ପୃଷ୍ଠା:Aama Madhusudan.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେବ ପ୍ରମୁଖଙ୍କ ସହିତ ମିଳିତ ହୋଇ ପାଟନାଠାରେ କଂଗ୍ରେସ ସମାଜବାଦୀ ଦଳ ଗଠନ କରିଥିଲେ । ଅକ୍ଟୋବର ମାସରେ ବମ୍ବେରେ ସ୍ବରାଜ ପ୍ରାପ୍ତିଲାଗି ଯେଉଁ ସମାଜବାଦୀ କାର୍ଯ୍ୟକ୍ରମର ଚିଠା ପ୍ରସ୍ତୁତ ହୋଇଥିଲା, ତାହା ମଧ୍ୟରେ ଥିଲା - ଜମିଦାରି ଓ ଗଡ଼ଜାତ ପ୍ରଥାର ଉଚ୍ଛେଦ; କୃଷକକୁ ଭୂମି ଉପରେ ଅଧିକାର ପ୍ରଦାନ; ସମବାୟ ମାଧ୍ୟମରେ କୃଷି ଉତ୍ପାଦନ ଓ ବଣ୍ଟନ; ପ୍ରତ୍ୟେକ ବ୍ୟକ୍ତିଙ୍କୁ କର୍ମସଂ ପ୍ଳାନ ଏବଂ ନାରୀଜାତିକୁ ଅଧିକାର ପ୍ରଦାନ । ସମାଜବାଦୀ ଯୁବନେତୃବୃନ୍ଦ ଏ ସମୟକୁ ଜନଜାଗରଣ ଓ ଗଣ ଆନ୍ଦୋଳନ ମଧ୍ୟରେ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲେ । ମାତ୍ର ଆଶ୍ଚର୍ଯ୍ୟ ଲାଗେ, ମଧୁସୂଦନ ଦାସ ପ୍ରାୟ ୧୯୧୫ ସାଲ ବେଳକୁ ଏହି ସମସ୍ତ କାର୍ଯ୍ୟକ୍ରମରେ କେବଳ ସକ୍ରିୟ ଅଂଶଗ୍ରହଣ କରିନଥିଲେ, ଏଗୁଡ଼ିକର ମୁଖ୍ୟ ପ୍ରକ୍ରିୟାରେ ନିମଜ୍ଜିତ ରହିଥିଲେ । ଜଣେ ନିପୂଣା ନୃତ୍ୟାଙ୍ଗନା ପରି ସେ ବିନା କାଳାତିପାତରେ ତତ୍‌କ୍ଷଣାତ୍ ଓହ୍ଲାଇ ପଡ଼ିଥିଲେ ପ୍ରକଳ୍ପ ସବୁର ଆଶୁ ଆଉ ସଫଳ ରୂପାୟନପାଇଁ । ଯାହା ଚିନ୍ତା କରୁଥୁଲେ, ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରୁଥିଲେ ।
ମଧୁସୂଦନଙ୍କର ସମାଜବାଦୀ କାର୍ଯ୍ୟକ୍ରମ ମଧ୍ୟରେ ଅତ୍ୟନ୍ତ ଉଲ୍ଲେଖନୀୟ ଥିଲା ପ୍ରଜା ପରିଷଦ (୧୯୦୯) ଗଠନ, ଯାହାର ଛତ୍ରଛାୟା ତଳେ ହଜାର ହଜାର କୃଷିଜୀବୀ ସମ୍ମିଳିତ ହୋଇ ସେମାନଙ୍କର ଭୂମି ଉପରେ ସୃତ୍ବ ଲାଭ କରିବାପାଇଁ ସଂଗ୍ରାମ କରିଥିଲେ । ୧୯୧୨ ସାଲରେ ସେ ଯେଉଁ ମେମୋରାଣ୍ଡମ୍ ପ୍ରଜାମାନଙ୍କ ପକ୍ଷରୁ ଦାଖଲ କରିଥିଲେ, ତାହା ପ୍ରଜାମାନଙ୍କର ଅଧିକାର ପ୍ରଦାନ କ୍ଷେତ୍ରରେ ସର୍ବୋତ୍ତମ ଦଲିଲ୍ ଥିଲା, ଯାହା ବିନା କ୍ଷତିପୂରଣରେ ଜମିଦାରି ପ୍ରଥା ଉଚ୍ଛେଦ ଲାଗି ଅଭିପ୍ରେତ ଥିଲା । ମଧୁସୂଦନଙ୍କର ସମସ୍ତ ପ୍ରତିବାଦ ସତ୍ତେ,ବଙ୍ଗ କାଉନ୍ସିଲ୍‌ରେ ଓଡ଼ିଶା ପ୍ରଜାସ୍ୱତ୍ଥ ବିଲ୍ ପ୍ରଣୀତ ହେବା ପରେ, ଏହା ଓଡ଼ିଶାର ପ୍ରଜାମାନଙ୍କର ଶୋଷଣପାଇଁ ଉଦ୍ଦିଷ୍ଟ ବୋଲି ମଧୁସୂଦନଙ୍କ ଚେତାବନୀ ଯୋଗୁଁ, ବଡ଼ଲାଟ ଲର୍ଡ ହାଡ଼ି ଏହି ବିଲ୍‌କୁ ମଂଜୁରୀ ପ୍ରଦାନ କରିନଥିଲେ । ଏହା ଥିଲା ପାର୍ଲାମେଣ୍ଟାରୀ ଇତିହାସରେ ଏକ ବିରଳ ବ୍ୟତିକ୍ରମ । ୧୯୧୫ରେ ମଧୁସୂଦନ ଗଡ଼ଜାତ ଉଚ୍ଛେଦ ଲାଗି ତାଙ୍କର ଦୃଢ଼ଦାବି ଉପସ୍ଥାପନ କରିଥିଲେ ।
କଲିକତାରେ ପ୍ରଥମ ଶ୍ରମିକ ୟୁନିଅନ ୧୮୭୦ରେ ପ୍ରତିଷ୍ଠିତ ହୋଇଥିଲା । ଏହାର ମାତ୍ର ୫ବର୍ଷ ପରେ ମଧୁସୂଦନ ମାଟିଆବରରେ ଶ୍ରମିକଙ୍କ ଲାଗି ଏକ ନୈଶ୍ୟ ବିଦ୍ୟାଳୟ ଓ ୟୁନିୟନର ସ୍ଥାପନା କରିଥିଲେ । କଲିକତାରେ ପରବର୍ତ୍ତୀ କାଳରେ ବୃହତ ଶ୍ରମିକ ୟୁନିୟନର ସ୍ଥାପନା ସହିତ ୧୯୨୯ରୁ ୧୯୩୧ ମଧ୍ୟରେ ମଧୁସୂଦନ ନେତାଜୀ ସୁବାଷ ବୋଷଙ୍କର ସାହଚର୍ଯ୍ୟରେ ଜାମସେଦପୁରଠାରେ ଶ୍ରମିକମାନଙ୍କୁ ୟୁନିୟନ୍ ଗଠନ ମାଧ୍ୟମରେ ସମ୍ମିଳିତ କରିଥିଲେ । ଦଳିତମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ଥଇଥାନ କରିବାପାଇଁ ଉତ୍କଳ ଟାନେରି ସ୍ଥାପନ କରିଥିଲେ, ଯାହାର ମାନବୀୟ ମୂଲ୍ୟବୋଧ ମହାତ୍ମାଗାନ୍ଧୀଙ୍କର ଭାଷାରେ, "ସମାଜର ଗୋଟିଏ ଅଂଶ ଉପରେ ଆମେ ଯେଉଁ ଅପରାଧ କରିଚାଲିଛେ ମଧୁସୂଦନ ଦାସ ସେ ସଂପର୍କରେ ମୋର ଆଖି ଖୋଲିଦେଇଥିଲେ । ମଧୁସୂଦନଙ୍କ ପ୍ରଣୀତ ଆଇନ (୧୯୨୩)ରେ ସ୍ବାୟତ୍ତ ଶାସନ ସଂସ୍ଥାମାନଙ୍କରେ ଦଳିତମାନଙ୍କପାଇଁ ସ୍ଥାନ ସଂରକ୍ଷିତ ଥିଲା ।

୪୦ ଆମ ମଧୁସୂଦନ