ପୃଷ୍ଠା:Aama Madhusudan.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଧ୍ୟକ୍ଷତା କରି ମଧୁସୂଦନ କହି ଥିଲେ- "ମୋର ପ୍ରିୟ ଓଡ଼ିଆ ମାନେ ରୁଷି ଓ ମୁନିର ସର୍ବତ୍ୟାଗୀ ଜୀବନ ଯାପନ କରନ୍ତୁ ବୋଲି ମୁଁ ଚାହେଁ ନାହିଁ । ମୁଁ ଚାହେଁ ପ୍ରତ୍ୟେକ ଓଡ଼ି ଆ ନିଜ ପ୍ରାସାଦରେ ବାସକରୁ ଯହିଁ ରେ ଉଦ୍ୟୋଗଶୀଳତା ଓ କଳାପ୍ରାଣତାର ଭରପୂର ସମାହାର ରହିଥିବ ।"
ଇଉରୋପୀୟ ଜାତିମାନଙ୍କ ମଧ୍ୟରେ ଫ୍ରାନ୍ସ ତାଙ୍କୁ ଅଧିକ ରୋମାଞ୍ଚିତ ଆଉ ଆକର୍ଷିତ କରିଥିଲା । ମଧୁସୂଦନଙ୍କ ଅନୁସାରେ ଫ୍ରାନ୍ସ ସମସ୍ତ ସଭ୍ୟ ପୃଥିବୀକୁ ମନଛୁଆଁ ରଂଗ, କଳାପ୍ରାଣ ଆକୃତି ଓ ରୁଚିପୂର୍ଣ୍ଣ ସାମଗ୍ରୀ ଯୋଗାଇଥିଲା । କେବଳ ସେତିକି ନୁହେଁ, ଫରାସୀମାନଙ୍କର କଣ୍ଠସ୍ବରରୁ ସୁମଧୁର ଭାଷା ଉତ ହେଉଥିଲାବେଳେ ଜିହ୍ନିପାଇଁ ଅତ୍ୟନ୍ତ ସୁସ୍ବାଦୁ ରସଯୁକ୍ତ ଖାଦ୍ୟ ବା ବ୍ୟଞ୍ଜନ ଫରାସୀ ପାଚିକମାନେ ପ୍ରସ୍ତୁତ କରୁଥିଲେ । ଜର୍ମାନୀ, ଉଦ୍ୟୋଗର ଏକ ସଫଳ କ୍ଷେତ୍ର ଥିଲା । ପ୍ରକୃତରେ ମଧୁସୂଦନ ଉତ୍କଳ ଟାନେରି ପ୍ରସ୍ତୁତିର କିଛି ପ୍ରୟୋଗାତ୍ମକ ଶୈଳୀ ଜର୍ମାନୀରୁ ହିଁ ଗ୍ରହଣ କରିଥିଲେ । ସେହିଭଳି ଜର୍ମାନୀ କଣ୍ଠିକୁ ସମୋହିତ କଲାଭଳି କିଛି ସୂକ୍ଷ୍ମ ତାନଯୁକ୍ତ ସଂଗୀତ ପ୍ରାଣ ବାଦ୍ୟମାନ ସମଗ୍ର ବିଶ୍ୱକୁ ଆକର୍ଷିତ କରିଥିଲା । ମଧୁସୂଦନ ଚାହିଁଥିଲେ ଗୌରବାନ୍ବିତ ଓଡ଼ିଆ ଜାତି ତାହାର ନିଜସ୍ୱ ସଂସ୍କୃତିକୁ ଅକ୍ଷୁଣ୍ଡ ରଖି ଏହି ମହାନ ଇଉରୋପୀୟ ଜାତିମାନଙ୍କର କିଛି ଗୁଣକୁ ନିଜ ସାଥେ ସଂଶ୍ଳିଷ୍ଟ କରିବାର ଆବଶ୍ୟକବୋଧକୁ ଗ୍ରହଣଶୀଳତାର ସହ ପର୍ଯ୍ୟାଲୋଚନା କରୁ । ଏହା ଫଳରେ ପୃଥିବୀ ପୃଷ୍ଠରେ ଓଡ଼ିଆ ଜାତି ତାହାର ନିଜସ୍ ମହାନ ଐତିହ୍ୟ ସହିତ କିଛି ଯୁଗୋପଯୋଗୀ ବିକାଶ ପ୍ରକ୍ରିୟା ସଂଗେ ସଂଯୁକ୍ତ ହୋଇ ଏକ ମହାନ କଳାପ୍ରାଣ ଉଦ୍ୟୋଗଶୀଳ ଜାତିରେ ପରିଣତ ହୋଇପାରିବ ।
ମଧୁସୁଦନ ଦାସ ଭାରତୀୟ ତଥା ଓଡ଼ିଶାର ସଂସ୍କୃତି ଓ ଗ୍ରାମ୍ୟ ଅର୍ଥନୀତି ସହିତ ଆବାଲ୍ୟ ପରିଚିତ ଥିଲେ । ଏବଂ ଇଉରୋପୀୟ ତଥା ବ୍ରିଟିଶ୍ ସାମ୍ରାଜ୍ୟବାଦ ତଥା ଉପନିବେଶବାଦ ଏହି ବ୍ୟବସ୍ଥାକୁ କିପରି ନିଷିତ ଓ ଭୂଲୁଣ୍ଡିତ କରିଥିଲା, ତାହା ମଧ୍ୟ ଅଧ୍ୟୟନ କରିଥିଲେ । ଆଜିର ବିଶ୍ୱୟନ ବା ଜଗତୀକରଣ ଯୁଗରେ ସେହି ଉପନିବେଶବାଦର ଯେଉଁ ପୁନରାବୃତ୍ତି ଘଟୁଛି, ସେ ସଂପର୍କରେ ମଧୁସୂଦନଙ୍କ ଲିଖିତ “ଭାରତରେ ଜର୍ମାନୀ ନାମକ ନିବନ୍ଧର କିଛି ଅଂଶ ପ୍ରଣିଧାନଯୋଗ୍ୟ । ତାହା ନିମ୍ନରେ ପ୍ରଦତ୍ତ ହେଲା ।
"ମୁଁ ଯେତେବେଳେ ଜର୍ମାନୀର ସର୍ବବୃହତ କଳକାରଖାନାଗୁଡ଼ିକ ପରିଦର୍ଶନ କଲି, ମୁଁ ଦେଖିଲି କିପରି ସେହି କଳକାରଖାନାମାନଙ୍କର ସୁବିଶାଳ ଚକ୍ରଗୁଡ଼ିକ ଭାରତର ବହୁ ହଜାର ମାଇଲ ଦୂରରେ ଘୃଣ୍ଡାୟମାନ ହୋଇ ସୁଦ୍ଧା ଭାରତରେ ବ୍ୟାବସାୟିକ ସାମ୍ରାଜ୍ୟର ଭିତ୍ତିଭୂମି ପ୍ରତିଷ୍ଠା କରିଚାଲିଛନ୍ତି । କିପରି ଜର୍ମାନୀ ସମସ୍ତଙ୍କର ଅଜାଣତରେ ଭାରତର ଜନତାଠାରୁ କର ଆଦାୟ କରି ଚାଲିଛି । ଏପରିକି ଭାରତର ଛୋଟ ଶିଶୁଟାଏ ଯେ ଜର୍ମାନୀ ତିଆରି ଖେଳଣା ଖେଳୁଛି; ଅଥବା ଜଣେ ସମ୍ରାନ୍ତ ମହିଳା ଯେ ପିଆନୋ ଯନ୍ତ୍ର ସାହାଯ୍ୟରେ ତାହାର ଅତିଥିମାନଙ୍କ ମନୋରଂଜନ କରୁଛି, ସେମାନଙ୍କଠାରୁ ମଧ୍ୟ କର ଆଦାୟ କରିଚାଲିଛି । ଭାରତର ପ୍ରତିଦିନର ଜୀବନକୁ ହଜାର ହଜାର ମାଇଲ୍ ଦୂରରେ ଥିବା ଜର୍ମାନୀ କମ୍ପାନିର ପରିଚାଳକ ବର୍ଗ ନିୟନ୍ତ୍ରଣ କରିଚାଲିଛନ୍ତି ।

୪୪ ଆମ ମଧୁସୂଦନ