ପୃଷ୍ଠା:Aama Madhusudan.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଚଣ୍ଡ ଆଘାତରେ ସମସ୍ତ ଗ୍ରାମ୍ୟ ଶିଳ୍ପ ବିଧ୍ୱସ୍ତ ହୋଇଯାଇଥିଲା । କିଛିବର୍ଷ ଗଭୀର ଅନ୍ତର୍ଦାହର ତୀବ୍ର ଢାଳାରେ ଜର୍ଜରିତ ହୋଇ ୧୮୯୨ ରେ ମଧୁସୂତିକୁ ଆସିଲା ପରେ, ତାଙ୍କ ସମ୍ମୁଖରେ ସୀମାହୀନ ଦିଗନ୍ତ ଉନ୍ମୋଚିତ ହୋଇଯାଇଥିଲା । ହଁ, ସେହି ସମାଧାନର ଚକ୍ରବାଳରେ ଉଦିତ ହୋଇଥିଲେ ସ୍ବଦେଶୀ ଶିଳ୍ପାୟନରୂପୀ ମୁକ୍ତ ଶିଳ୍ପର ସୂର୍ଯ୍ୟ । ସ୍ୱଦେଶୀ ଶିଳ୍ପାୟନ ଓ ସ୍ବାବଲମ୍ବନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି । ସମସ୍ତ ସମାଜକୁ ଏହି ମୁକ୍ତିତ୍ରରେ ଦୀକ୍ଷିତ କରିବା ପୂର୍ବରୁ ଏହାର ପରୀକ୍ଷା ଓ ନିରୀକ୍ଷା ନିଜଠାରୁ ହିଁ ସେ ଆରଂଭ କରିଥିଲେ । ତାଙ୍କର ସମସ୍ତ ବସ୍ତୁ ସ୍ବଦେଶୀ ହେବା ପଛରେ ପ୍ରଥମେ ପାଦରେ ପିନ୍ଧୁଥିବା ଜୋତାକୁ ହିଁ ସେ ଚିହ୍ନିତ କରିଥିଲେ । ଏହାର ସର୍ବୋତ୍ତମ ଉତ୍ପାଦନର ସୂତ୍ର-ଅନ୍ବେଷଣରେ ସେ ପରିବ୍ରାଜକ ରୂପେ ଘୂରିବୁଲିଥିଲେ ଚର୍ମକାର ଅଧୁଷିତ ବସ୍ତିସବୁ । ଆଉ ଚାରିଜଣ ଚର୍ମକାରଙ୍କୁ ନିଜ ପରିବାରର ସଂଗୀଭୂତକରି, ମଧୁସ୍ମତିରେ ବସତି ପ୍ରଦାନ କରିଥିଲେ । ୧୮୯୨ରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଅବାରିତ ଯାତ୍ରା ଲମ୍ବିଯାଇଥିଲା ୧୯୦୨ ସାଲ ଯାଏ, ଯେଉଁ ବର୍ଷ ତାଙ୍କର ବ୍ୟବହୁତ ସମୟ ବୟୁ ସୁଦେଶୀରେ ପରିଣତ ହୋଇଥିଲା । କାର୍ତ୍ତିକାରୀ ଏହି ଯାତ୍ରା ପଥରେ ୧୯୦୦ ସାଲରେ ଉନ୍ନତ ଚରଖାର ଉଭାବନ ଆଉ ୧୯୦୫ରେ ଫୁଇ ସଟଲ୍ ତନ୍ତ ସାହାଯ୍ୟରେ ତ୍ବରିତ ବୟନ ପ୍ରଣାଳୀର ଉପସ୍ଥାପନ ମାଧ୍ୟମରେ ନିଜର ଅଭିଳାଷକୁ ସେ ପୂର୍ଣ୍ଣ କରିପାରିଥିଲେ । ବ୍ୟବହାରପାଇଁ ଗ୍ରାମୀଣ କାରିଗରଙ୍କ ମାଧ୍ୟମରେ ସମସ୍ତ ସ୍ବଦେଶୀ ବସ୍ତୁ ଉପଲ ପରେ ବିଦେଶୀ ବର୍ଜନ ଆଉ ସ୍ବଦେଶୀ ଉତ୍ପାଦନ ଓ ବ୍ୟବହାରର ସଂକଳ୍ପବଦ୍ଧ ଶପଥପାଇଁ ସେ ଗ୍ରାମ ଆଉ ଜନପଦରେ ଘୂରିବୁଲିଥିଲେ । ଏ ସମୟ ଥିଲା ବ୍ରିଟିଶ୍ ନିଶ୍ଳେଷଣ ବିରୋଧରେ ଏକ ଅଘୋଷିତ ମୁକ୍ତି ସଂଗ୍ରାମ । ସ୍ୱାବଲମ୍ବନ ଥିଲା ଏହାର ମୂଳଭିତ୍ତି । ମଧୁସୂଦନଙ୍କ ଭାଷାରେ 'ଯେଉଁ ହାତରେ ଜଣେ ରୁଟି ଖାଏ, ସେହି ହାତରେ ହିଁ ତାହାକୁ ରୁଟିର ଉପାର୍ଜନ କରିବାକୁ ପଡ଼ିବ’ (୧୯୨୪ରେ ପାଟନାଠାରେ ପ୍ରଦତ୍ତ ଭାଷଣ) ।
ମଧୁସୂଦନ ଦାସ ୧୮୯୭ରେ ସୁଦୀର୍ଘ ନଅମାସ ଧରି ଇଂଲଣ୍ଡ ସମେତ ୟୁରୋପର ପ୍ରମୁଖ ଦେଶଗୁଡ଼ିକ ଜଣେ ଅନୁସନ୍ଧିସୁର ଜିଜ୍ଞାସା ନେଇ ପରିଭ୍ରମଣ କରିଥିଲେ । ସେହି ଦେଶ ସମୂହର ସଂବିଧାନ, ଲୋକତ୍ର ଶାସନ, କ୍ରାନ୍ତିକାରୀ ଉଦ୍ୟୋଗ ଭଳି ସ୍ବୟଂଶାସିତ ସଂସ୍ଥା ଆଉ ପ୍ରଗତିଶୀଳ ଜନଜାଗରଣର ବିଭିନ୍ନ ପର୍ଯ୍ୟାୟ (ସମାଜବାଦ ମଧ୍ୟ) ଅଧ୍ୟୟନ କରିଥିଲେ, ଯାହା ତାଙ୍କ ଚେତନାର ଦିଗନ୍ତକୁ ପ୍ରସାରିତ କରିଥିଲା । ସମାଜବାଦର ପ୍ରାରମ୍ଭିକ ପଦକ୍ଷେପ ରୂପେ ଚିହ୍ନିତ ଓୟୁନଙ୍କ ସମବାୟ ଜନସଂପ୍ରଦାୟର ଆଧାରରେ, ୧୮୯୮ ସାଲରେ କଟକ କୋ ଅପରେଟିଭ୍ ଇଂଡ଼ାର (ଯାହା ସମଗ୍ର ଭାରତରେ ପ୍ରଥମ ବହୁମୁଖୀ ସମବାୟଭିତିକ ଉଦ୍ୟୋଗ) ସ୍ଥାପନକରି କ୍ଷୁଦ୍ର କୃଷିଜୀବୀଙ୍କୁ ଋଣଦାନ ମାଧ୍ୟମରେ ସେମାନଙ୍କଠାରୁ ଯୁକ୍ତିଯୁକ୍ତ ମୂଲ୍ୟର ପଣ୍ୟ ସଂଗ୍ରହ ତଥା କଟକର ନିମ୍ନବର୍ଗ ବ୍ୟକ୍ତିଙ୍କ ମଧ୍ୟରେ ସୁଲଭ ମୂଲ୍ୟରେ ବିକ୍ରୟର ବ୍ୟବସ୍ଥା କରିଥିଲେ ।
ଆଲୋଚନାକୁ ଏହିଠାରେ ଅସମାପ୍ତ ରଖି, ଚାଲନ୍ତୁ ଯିବା ୧୯୩୪ ସାଲରେ ଭାରତର ଦୃଶ୍ୟପଟକୁ । ସେହିବର୍ଷ ନାସିକ୍ ଜେରେ ଆବଦ୍ଧ ଜୟପ୍ରକାଶ ନାରାୟଣ, ଅଶୋକ ମେହେଟ୍ଟା, ଅଚ୍ୟୁତ ପଟ୍ଟବର୍ତ୍ତନ ଆଦି ତରୁଣ ଦେଶବତ୍ସଳ ଯୁବ ନେତୃବୃନ୍ଦ, ବନାରସର ଆଚାର୍ଯ୍ୟ ନରେନ୍ଦ୍ର

ଆମ ମଧୁସୂଦନ ୩୯