ପୃଷ୍ଠା:Aama Madhusudan.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୀର୍ଘଦିନ ଧରି ମଧୁସୂଦନ ଓ ନାଭିନ୍ସନ୍ ଏକ ହାତୀ ପିଠିରେ ବସି ପରିବ୍ୟାପ୍ତ, ବିୟୀ ଓ ବିପର୍ଯ୍ୟୟ ବନାଞ୍ଚଳ ଭ୍ରମଣ କରି ବିପନ୍ନଙ୍କର ସେବା ସଙ୍ଗେ ସତ୍ୟାନାଶୀ ମରୁଡ଼ିର ଆକଳନ ସହିତ ମୃତ୍ୟୁସଂଖ୍ୟା ନିର୍ଦ୍ଧାରଣ କରିଥିଲେ । ନାଭିସ୍‌ଙ୍କ ବିବରଣୀରେ ମଧୁସୂଦନ ଥିଲେ ଏକ ମଧ୍ୟଯୁଗୀୟ ସର୍ ଯେ କି ତାଙ୍କର ଅଙ୍ଗୁଳିର ସୂର୍ଶ ଓ ବାର୍ତ୍ତାଳାପରେ ବୁଭୁକ୍ଷୁ ଓ ପ୍ରପୀଡ଼ିତ ଜନତାଙ୍କ ମଧ୍ୟରେ ଏକ ଆଶ୍ବାସନାର ପରିବେଶ ସୃଷ୍ଟି କରିପାରିଥିଲେ । ଅନେକ ସମୟ ସେମାନେ ବନ୍ୟାଞ୍ଚଳରେ ଆଶ୍ରୟହୀନ ହୋଇ ହାତୀ ପିଠିରେ ଉଜାଗରରେ ରାତି ବିତାଇ ଦେଉଥିଲେ । ମଧୁସୂଦନ ରେଭିନ୍ୟୁ ଅଫିସରଙ୍କ ମୁକାବିଲା କରି ମୃତ୍ୟୁହାର ସଂପର୍କରେ ସଠିକ୍ ବିବରଣୀ ପ୍ରଦାନପାଇଁ ପରିସ୍ଥିତି ସୃଷ୍ଟି କରିଥିଲେ ।
ବନ୍ୟାଞ୍ଚଳରୁ ଫେରି ଉଭୟ ମଧୁସୂଦନ ଓ ନାଭିସନ ଭାରତ ତଥା ବିଦେଶର ବିଭିନ୍ନ ପତ୍ରିକାରେ ଘଟଣାବଳୀର ଭୟାବହି ଓ ମର୍ମନ୍ତୁଦ ଚିତ୍ର ଉପସ୍ଥାପନ କଲେ, ଯାହା ଭାରତ ସରକାରଙ୍କ ଦୃଷ୍ଟିକୁ ଆଲୋଡ଼ିତ କରିଥିଲା । ଫଳରେ ବଂଗଳାର ଗଭଣ୍ଠିର ଏଣ୍ଡୁ ଫେଜର ଓଡ଼ିଶାର ବନ୍ୟାଞ୍ଚଳ ଗସ୍ତରେ ଆସିଥିଲେ ଓ ମଧୁସୂଦନ କିପରି ବିପନ୍ନ ଲୋକଙ୍କର ସମାବେଶରେ ଧର୍ମଶାଳା ଓ ଜେନାପୁରରେ ଗଭଣ୍ଠିରଙ୍କୁ ଭେଟି ପରିସ୍ଥିତିର ମାର୍ମିକ ଚିତ୍ର ପ୍ରଦାନ କରିଥିଲେ, ତାହାର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଉତ୍କଳଦୀପିକାର ପୃଷ୍ଠାମାନଙ୍କରେ ଅତ୍ୟନ୍ତ ପ୍ରାଣସ୍ବର୍ଶୀ ଭାବେ ବର୍ଣ୍ଣିତ ହୋଇଛି । ଏହାର ଅବ୍ୟବହିତ ପରେ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ କଟକରେ ଏକ ଅଧିବେଶନରେ ମଧୁସୂଦନଙ୍କର ସାକ୍ଷ୍ୟ ପ୍ରଦାନ ପରେ ସରକାରୀ ସାହାଯ୍ୟ ଓ ପୁନର୍ବାସର ବିସ୍ତୃତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଏହା ଛଡ଼ା ମଧୁସୂଦନଙ୍କ ଅଧ୍ୟକ୍ଷତାରେ ବିପନ୍ନଙ୍କପାଇଁ ସାହାଯ୍ୟ କମିଟି ଗଠିତ ହୋଇଥିଲା ଓ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଘେନି ବେସରକାରୀସ୍ତରରେ ବ୍ୟାପକ ଭାବରେ ସାହାଯ୍ୟ ପ୍ରଦାନକାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ତାହା ରୂପୟିତ ହୋଇଥିଲା ।
୧୯୦୭ ସାଲ ଡିସେମ୍ବର ମାସ ୧୭ ତାରିଖରେ ପ୍ରକାଶିତ ବନ୍ଦେ ମାତରମ୍ ପତ୍ରିକାରେ ଶ୍ରୀ ଅରବିନ୍ଦ ମଧୁସୂଦନଙ୍କୁ ଓଡ଼ିଶା ତଥା ଭାରତର ଜାଗରଣ କ୍ଷେତ୍ରରେ ଜଣେ ଶକ୍ତି ଧର ପ୍ରତିଭାଶାଳୀ ନେତା ରୂପେ ଚିହ୍ନିତ କରି ଉଚ୍ଛସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଣ୍ଡିତ ନୀଳକଣ୍ଠଙ୍କର ଆତ୍ମଚରିତରୁ ଜଣାଯାଏ ଯେ, ଓଡ଼ିଶାର ପ୍ରଖ୍ୟାତ ଜନସେବୀ ଉତ୍କଳମଣି ଗୋପବଂଧୁ ବନ୍ୟା ବିପତ୍ତା ବେଳେ ପ୍ରଥମେ ୧୯୦୭ ସାଲରେ ତାଙ୍କର ଉତ୍ସର୍ଗୀକୃତ ଜୀବନର ଆରମ୍ଭ କରିଥିଲେ ।
ସୂର୍ଯ୍ୟନାରାୟଣ ଦାସଙ୍କ ସଂକଳିତ ତଥ୍ୟଭିତିକ ଜୀବନୀ ଗୁଛି ଦେଶପ୍ରାଣ ମଧୁସୂଦନ ପୁସ୍ତକରୁ ଜଣାଯାଏ, ଏହି କ୍ଷେତ୍ରରେ ମଧୁସୂଦନ ୧୮୮୭ ସାଲରୁ ଅବତୀର୍ଣ ହୋଇ ସାରାଜୀବନ ନିରବଚ୍ଛିନ୍ନ ଭାବରେ ବିପନ୍ନଙ୍କ ସେବାରେ ତାଙ୍କ ଜୀବନକୁ ସମର୍ପିତ କରିଥିଲେ । ସେହି ପୁସ୍ତକର ଉଦ୍ଧୃତାଶ ଏଠାରେ ପ୍ରଦାନ କରାଗଲା । (ପୃଷ୍ଠା ୮୨)
୧୮୮୭ ସାଲରେ ମଧୁବାବୁ କଟକ ଜିଲ୍ଲାର ପ୍ରଥମ ବେସରକାରୀ ଭାଇସ୍‌ ଚେୟାରମ୍ୟାନ୍ ପଦବୀରେ ଅଧିଷ୍ଠିତ ହୋଇଥିଲେ ।

୫୨ ଆମ ମଧୁସୂଦନ