ପୃଷ୍ଠା:Aama Madhusudan.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲଣ୍ଡନ ମେୟରଙ୍କ ଅଧ୍ୟକ୍ଷତାରେ ଇଷ୍ଟ ଇଣ୍ଡିଆ ଆସୋସିଏସନ୍ ପକ୍ଷରୁ ଲଣ୍ଡନର ଟାଉନ୍ ହ ରେ ବହୁ ବୁଦ୍ଧିଜୀବୀଙ୍କ ସମାବେଶରେ ଆହତ ହୋଇଥୁବା ସଭାରେ ମଧୁସୂଦନ “ଭାରତର ପାରମ୍ପରିକ ଶିଳ୍ପ ଉପରେ ତାଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ଅନୁଶୀଳନ ପ୍ରଦାନ କରିଥଲେ । ଏହି ଅବସରରେ ସେ ଜଗନ୍ନାଥ ମନ୍ଦିରରେ ଜାତିଭେଦର ଅବସାନରେ ଓଡ଼ିଆ ସଂସ୍କୃତି କିପରି ସାର୍ବଜନୀନତା ଲାଭକରି ମହିମାନ୍ବିତ ହୋଇଛି, ତାହା ଉପରେ ଗୁରୁତ୍ବାରୋପ କରିଲେ । ସାର୍ ୱିଲିୟମ୍ ତରବର୍ଣ୍ଣଙ୍କଦ୍ବାରା ଆହୁତ ପାର୍ଲାମେଣ୍ଟର ‘ହାଉସ୍ ଅଫ୍ କମନସ୍ ରେ ଭାରତ ବ୍ୟାପାର ସଂପର୍କିତ ସଦସ୍ୟମାନଙ୍କର ସ୍ବତନ୍ତ୍ର ସମେଳନରେ ମୁଖ୍ୟ ବକ୍ତାରୂପେ ମଧୁସୂଦନଙ୍କ ବି ସଂପନ୍ନ ଭାଷଣ, ସମ୍ବାଦ ପତ୍ରରେ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ଅଧୁକାର କରିଥିଲା ।
ଲଣ୍ଡନରେ ପ୍ରକାଶିତ ଟ୍ରିବୁନ୍ ପତ୍ରିକାରେ ମଧୁସୂଦନ ଦାସଙ୍କୁ ଏକ କୋଟି ଓଡ଼ିଆ ଜନତାର ପ୍ରତିନିଧୁ ରୂପରେ ଆଖ୍ୟାୟିତ କରି, ତାହାଙ୍କୁ ଦାଦାଭାଇ ନାରୋଜୀଙ୍କ ଭଳି ଜଣେ ପ୍ରଚଣ୍ଡ ଭାରତୀୟ ପ୍ରତିନିଧୁ ଭାବରେ ଉପସ୍ଥାପିତ କରାଯାଇଥିଲା । ଏହି ଅବସରରେ ଓଡ଼ିଶାରେ ପ୍ରତି ତିରିଶି ବର୍ଷରେ ବର୍ଦ୍ଧିତ କର ହାରରେ ପ୍ରପୀଡ଼ିତ ଚାଷୀଙ୍କର କଷଣ ଉପରେ ମଧୁସୂଦନଙ୍କ ବକ୍ତ ବ୍ୟକୁ ଅଗ୍ରାଧୁକାର ଭିତ୍ତିରେ ପ୍ରକାଶ କରାଯାଇଥିଲା । ଅନ୍ୟ ଏକ ସଭାରେ ମଧୁସୂଦନ ଓଡ଼ିଶାର ମଧ୍ୟବର୍ତ୍ତୀ ଶାସକ ଓ ଅମଲାତନ୍ମିକ ଗୋଷ୍ଠୀର ଚକ୍ରାନ୍ତ ମୂଳକ ନିଶ୍ଳେଷଣକୁ ଉପସ୍ଥାପିତ କରିଥଲେ । ତେଲି କ୍ରନିକା, ଲଣ୍ଡନ ଟାଇମସ୍, ଇଂଲିଶ୍ ମ୍ୟାନ୍, ଗ୍ଲୋଗୋ ହେରାଡ଼, ଟ୍ରିବ୍ୟୁନ୍ ଷ୍ଟାଣ୍ଡ ଆଦି ପତ୍ରିକାରେ ମଧୁସୂଦନଙ୍କ ସଂପର୍କୀୟ ବିବରଣୀକୁ ଗୁରୁତ୍ବ ଦିଆଯାଇ ପ୍ରକାଶ ପାଉଥିଲା । ଏ ସମୟ ମଧ୍ୟରେ ମଧୁସୂଦନଙ୍କର ମୁଖ୍ୟ କାର୍ଯ୍ୟକ୍ରମ ଥିଲା ଲଣ୍ଡନରେ ସେକ୍ରେଟାରୀ ଅଫ୍ ଷ୍ଟେଟସ୍ ଲର୍ଡ଼ ମୋରେଲ୍‌ଙ୍କ ସହିତ ତାତ୍ପର୍ଯ୍ୟପୂର୍ଣ୍ଣ ସାକ୍ଷାତକାର, ଯାହା କିଞ୍ଚିତ ବିରୋଧାଭାସ ଓ ଶାଣିତ ବାକ୍ୟ ବିନିମୟ ମାଧ୍ୟମରେ ଆରମ୍ଭ ହୋଇଥୁଲେ ହେଁ, ମଧୁସୂଦନ ତାହାଙ୍କର ପ୍ରଖର ବୁଦ୍ଧିମତ୍ତା ଓ ହାର୍ଦ୍ଦିକ ବାର୍ତ୍ତାଳାପ ଭିତରେ ବ୍ରିଟିଶ ପ୍ରଶାସକ ଗୋଷ୍ଠୀ କିଭଳି ସମ୍ବେଦନଶୀଳ ହେବା ଆବଶ୍ୟକ, ତାହା ସୂଚାଇ ଥିଲେ। ଏହି ସମୟର ଊର୍ଦ୍ଧରେ ମଧୁସୂଦନ ସେକ୍ରେଟାରୀ ଅଫ୍ ଷ୍ଟାଟସ୍ କାର୍ଯ୍ୟାଳୟ ଆଉ ଇଣ୍ଡିଆ ଅଫିସ୍ରେ ଅବସ୍ଥାପିତ ଅଧୁକାରୀବୃନ୍ଦଙ୍କ ସହିତ ଅନନ୍ୟ ତାରକସି କାରୁକାର୍ଯ୍ୟର ଉପଢୌକନ ପ୍ରଦାନ ଭିତରେ ଯେଉଁ ନିବିଡ଼ ସୌହାର୍ଘ୍ୟପୂର୍ଣ୍ଣ ସଂପର୍କ ସ୍ଥାପନକରି ଓଡ଼ିଶା ପ୍ରଦେଶ ଗଠନ ବିଷୟକ ନପତ୍ର ସଜାଡ଼ି ରଖୁଥଲେ, ତାହା ପରବର୍ତ୍ତୀ ପର୍ଯ୍ୟାୟରେ ୧୯୩୧ରୁ ୧୯୩୫ ସାଲ ପର୍ଯ୍ୟନ୍ତ ଲଣ୍ଡନରେ ସଂଚାଳିତ ହୋଇଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଓଡ଼ିଶା ପ୍ରଦେଶ ଗଠନର ଦୁର୍ବାର ସଂଗ୍ରାମରେ ଅତୀବ ସହାୟକ ହୋଇଥିଲା ।
ଓଡ଼ିଶାରେ ପ୍ରବଳ ବନ୍ୟାଜନିତ କରାଳ ଦୁର୍ଭିକ୍ଷ ପରିସ୍ଥିତି ଉପୁଜି ଥୁବାରୁ ମଧୁସୂଦନ ସେହି ବର୍ଷ ସେପ୍ଟେମ୍ବର ମାସର ଶେଷଭାଗରେ ଗୁଗୋ ହେରାଲ୍ଡ଼ ପତ୍ରିକାର ପ୍ରତିନିଧୂ ହେନେରୀ ତବୁ ନେଭିଲ୍ସଙ୍କ ସହ ଓଡ଼ିଶା ଫେରିଆସିଥିଲେ। ସେହି କାଳରେ ଲଣ୍ଡନଠାରେ ଅବସ୍ଥାପିତ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ବୋଷ ୧୮୯୭ ଓ ୧୯୦୭ସାଲର ମଧୁସୂଦନଙ୍କର ଐତିହାସିକ

ଆମ ମଧୁସୂଦନ ୫୭