Jump to content

ପୃଷ୍ଠା:Aama Madhusudan.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏ ସମୟ ଉପଲବ୍ଧ ସମାଜବାଦୀ କାର୍ଯ୍ୟକ୍ରମର ଉତ୍କଳ କୀର୍ତ୍ତିସ୍ତମ୍ଭ ରୂପେ ବିବେଚିତ, ଯାହା ନିଶ୍ଳେଷିତଙ୍କୁ ପ୍ରଦାନ କରିଥିଲା ସ୍ବାଭିମାନ ସହକାରେ ବଂଚି ରହିବାପାଇଁ ସର୍ବନିମ୍ନ ପ୍ରତିଶ୍ରତି । ପ୍ରାୟ ଏକଶହ ବର୍ଷ ପୂର୍ବେ ଓଡ଼ିଶାର ପ୍ରଥମ ସାଂସଦ (୧୯୧୩-୧୯୧୬)ରୂପେ ଭାରତୀୟ ଇମ୍ପରିଆଲ୍ କାଉନ୍ସିରେ ବ୍ରିଟିଶ୍ ଉପନିବେଶବାଦ ତଥା ୟୁରୋପୀୟ କ୍ରମପ୍ରସାରିତ ଶୋଷଣଭିତ୍ତିକ ଶିଳ୍ପ ସାମ୍ରାଜ୍ୟବାଦ ବିରୋଧରେ ମଧୁସୂଦନ ଦାସ ସେମାନଙ୍କୁ 'ରକ୍ତଶୋଷକ ଦଳ’ ବୋଲି ଆଖ୍ୟାୟିତ କରି ଯେଉଁ ସାଲିହୀନ ସଂଗ୍ରାମର ଡାକରା ଦେଇଥିଲେ, ତାହା ଆଜିର ଜଗତୀକରଣ ତଥା ବିଶ୍ବ ଅର୍ଥାୟନ ଯୁଗରେ କାଳର କଷଟିରେ ପରୀକ୍ଷିତହୋଇ ନିଜସ୍ ଦୀପ୍ତି ରେ ଜାଜୁଲ୍ୟମାନ । ଘାତ, ପ୍ରତିଘାତ ଆଉ ସମୟର କ୍ରମବିକାଶର ଧାରାରେ, ମଣିଷ ସହିତ ପ୍ରକୃତିର ସଂଘାତ ସୃଷ୍ଟି ହୁଏ । ମାତ୍ର ଏ କ୍ଷେତ୍ରରେ ମଧୁସୂଦନଙ୍କ ଶାଣିତ ବକ୍ତବ୍ୟ ଥିଲା - କଲ୍ୟାଣମୟୀ ପ୍ରକୃତିର ନିଷଣ ନୁହେଁ, ସୌହାର୍ଘ୍ୟପୂର୍ଣ୍ଣ ସହାବସ୍ଥାନ ମଧ୍ୟରେ ଭାରସାମ୍ୟ ରକ୍ଷା, ଯାହା ଆଜିର ପରିବେଶବିତ୍ରମାନଙ୍କ ଆଧାରରୂପେ ଗୃହୀତ । ତେଣୁ ଆଜି ବିସ୍ମୟାଭିଭୂତ ହେବାକୁ ପଡେ ଯେ,ସେହି ଉନବିଂଶ ଶତାବ୍ଦୀର ମଧୁସୂଦନ ଆଜି ଏକବିଂଶ ଶତାବ୍ଦୀର ପ୍ରେକ୍ଷାପଟରେ କିଭଳି ତାତ୍ପର୍ଯ୍ୟପୂର୍ଣ୍ଣ ଆଉ ପ୍ରାସଙ୍ଗିକ !
ଓଡ଼ିଆମାନଙ୍କ ପାଇଁ ଏହା ଏକାନ୍ତ ଗୌରବର ବିଷୟ ଯେ, ମଧୁସୂଦନ ଦାସ ତାଙ୍କର ପରିବ୍ୟାପ୍ତ ସମାଜବାଦ କାର୍ଯ୍ୟକ୍ରମକୁ, ଓଡ଼ିଆ ଭାଷା-ସଂସ୍କୃତି- ମୁକ୍ତି ସଂଗ୍ରାମର ଏକ ଅବିଚ୍ଛେଦ୍ୟ ଅଂଗ ରୂପେ ଗଢ଼ି ତୋଳିଥିଲେ ।
ହଁ, ସେ ଥିଲେ ଅଗ୍ରନାୟକ
ଅଥଚ ଆମେ ସତେ ରହିଯାଇଛୁ କେଡ଼େ ନିର୍ବେଦ ।

ଆମ ମଧୁସୂଦନ ୪୧