ପୃଷ୍ଠା:Aama Madhusudan.pdf/୩୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉଜ୍ଜ୍ୱଳ ଆଲୋକରେ ପ୍ରଦୀପ୍ତମାନ ଏକ ଉତ୍ସବର ଆୟୋଜନ କରିଥିଲେ ା ହେଲେ ଓଡ଼ିଶା ଇତିହାସରେ ଚିରକାଳ ଲାଗି ଏପ୍ରିଲ୍‍ ପହିଲା ଚିହ୍ନିତ ହୋଇ ରହିବ ମଧୁସୂଦନଙ୍କ ଅମ୍ଳାନ ଗରିମାମୟ ଅପରାଜେୟ କୀର୍ତ୍ତି ନବ ସ୍ୱତନ୍ତ୍ର ଓଡ଼ିଶାର ସ୍ଥାପନା ଦିବସ ରୂପରେ ।

୧୯୩୭ ସାଲ:- ୧୯୩୭ ସାଲର ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା, ମାତ୍ର ୧.୪.୧୯୩୭ରୁ ୧୯.୭.୧୯୩୭ ପର୍ଯ୍ୟନ୍ତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀରୂପେ କାର୍ଯ୍ୟନିର୍ବାହ କରିଥିଲେ ଆଉ ୧୯.୭.୧୯୩୭ରୁ ୭.୧୧.୧୯୩୯ ପର୍ଯ୍ୟନ୍ତ କଂଗ୍ରେସ ସଦସ୍ୟ ବିଶ୍ୱାଥ ଦାସ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ ନିର୍ବାହ କଲେ । ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୨୪.୧୧.୧୯୪୧ରୁ ୩୦.୬.୧୯୪୪ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ।

ଧନ୍ୟଧନ୍ୟ ମଧୁସୂଦନ

ଉତ୍କଳମାତାର ଯୋଗ୍ୟ ନନ୍ଦନ

ଦେଲ ଉତ୍କଳକୁ ନବ ଜୀବନ,

ଶିଖାଇଲ ଲୋକେ ଜାତି ବନ୍ଦନ । (ଫକୀରମୋହନ)