ପୃଷ୍ଠା:Aama Madhusudan.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାଙ୍କ ବିରୋଧରେ ସର ଉତ୍ତୋଳନ କରି ତାଙ୍କୁ କାନ୍ତ ମଧ୍ୟକୁ ଟାଣି ନେଇଥିଲେ । ହେଲେ ସେମାନଙ୍କ ପ୍ରତି ମଧୁସୂଦନଙ୍କ ମନରେ ସାମାନ୍ୟ ମାତ୍ର ଅସୂୟା ନଥିଲା । ମଧୁସୂଦନ ଥିଲେ କ୍ଷମାଶୀଳତାର ମୂର୍ତ୍ତିମନ୍ତ ଅବତାର । ସେ ଆମ୍ଭମାନଙ୍କୁ ପଥଭ୍ରଷ୍ଟ ଯୁବକ ଦଳ ବୋଲି ଆଖ୍ୟାୟିତ କରି ସର୍ବାନ୍ଧୀକରଣରେ ସଦାକ୍ଷମା ପ୍ରଦାନ କରିଚାଲିଥିଲେ ।
୧୯୩୪ ସାଲ, ଜାନୁଆରି ମାସର ଶେଷ ଭାଗରେ ମଧୁସୂଦନ ଦାସଙ୍କର ଗୁରୁତର ଅସୁସ୍ଥତା ସଂପର୍କରେ ଖବରକାଗଜରୁ ଅବଗତ ହୋଇ କଟକରେ ତାଙ୍କର ଶଯ୍ୟଧାରରେ ଯାଇ ପହଞ୍ଚିଲି। ତାଙ୍କର ଚକ୍ଷୁଯୁଗଳରେ ସେହି ପ୍ରଖର ଦ୍ୟୁତି ଝଲମଲ କରୁଥାଏ । ମୋର ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ- ଜୟପୁର ନିଶ୍ଚୟ ଓଡ଼ିଶାରେ ସମ୍ମିଳିତ ହେବ, ଏଥିରେ ସନ୍ଦେହ ନାହିଁ । ଏହା ପରେ ମୁଁ ନିବେଦନ କଲି, ଦେଶବାସୀଙ୍କୁ କିଛି ସନ୍ଦେଶ ପ୍ରଦାନ କରିବାପାଇଁ । ତତ୍‌କ୍ଷଣାତ୍ ସେ କହିଲେ, ଦେଶବାସୀଙ୍କୁ କୁହ, ସେମାନେ ସେମାନଙ୍କର ଅନ୍ତକରଣକୁ ଶୁଦ୍ଧ ଆଉ ନିର୍ମଳ ରଖନ୍ତୁ । କ୍ରମେ ସେ ଅଧିକ ଅସୁସ୍ଥ ହୋଇପଡ଼ୁଥିଲେ । ମୁଁ ତାଙ୍କ ଶୟନାଗରର ବାରଣ୍ଡାରେ ବିଶ୍ରାମ ନେଉଥାଏ । କିଛି ସ୍କୁଲ୍ ଛାତ୍ର ତାଙ୍କ ଶଯ୍ୟଧାରରେ ପହଞ୍ଚି ପ୍ରଣିପାତ କଲେ । ଏହାର ଉତ୍ତରରେ ତାଙ୍କର କଣ୍ଠରେ ସେହି ବଜ୍ର ନିନାଦ ଫେରିଆସିଥିଲା । ସେ ଉରାଳ ଆଉ ଉଦାର ସ୍ବରରେ କହିଲେ, "ମନେରଖିଥିବା ଜଣେ ଓଡ଼ିଆ ଥିଲା, ଯେକି ପ୍ରଶାସନର ବଳିଷ୍ଠ ଶକ୍ତିକୁ ଆଦୌ ଭୟ କରିନଥିଲା ଆଉ ନିର୍ଦ୍ଧାରିତ ସଠିକ୍ ମାର୍ଗରୁ ତିଳେ ମାତ୍ର ବିଚ୍ୟୁତ ହୋଇନଥିଲା । କେବଳ ଏକାକୀ ନୀରବରେ ଭଗବାନଙ୍କର ସହାୟତାପାଇଁ ପ୍ରାର୍ଥନା କରିଥିଲା । ତାଙ୍କର ସେହି ଦୃଢ଼ କଣ୍ଠର ବଜ ନିଘୋଷ ଶୁଣି ଆମ୍ଭେମାନେ ହତଚକିତ ହୋଇଯାଇଥିଲୁ । ଏହାଥିଲା ମୋର ତାଙ୍କ ସହିତ ଶେଷ ସାକ୍ଷାତକାର । ସେ ଥିଲେ ଗୋଟିଏ ଯୁଗଧରି ଓଡ଼ିଶା ଇତିହାସର ମୂର୍ତ୍ତିମନ୍ତ ବିଗ୍ରହ । । ମଧୁସୂଦନ ଦାସ ଥିଲେ ଓଡ଼ିଶାର ମହାନ ସନ୍ତାନ ଆଉ ତାଙ୍କ ଯୁଗର ସର୍ବୋତ୍ତମ ଉଭୁଙ୍ଗ ବ୍ୟକ୍ତିତ୍ବ, ଯେ କି ଏକ ବିରାଟ ଶୁନ୍ୟତା ସୃଷ୍ଟି କରି ଚାଲିଗଲେ । ତାଙ୍କ ସ୍ଥାନ ଚିରକାଳ ଲାଗି ଅପୂରଣୀୟ ରହିଗଲା ।

୬୨ ଆମ ମଧୁସୂଦନ