ପୃଷ୍ଠା:Aama Madhusudan.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଡାହାଣ ହାତରେ ଦେଇଥିବା ଦାନ ବାମ ହାତକୁ ଅଗୋଚର ଥିଲା । ଆଉ ବାମ ହାତରେ ପ୍ରଦତ୍ତ ଦାନ ଡାହାଣ ହାତପାଇଁ ମଧ୍ୟ ଅପ୍ରକାଶ୍ୟ ଥିଲା ।
ଓଡ଼ିଶାର କଙ୍କାଳସାର ଜନଜୀବନର ଅବସ୍ଥା ଏହିପରି ଦୁର୍ଗତି ଆଉ ଦୁଃସ୍ଥିତି ମଧ୍ୟରେ ଗତିକରୁଥିଲା ଯେ ବନ୍ୟା, ବାତ୍ୟା କିମ୍ବା ଗୃହଦାହ କ୍ଷେତ୍ରରେ ତ୍ବରିତ ଦାନର ଆବଶ୍ୟକତା ଅପରିହାର୍ଯ୍ୟ ରହିଥିଲା, କାରଣ ସରକାରୀ କଳର ଚରମ ନିଷ୍କ୍ରିୟତା ଆଉ ନିର୍ବେଦତା, ଦୁର୍ଦ୍ଦଶାକୁ ଅଧିକ ଗମ୍ଭୀର, ଯନ୍ତ୍ରଣାଦାୟକ ଓ ଦୟନୀୟ ସ୍ଥିତିରେ ପହଞ୍ଚାଇ ଦେଇଥିଲା । ଏହି ଦୂରନ୍ତ ପରିସ୍ଥିତିରେ ଆଶୁ ସହାୟତା ଆଉ ସାହାଯ୍ୟ ଦାନ ସଂପର୍କରେ ଉତ୍କଳ ଦୀପିକାରେ ପ୍ରକାଶିତ ସମ୍ବାଦର ଏକ ସଂକ୍ଷିପ୍ତ ସାର ପ୍ରଦାନ କରାଗଲା ।
ଅଫିସ୍ ଫେରନ୍ତା ସାକାଳ, ହାଟ ସଉଦାର ବେଳା, ଜନଗହଳିର ବିପୁଳ ସମାଗମ । ବିପର୍ଯ୍ୟୟର ସମ୍ମୁଖୀନ ହେବାପାଇଁ ଆଶୁ ଦାନଗ୍ରହଣର ସମୟ ଓ ସ୍ଥାନ ସୂଚିତ ହୋଇଥାଏ । ଚାନ୍ଦିନଚୌକ କିମ୍ବା ବକ୍ସିବଜାର ଛକ । ସ୍ୱେଚ୍ଛାସେବୀ ଦଳ ଉପସ୍ଥିତ ଥାଆନ୍ତି । ବିପୁଳ ଜନସମାଗମରେ କୋଳାହଳ ଅବ୍ୟାହତ ରହିଥାଏ । ଜନଗହଳି ମଧ୍ୟକୁ ଅଚାନକ ଆସିଯାଆନ୍ତି ପ୍ରଖର ଆଉ ଉତ୍କଳ ମୂର୍ତ୍ତା ବହନ କରିଥିବା ମଧୁସୂଦନ ଦାସ । ସମୟ କୋଳାହଳ ନୀରବି ଯାଏ । ମଧୁସୂଦନ ଏହି ଦୂରନ୍ତ ପରିସ୍ଥିତିର ଆଶୁ ସହାୟତା ତଥା ସାହାଯ୍ୟଦାନ ସଂପର୍କରେ ଏକ ଯୋଜନାବଦ୍ଧ ବ୍ୟବସ୍ଥା ଓ ପରିକଳ୍ପନାର ରୂପରେଖ ପ୍ରଦାନକରି ସହାୟତାର ବିଧାନ ବିଷୟରେ ପର୍ଯ୍ୟାଲୋଚନା କରନ୍ତି । ମଧୁସୂଦନ ଏହିଁ ସଶ୍ରଦ୍ଧ ସୁନା ଜଣାଇବା ପରେ ଗୋଟିଏ ଫିତାଲଗା ଲମ୍ବାଥଳି ଯହିଁରେ ତାହାଙ୍କର ପ୍ରଦତ୍ତ ଦାନ ଗଚ୍ଛିତ ଥାଏ ଅପ୍ରକାଶ ରୀତିରେ ତାହାକୁ ବଢ଼ାଇ ଦିଅନ୍ତି । ସ୍ୱେଚ୍ଛାସେବକର ସହଯୋଗରେ ଥଳିଟି ବୁଲିଯାଏ ହାତକୁ ହାତ । କିଛିକାଳ ପରେ ଦାନ ସଂଗ୍ରହ ସମାପ୍ତ ହୁଏ । ମାତ୍ର ସେତେବେଳକୁ ମଧୁସୂଦନ ଅନ୍ତର୍ହିତ ହୋଇଯାଆନ୍ତି ଏକ ଜରୁରୀ କାମର ଆହ୍ବାନରେ । ସକଳ ଦାନର ଗଣନା ତତ୍‌କ୍ଷଣାତ୍ ହୁଏ ସମସ୍ତଙ୍କ ଉପସ୍ଥିତିରେ । ମାତ୍ର । ଅପ୍ରକାଶ୍ୟ ଭାବେ ଉପଲବ୍ଧ ହୁଏ ଯେ ସମସ୍ତ ଦାନର ଦୁଇତୃତୀୟାଂଶ କିମ୍ବା ତିନି ଚତୁର୍ଥାଶ ହିଁ ଥିଲା ମଧୁସୂଦନଙ୍କର ପ୍ରଦତ୍ତ ନିଜସ୍ବ ଦାନ । ଅତୀବ ବିସ୍ମୟାଭିଭୂତ ଆଉ ସ୍ତମ୍ଭୀଭୂତ ହୋଇ ଚାହିଁ ରହିଥାନ୍ତି ଉପସ୍ଥିତ ଶ୍ରଦ୍ଧାଳ୍ପିତ ବିପୁଳ ଜନତା ।
ମାତ୍ର ମାନବିକତାର ଉଦାତ୍ତ ଆଉ ଅପରିମେୟ ଆହ୍ବାନରେ ଏହି ମହିମାଦ୍ଭିତ ବିରଳ ଦାନ ରହିଯାଏ ଅପ୍ରକାଶ୍ୟ ଆଉ ସଂଗୋପିତ ।

୫୪ ଆମ ମଧୁସୂଦନ