Jump to content

ପୃଷ୍ଠା:Aama Madhusudan.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ତାଙ୍କ ଅମଳରେ ପୁରୀ ରଥଯାତ୍ରା ସମୟରେ ହଇଜାର ପ୍ରତିକାର ଓ ନିବାରଣ ନିମନ୍ତେ ଜଗନ୍ନାଥ ରୋଡ଼ର ସ୍ଥାନେସ୍ଥାନେ ଚିକିତ୍ସା ଓ ପ୍ରତିଷେଧକ କେନ୍ଦ୍ରମାନ ସ୍ଥାପିତ ହୋଇଥିଲା । ବନ୍ୟା ସାହାଯ୍ୟ କ୍ଷେତ୍ରରେ ସେ ବିଶେଷ ରୂପେ କାର୍ଯ୍ୟ କରିଥିଲେ । ସମଗ୍ର ବନ୍ୟାଞ୍ଚଳ ବୁଲିବୁଲି ଲୋକଙ୍କର ସେବା କରିଥିଲେ । ଅତିରୁ ଶରୀରରେ ସେ ପାଲିଙ୍କି ଓ ବଳଦ ଗାଡ଼ିରେ ଯାଇଥିଲେ; କେତେକ ସ୍ଥାନକୁ ଚାଲିଚାଲି ମଧ୍ୟ ଯାଇଥିଲେ ।’ ଉତ୍କଳଦୀପିକାର ପ୍ରକାଶିତ ବିବରଣୀରେ ମଧୁବାବୁ ବହୁ ବର୍ଷ ଧରି ବନ୍ୟା, ବାତ୍ୟା ତଥା ମରୁଡ଼ି ପ୍ରପୀଡ଼ିତ ଲୋକଙ୍କର ସେବାରେ ସମର୍ପିତ ରହିଁ ଅତ୍ୟନ୍ତ ସମ୍ବେଦନଶୀଳ ତଥା ସହାନୁଭୂତିପୂର୍ଣ୍ଣ ହୃଦୟରେ ଜନତାଙ୍କୁ ସାହାଯ୍ୟ ପ୍ରଦାନ କରିଥିବା ବିଷୟ ଉଲ୍ଲେଖ ରହିଛି । ବହୁ ଜନସେବୀଙ୍କର ଜୀବନ ଚରିତ ତଥା ସ୍ମତିରେ ଏହି ସଂପର୍କୀୟ ଘଟଣାବଳୀ ସ୍ଥାନପାଇଛି । ୧୯୧୯ ସାଲର ଅନ୍ତର ଘାଇ ଭାଗିବାଯୋଗୁଁ ପୁରୀ ଜିଲ୍ଲାରେ ବନ୍ୟାଜନିତ ଯେଉଁ ଭୀଷଣ ପରିସ୍ଥିତି ଉପୁଜିଥିଲା ଓ ତାହା ପଛେପଛେ ସେ ଅଂଚଳରେ ଅନାବୃଷ୍ଟି ଓ ଅନ୍ୟାନ୍ୟ ଘଟଣା ଫଳରେ ଯେଉଁ ଅନାଟନ ଦେଖା ଦେଇଥିଲା, ମଧୁସୂଦନ ଏହି ଅଂଚଳ ବୁଲି ସେସବୁର ପ୍ରତିକାର କରିଥିଲେ । ଏହି ବର୍ଷ ହିନ୍ଦୁ ସମାଜ ସେବକ ପକ୍ଷରୁ ଅମୃତଲାଲ୍ ଭିଠଲଭାହ ଠକର ମଧ୍ୟ ଓଡ଼ିଶା ଆସି ସେବାକାର୍ଯ୍ୟ ଆରମ୍ଭ କରିଥିଲେ । ସେହିପରି ୧୯୨୦ ସାଲରେ ବ୍ରାହ୍ମଣୀ ବନ୍ୟାବେଳେ ମଧୁସୂଦନ ଜେନାପୁର ଅଂଚଳକୁ ଯାଇ ବନ୍ୟାକ୍ଳିଷ୍ଟ ଲୋକଙ୍କର ସେବା ଓ ସାହାଯ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କର ସେବାରୁ ହିଁ ଓଡ଼ିଶାର ବହୁ ନେତୃବର୍ଗଙ୍କର ରାଜନୈତିକ ଜୀବନର ଖଡ଼ିପାଠ ଆରମ୍ଭ ହୋଇଥିଲା । ଏବେ ତାହା ଇତିହାସର ଗର୍ଭରେ ବିସ୍ତୃତ ।
ମଧୁସୂଦନଙ୍କର ଅଙ୍ଗୁଳିରେ ଯେପରି ଥିଲା ଯାଦୁକରୀ ସ୍ପର୍ଶର ସମୋହନ ଓ ସାଳ୍ପନାଦାୟକ ପ୍ରଲେପର ଆଶ୍ୱାସ । ଏହି କଥା ଭାରତର ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ତାଙ୍କର ପ୍ରାରମ୍ଭିକ ରାଜନୈତିକ ଜୀବନର ସ୍ମୃତିଚାରଣରେ ଉଲ୍ଲେଖ କରିଛନ୍ତି ।
"ମଧୁସୂଦନ ଦାସ ମନ୍ତ୍ରୀ ଥିବା ସମୟରେ ସରକାରୀ ଗସ୍ତରେ ଆସିଥିବା ବେଳେ ମୁଁ ଅସୁସ୍ଥ ଥିବା ଜାଣି ମୋ ପାଖକୁ ଆସିଥିଲେ । ସେ ମୋ ଶଯ୍ୟପାଖକୁ ଆସି ତାଙ୍କ ହସ୍ତର ଅଙ୍ଗୁଳ ପର୍ଶରେ ଏଭଳି ଭାବରେ ଆଉଁସି ଦେଇଥିଲେ ଯେ, ମୁଁ ପରମ ଆଶ୍ବସ୍ତି ଲାଭ କରିଥିଲି ।”
ତାଙ୍କର ଉଦ୍ୟମ ଓ ପ୍ରଚେଷ୍ଟାରେ ପ୍ରଥମ କୃଷ୍ଠାଶ୍ରମ କଟକରେ ପ୍ରତିଷ୍ଠିତ ହୋଇଥିଲା, ଯାହା ମହାତ୍ମାଗାନ୍ଧୀ କଟକ ଅବସ୍ଥାନ କାଳରେ ପରିଦର୍ଶନ କରିଥିଲେ । କଟକରେ ସ୍ତ୍ରୀ ଲୋକଙ୍କ ପାଇଁ ଲେଡ଼ି ଟନ୍ ଡି ନ୍ସରୀ, ମଧୁସୂଦନଙ୍କ ତତ୍ତ୍ୱାବଧାନ ଏବଂ ସହଯୋଗରେ ପ୍ରତିଷ୍ଠିତ ହୋଇଥିଲା । ଏହା ନାରୀମାନଙ୍କ ପାଇଁ ସୁଲଭ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା ।
ମଧୁସୂଦନଙ୍କ ସହିତ ତାଙ୍କର ନିଜସ୍ବ ମହର ଦାନରକୌଣସି ତୁଳନା ନଥାଏ । ତାଙ୍କର ସଂପୂର୍ଣ୍ଣ ଦାନ ଗୋପନୀୟ ବିଧିରେ ହିଁ ସଂଚାଳିତ ହୋଇଥାଏ । ଏହା ଯେପରି ଉତ୍ସର୍ଗୀକୃତ ଥିଲ, ସେହିପରି ନିଜସ୍ୱ ଅହଂକାରବିବର୍ଜିତ ମଧ୍ୟ ଥିଲା । ତାହା ନିମ୍ନରେ ପ୍ରଦତ୍ତ ଏହି ଆପ୍ତ ବାକ୍ୟରୁ ହିଁ ସତତ ପ୍ରମାଣିତ ।

ଆମ ମଧୁସୂଦନ ୫୩