ପୃଷ୍ଠା:Aama Madhusudan.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ମଧୁସୂଦନଙ୍କ ବିଶ୍ବଦୃଷ୍ଟି


'ମଧୁସୂଦନ ଦାସ ଥିଲେ ଭାରତୀୟ ଜାତୀୟ ଜାଗରଣର ଜଣେ ଉଭୁଙ୍ଗ ନେତୃପୁରୁଷ । (ଶ୍ୟାମା ପ୍ରସାଦ ମୁଖାର୍ଜୀ) । ସେ ଥିଲେ ସ୍ୱଦେଶୀ ଶିଳ୍ପାୟନର ଆଦ୍ୟ ଉଦ୍‌ଗାତା ଏବଂ ଦଳିତ ଜାତିର ଅର୍ଥନୈତିକ ଅଗ୍ର ସଂସ୍ଥାପକ । ତାଙ୍କଯୋଗୁଁ ଭାରତୀୟ ନାରୀ ପାଇଥିଲା ଆଇନଜୀବୀ ବୃତ୍ତି ଗ୍ରହଣର ଅଧିକାର । ସେ ଥିଲେ ଭାରତର ପ୍ରଥମ ଭାଷା ଭିତ୍ତିକ ପ୍ରଦେଶର ମୁଖ୍ୟ ବିନ୍ଧାଣୀ । ଏହିସବୁ ଦୃଷ୍ଟିରୁ, ତାଙ୍କୁ ଉତ୍କଳଗୌରବ ପଦରେ ଆଖ୍ୟାୟିତକରି, ଆମେ କ'ଣ ତାଙ୍କର ସ୍ମୃତି ପ୍ରତି ଯଥାର୍ଥତା ପ୍ରତିପାଦନ କରିଛେ  ?
ପ୍ରକୃତରେ ମଧୁସୂଦନ ଦାସଙ୍କର ଚିନ୍ତନ, ମହା ସାଗର ପରି ସୁବିଶାଳ ଓ ବିଶ୍ୱାଭିମୁଖୀ ଥିଲା । ତାଙ୍କର ଚିନ୍ତାଧାରା ସମଗ୍ର ବିଶ୍ୱକୁ ଆଶ୍ଳେଷରେ ନେଇଥିଲା । ତତ୍କାଳୀନ ଭାରତର ରାଜଧାନୀ କଲିକତାକୁ ୧୮୬୬ସାଲରେ ଯାତ୍ରାକରି ୧୯୩୪ ସାଲରେ ତାଙ୍କର ମହାପ୍ରୟାଣ ପର୍ଯ୍ୟନ୍ତ ସେ ତାଙ୍କ ଜୀବନର ଅର୍ଦ୍ଧାଧିକ କାଳ ଓଡ଼ିଶାର ବାହାରେ ହିଁ ବିତାଇଛନ୍ତି ଏବଂ ସର୍ବ ଭାରତୀୟ କ୍ଷେତ୍ରରେ ଅତ୍ୟନ୍ତ ନିବିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି । ସେ ୧୮୯୭ ସାଲରୁ ୧୯୧୨ ସାଲ ପର୍ଯ୍ୟନ୍ତ ବଂଗ ବି ଧାନ କାଉନ୍‌ସିଲ୍‌ରେ ପ୍ରଭାବଶାଳୀ ସଦସ୍ୟ ହେବା { ଅଳ୍ପ କିଛିକାଳ ପାଇଁ ଥିଲେ) ସହିତ ୧୯୨୧ ସାଲରେ ବିହାର ଓ ଓଡ଼ିଶାର ତ୍ରୀପଦରେ ରହି ଅଳ୍ପ କାଳ ଭିତରେ ଅଶେଷ ଖ୍ୟାତିର ଅଧୁକାରୀ ହୋଇଥିଲେ । ଏହାଛଡ଼ା ୧୯୧୩ରୁ ୧୯୧୭ ସାଲ ପର୍ଯ୍ୟନ୍ତ ଇମ୍ପିରିଆଲ୍ କାଉନ୍ସିଲ୍‌ ସାମ୍ରାଜ୍ୟବାଦ ବିରୁଦ୍ଧରେ ତାଙ୍କର ପ୍ରଦତ୍ତ ଭାଷଣ ମାଧ୍ୟମରେ ଜଣେ ଅନମନୀୟ ସମାଲୋଚକ ରୂପେ ବିପୁଳ ପ୍ରତିଷ୍ଠା ଅର୍ଜନ କରିଯାଇଛନ୍ତି । ଆହୁରି ମଧ୍ୟ ୧୮୯୭ ସାଲ ରେ ସୁଦୀର୍ଘ ଆଠମାସ ଧରି ଇଂଲଣ୍ଡ ସମେତ ୟୁରୋପ ଓ ମଧ୍ୟପ୍ରାଚ୍ୟ ପରିଭ୍ରମଣ କଲା ପରେ ସେ ୧୯୦୭ ସାରେ ଇଂଲଣ୍ଡରେ କିଛିକାଳ ଅବସ୍ଥାନକରି ଇଉରୋପର ସମସ୍ତ ଗଣତା ଡ୍ରିକ, ରାଜନୈତିକ ଓ ସମାଜବାଦୀ ଚିନ୍ତାଧାରା ଓ କାର୍ଯ୍ୟକାରିତା ସିଧାସଳଖ ଭାବେ ଇଉରୋପର ପଟ୍ଟଭୂମିରୁ ଅଧ୍ୟୟନ ଓ

୪୨ - ଆମ ମଧୁସୂଦନ