଣ୍ଡରେ ୮.୧୧.୧୯୩୪ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ଇଂଲଣ୍ଡରେ ୧୯୩୪ ନଭେମ୍ବର ମାସରେ ଭାରତର ସାମ୍ବିଧାନିକ ସଂସ୍କାର ଜଏଣ୍ଟ କମିଟି ଶ୍ୱେତପତ୍ରରେ ଓଡ଼ିଶାର ନିର୍ଦ୍ଧାରିତ ସୀମା ସହିତ ନିମ୍ନଲିଖିତ ଅଞ୍ଚଳ ସଂଲଗ୍ନ କରିବାକୁ ସୁପାରିଶ କରିଥିଲେ । ୧. ଜୟପୁର ଜମିଦାରି, ୨. ପାରଳାଖେମୁଣ୍ଡି ଓ ଜଳନ୍ତରର ମାଳଅଞ୍ଚଳ, ୩.ପାରଳାଖେମୁଣ୍ଡି ସହିତ ପାରଳା ଜମିଦାରିର କିଛି ଅଂଶ । ସେହି ନଭେମ୍ବର ମାସରେ ଲଡର଼୍ ଲି ଲିଥି ଗୋଙ୍କର ଅଧ୍ୟକ୍ଷତାରେ ଗଠିତ ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟି ମଧ୍ୟ ଏଥିପ୍ରତି ସ୍ୱୀକୃତି ପ୍ରଦାନ କରିଥିଲେ । ଏହି ସ୍ୱତନ୍ତ୍ର ବଜେଟରେ ନିଅଣ୍ଟିଆ ହେବା ଫଳରେ କିଛି ଲକ୍ଷ ଟଙ୍କା ବଳକା ରହିଥିଲା ଯାହା ଓଡ଼ିଶା ପ୍ରଦେଶ ଗଠନକୁ ବଳିଷ୍ଠ ସହାୟତା ପ୍ରଦାନ କରିଥିଲା ।

୧୯୩୫:- ବିହାର ଓ ଓଡ଼ିଶା ସରକାର ସ୍ୱତନ୍ତ୍ର ଓଡ଼ିଶା ସ୍ଥାପନା କରିବାପାଇଁ ୧୫.୧.୧୯୩୫ରେ ଏକ ପ୍ରସ୍ତାବ ଗ୍ରହଣ କଲେ ।

ଇଂଲଣ୍ଡରେ ବ୍ରିଟିଶ ସରକାର ଓଡ଼ିଶା ପ୍ରଦେଶ ସ୍ଥାପନା ସଂପର୍କରେ ଭାରତ ସରକାର ତଥା ଅନ୍ୟ ପ୍ରଦେଶମାନଙ୍କର ଏହି ପ୍ରସ୍ତାବର ପ୍ରତିକ୍ରିୟାକୁ ଅପେକ୍ଷା ନକରି ଓଡ଼ିଶା ପ୍ରଦେଶ ସ୍ଥାପନ ସଂପର୍କରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିର ପ୍ରସ୍ତାବ ଆଧାରରେ ବ୍ରିଟିଶ ପାର୍ଲିଆମେଣ୍ଟରେ ଭାରତ ସରକାର ୧୯୩୫ ବିଲ୍‍ ୧.୨.୧୯୩୫ରେ ଉପସ୍ଥାପନ କଲେ । ଏହା ୪.୮.୧୯୩୫ରେ ସମ୍ରାଟଙ୍କର ସ୍ୱୀକୃତି ପ୍ରାପ୍ତ ହେଲା ।

୧୯୩୬:- ସିନ୍ଧୁ ଓ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆବଶ୍ୟକୀୟ ଆଦେଶ ପ୍ରକାଶ ପାଇଲାା ଏହା ପାର୍ଲିଆମେଣ୍ଟର ଉଭୟ ଗୃହର ସମ୍ମତି ଲାଭକଲା । ଲଣ୍ଡରେ ବ୍ରିଟିଶ ସମ୍ରାଟ ମାର୍ଚ୍ଚ ୩ତାରିଖ ୧୯୩୬ରେ ଭାରତ ସରକାରଙ୍କର ଓଡ଼ିଶା ପ୍ରଦେଶ ଗଠନ ଆଦେଶକୁ ପ୍ରଚାରିତ କଲେ ଏବଂ ୧୯.୩.୧୯୩୬ରେ ଏହା ପ୍ରକାଶିତ ହେଲା ।

ଆସି ପହଞ୍ଚିଲା ଚିର ଆକାଂକ୍ଷିତ ଅଭୀଷ୍ଟ ଦିବସ ୧୯୩୬ ସାଲର ଏପ୍ରିଲ୍‍ ପହିଲା । ସାଢେ଼ ତିିଶହ ବର୍ଷର ସ୍ୱାଧୀନତା ହରାଇଥିବା ପରାଧୀନ ଓଡ଼ିଆ ଜାତିର ଭାଗ୍ୟରେ ସୂର୍ଯ୍ୟୋଦୟ ମଧ୍ୟରେ ସ୍ୱତନ୍ତ୍ରତାର ଗୌରବୋଜ୍ଜ୍ୱଳ ରବି ପୁନରାୟ ଉଦିତ ହେଲେ ।

୧୯୩୬ସାଲର ଏପ୍ରିଲ୍‍ ପହିଲା ନିର୍ବିବାଦରେ ଥିଲା ଏକ ପ୍ରଖର ଉଦ୍ଦୀପନାର ପ୍ରଜ୍ଜ୍ୱଳିତ ସ୍ତମ୍ଭ । ଏପ୍ରିଲ୍‍ ପହିଲାଦି ରେଭେନ୍‌ସା କଲେଜର ମୁଖ୍ୟ ହଲ୍‍କୁ ଓଡ଼ିଶା ଆସେମ୍ବ୍ଲିର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସାମ୍ବିଧାନିକ ମଞ୍ଚରେ ପରିଣତ କରାଯାଇଥିଲା । ସେହି ଦିବସର ପୂର୍ବାହ୍ନରେ ନବନିଯୁକ୍ତ ଓଡ଼ିଶାର ଗଭର୍ଣ୍ଣର ସାର୍‍ ଜନ୍‍ ଅଷ୍ଟି୍‍ ହବାକ୍‍ଙ୍କୁ ବିପୁଳ ଉତ୍ସାହ ଆଉ କରତାଳି ନିନାଦରେ ବିହାରର ମୁଖ୍ୟ ବିଚାରପତି ସାର୍‍ କୋଟେନ୍‍ ଟେରେଲୀ ଶପଥପାଠ କରାଇଥିଲେ । ସେହି ଗୌରବୋଜ୍ଜ୍ୱଳ ଦିବସର ସାୟାହ୍ନରେ ବାରବାଟୀ ଦୁର୍ଗର ପରିସର ମଧ୍ୟରେ ପାରଳା ମହାରାଜା

ଆମ ମଧୁସୂଦନ * ୩୭୯