ପୃଷ୍ଠା:Aama Madhusudan.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତି ତାଙ୍କର ପସନ୍ଦ ବଢ଼ି ଚାଲିଲା ଓ ପରବର୍ତ୍ତୀ କାଳରେ ସେହି ଉଦୀୟମାନ ଦେଶଭକ୍ତଙ୍କ ପ୍ରତି ତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ବି ରହିଗଲା ।
ମିଃ ଦାସ ୧୯୧୨ ସାଲରେ ବିହାର ଓ ଓଡ଼ିଶା କାଉନ୍ସିରେ ଆଗତ ଓଡ଼ିଶା ପ୍ରଜାସ୍ୱତ୍ତ୍ବ ବିଲ୍ ଉପରେ ପ୍ରଜାମାନଙ୍କର ଜମିରେ ସୃଷ୍ମରକ୍ଷା ଲାଗି ଅନମନୀୟ ସଂଗ୍ରାମ ଜାରି ରଖିଥିଲେ । ପ୍ରଜାମାନଙ୍କର ସର୍ବୋତ୍ତମ ସ୍ୱତ୍ତ୍ୱରକ୍ଷା ଲାଗି ସେ ଏକ ମେମୋରାଣ୍ଡମ୍ ପ୍ରସ୍ତୁତ କରିଥିଲେ ।
ଏହା ପ୍ରଜାମାନଙ୍କ ଜମି ଉପରେ ଅଧିକାର ସାବ୍ୟସ୍ତ କରିବାଲାଗି ଯୁଗାନ୍ତକାରୀ ଦଲିଲ୍ ଥିଲା, ଯାହା ପ୍ରଜାମାନଙ୍କ ଜମି ଉପରେ ଅଶେଷ ଯତ୍ରଗହଣ ଓ ସର୍ବାଧିକ ଉତ୍ପାଦନ ଲାଗି ପ୍ରତିଶ୍ରୁତିବଦ୍ଧ ଥିଲା । ତାଙ୍କର ଏହି ସାଲିସ୍ ବିହୀନ ଉପସ୍ଥାପନାରୁ କେତେ ଅଂଶ ଆଇନରେ ପରିଣତ ହେଲା, ତାହା ଅଲଗା କଥା । ଏହା ବିରୋଧରେ ଥିଲେ ସରକାରୀ ସମର୍ଥନପ୍ରାପ୍ତ ନ୍ୟାୟସ୍ବାର୍ଥ ଗୋଷ୍ଠୀ, ଯେଉଁମାନେ ଆୟ ଓ ସଂପତ୍ତିର ସୁଷମ ବଣ୍ଟନ ବିରୋଧରେ କେବଳ ସଂଗ୍ରାମରତ ନଥିଲେ ବରଂ ଥିଲେ ବିଦେଶୀ ଢାଞ୍ଚାରେ ପ୍ରଜାମାନଙ୍କୁ ନବୀର୍ଯ୍ୟ ଓ ଶୋଷଣ କରିବାପାଇଁ ସଂକଳ୍ପବଦ୍ଧ । ପ୍ରକୃତରେ ଏହି ଦାବିପତ୍ରରେ ମଧୁସୂଦନ ସର୍ବଭାରତୀୟ ସ୍ତରରେ ବିନା କ୍ଷତି ପୂରଣରେଜମିଦାରି ପ୍ରଥା ଉଚ୍ଛେଦ କଥା ସର୍ବପ୍ରଥମେ ଉତ୍‌ଥାପନ କରିଥଲେ ।
ସମାଜର ନିମ୍ନସ୍ତରରେ ଥିବା ପ୍ରଜାମାନଙ୍କର ଦାବିକୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ଓ ଶକ୍ତିଶାଳୀ କରିବାପାଇଁ ମଧୁସୁଦନ ପ୍ରଜାମାନଙ୍କର ନିଜସ୍ୱ ସଂସ୍ଥା ପ୍ରଜା ପ୍ରତିନିଧି ସଭା ସ୍ଥାପନା କରି ନିଜେ ଏହାର ସଭାପତି ରହି ଗୋପବଂଧୁଙ୍କୁ ଓ ମୋତେ ସଂପାଦକ ରୂପେ ନିର୍ବାଚିତ କରାଇଥିଲେ । ମୋର ମନେପଡୁଛି, କିଭଳି ପ୍ରବଳ ଉତ୍ସାହ ଓ ଉଦ୍ଦୀପନାରେ ପୁରୀ, କଟକ ଆଉ ବାଲେଶ୍ବରରେ ହଜାର ହଜାର ଚାଷୀ ମଧୁସୂଦନଙ୍କ ସାମାନ୍ୟ ଆହ୍ମାନରେ ସମ୍ମିଳିତ ହେଉଥିଲେ । ଜନସାଧାରଣଙ୍କ ଉପରେ ତାଙ୍କର ଆକର୍ଷଣୀୟ ଆଉ ଚୁମ୍ବକୀୟ ପ୍ରଭାବ ବିସ୍ତାର ହେଉଥିଲା, ଯେଉଁ ମାନଙ୍କୁ ସୁରକ୍ଷା ଓ ନେତୃତ୍ବ ପ୍ରଦାନପାଇଁ ସେ ବିଧିନିର୍ଦ୍ଦିଷ୍ଟ ଥିଲେ ।
ମଧୁସୂଦନ ତାଙ୍କର ଜୀବନକାଳ ମଧ୍ୟରେ ଯେଉଁ ପ୍ରାଚୁର୍ଯ୍ୟର ଅଧିକାରୀ ହୋଇଥିଲେ, ତାହାକୁ ସମସ୍ତ ଜାତୀୟ କାର୍ଯ୍ୟରେ ବିନିଯୋଗ କରିଥିଲେ । ଓଡ଼ିଆ ଜାତିର ଶିଳ୍ପୀ ଓ ଜାତିର ଉନ୍ନୟନପାଇଁ ଶିଳ୍ପ ରେ ବିନିଯୁକ୍ତ ରହିବା ଥିଲା ତାଙ୍କ ଉଦ୍ଦୀପନାର ସର୍ବବ୍ୟାପୀ ନିଶା । ତାଙ୍କର ଏକ ପ୍ରଚେଷ୍ଟାରେ ସେ ଓଡ଼ିଶାକୁ ପୃଥିବୀ ବିଖ୍ୟାତ କରିପାରିଥିଲେ । ତାଙ୍କର କଳାବିନ୍ୟାସରେ ସଂଯୋଜିତ ତାରକସି କାର୍ଯ୍ୟ ଆଉ ବୈଚିତ୍ରୀମୟ ନକ୍ସା ରୂପାୟିତ ଚମଡ଼ା ବସ୍ତୁର ଉତ୍ପାଦନ ମାଧ୍ୟମରେ । ମାତ୍ର ଏହିସବୁ ଉଦ୍ୟୋଗ ଶିଳ୍ପୀକୂଳର ସହଯୋଗରେ ସମବାୟ ଭିତିରେ ଗଢ଼ିଉଠିଥିଲା, ଯାହା ସେ ଯୁଗରେ ଅତ୍ୟନ୍ତ ଅଗ୍ରଗାମୀ ରୋମାଞ୍ଚକର ସାହସିକ ପଦକ୍ଷେପ ଥିଲା, ଯେଉଁଥିପାଇଁ ଓଡ଼ିଶାର ରକ୍ଷଣଶୀଳ ବାତାବରଣ ପ୍ରସ୍ତୁତ ନଥିଲା । ଏଥିପାଇଁ ତାଙ୍କୁ ବିଫଳତାର ସ୍ବାଦ ଚାଖିବାକୁ ପଡ଼ିଥିଲେ ମଧ୍ୟ ଏହା ତାରକସି ଶିଳ୍ପୀ ଓ ଚର୍ମକାରମାନଙ୍କୁ ଅତ୍ୟନ୍ତ କୁଶଳୀ କଳାପ୍ରବଣ କାରିଗର ରୂପେ ପରିଣତ କରିଥିଲା । ମଧୁବାବୁଙ୍କ ଏହି ଉଦ୍ୟୋଗଶୀଳତା ୮୩ ବର୍ଷ ବୟସରେ ମଧ୍ୟ ଏକ ଦୀପ୍ତିମନ୍ତ ଦୀପଶିଖା ପରି ତାଙ୍କୁ ଉଦ୍ଦୀପ୍ତ ଆଉ କର୍ମପ୍ରବଣ ରଖିଥିଲା । ଏ ସମସ୍ତ ସତ୍ତ୍ୱେ କିଛି ତରୁଣ ଗୋଷ୍ଠୀ

ଆମ ମଧୁସୂଦନ ୬୧