Jump to content

ପୃଷ୍ଠା:Aama Madhusudan.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚୁମ୍ବକର ଆକର୍ଷଣ ପରି ଟାଣିହୋଇ ଆସିଥିଲେ ବଂଗୀୟ ଯୁବଗୋଷ୍ଠୀ ପ୍ରବଳ ଉଦ୍ଦୀପନାର ବଶବର୍ତ୍ତୀ ହୋଇ । କଲିକତା ସହର ଓ ବଂଗ ପ୍ରଦେଶର ଅଭ୍ୟନ୍ତରରେ ବିଛେଇ ହୋଇ ଯାଇଥିଲା ଏହିଭଳି କୁସବୁ ଯହିଁରେ ମଧୁସୂଦନଙ୍କ ମାନସିକ ସହାୟତାର ଭୂମିକା ଥିଲା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ପରବର୍ତ୍ତୀ କାଳରେ ଏହି କୃମାନଙ୍କରୁ ପ୍ରଶିକ୍ଷିତ ହୋଇ ଅବତୀର୍ଣ୍ଣ ହୋଇଥିଲେ ବଂ ଗୀୟ ଯୁବଗୋଷ୍ଠୀ ଉଗ୍ରବାଦୀ ଭୂମିକାରେ, ଯେଉଁମାନେ ନିଜର ଜୀବନକୁ ଅକାତରେ ଦେଶମାତୃକାର ପୁଣ୍ୟବେଦୀରେ ଅର୍ପଣ କରିବାକୁ ସଦା ପ୍ରସ୍ତୁତ ରହୁଥିଲେ । ଏହି ବିବରଣୀଟି ପ୍ରକାଶିତ ହୋଇଛି ଶ୍ରୀମତୀ ଚୌଧୁରୀଙ୍କର ଆତ୍ମଚରିତ ଜୀବନରେ ଝରାପାତ’ ପୁସ୍ତକରେ । (ପୃଷ୍ଠା- ୧୩୪)
ମଧୁସୂଦନ ୧୮୮୧ ସାଲରେ କଲିକତାରୁ ଓଡ଼ିଶାକୁ ଫେରିବାବେଳକୁ ଓଡ଼ିଆ ଭାଷୀ ଅଂଚଳର ପରିସୀମା ସଂକୁଚିତ ହେବା ଆରମ୍ଭ କରିଥିଲା । ମଧୁସୂଦନ ସର୍ବ ଭାରତୀୟ ନେତୃବର୍ଗଙ୍କ ସମକ୍ଷରେ ଓଡ଼ିଆ ଜାତିର ଅନ୍ତର୍ଦାହ ଓ ବିଚ୍ଛିନ୍ନତା ପ୍ରସଙ୍ଗ ଉତ୍ଥାପନ କରିଥିଲେ ମଧ୍ୟ ସାମାନ୍ୟତମ ଆଗ୍ରହ ପ୍ରକାଶିତ ହୋଇଥିଲା ସେମାନଙ୍କ ପକ୍ଷରୁ । ତେଣୁ ଅବସାଦଗ୍ରସ୍ତ ମଧୁସୂଦନ ୧୯୦୩ ତିରିଶ ତାରିଖରେ ସ୍ଥାପନା କରିଥିଲେ ଉତ୍କଳ ସମ୍ମିଳନୀ । ଲକ୍ଷ୍ୟ ରହିଲା ବ୍ରିଟିଶ ପ୍ରଶାସକଙ୍କ ସହାୟତାରେ ଶାସନ ସଂସ୍କାରର ପରିଧି ମଧ୍ୟରେ ଓଡ଼ିଆ ଭାଷାଭାଷୀ ଅଂଚଳର ମିଶ୍ରଣ ଓ ଓଡ଼ିଶା ପ୍ରଦେଶର ସଂସ୍ଥାପନ ।
ବିଭାଜିତ ଓଡ଼ିଶାର କେତେକ ବିଚ୍ଛିନ୍ନାଞ୍ଚଳ ବିହାରର ଛୋଟନାଗପୁର ଓ ମଧ୍ୟପ୍ରଦେଶର ଛତିଶଗଡ଼ରୁ ଆସି ଓଡ଼ିଶା ଡିଭିଜନରେ ସାମିଲ୍ ହେବା ସହିତ ବଂଗ ପ୍ରଦେଶ ବିଖଣ୍ଡିତ ହୋଇଥିଲା ୧୯୦୫ ସାଲ୍ ଅକ୍ଟୋବର ୧୬ ତାରିଖରେ । ବଂଗ ବିଭାଜନର ପ୍ରତିକ୍ରିୟାରେ ସମଗ୍ର ବଂଗ ପ୍ରଦେଶ ଆନ୍ଦୋଳିତ ହୋଇ ଉଠିଥିଲା । । ଏହି ଆନ୍ଦୋଳନରେ ଦିଗ୍‌ଦର୍ଶନ ଦେବାପାଇଁ ବରୋଦାକୁ ପ୍ରତ୍ୟାବର୍ତ୍ତନ କଲେ ମହାନ ଯୋଗୀ ଶ୍ରୀ ଅରବିନ୍ଦ, ତାଙ୍କର ମାଣିକ ତାଲା ବାସଭବନରେ ଖୋଲିଲେ ବିପ୍ଲବୀମାନଙ୍କପାଇଁ ପ୍ରଶିକ୍ଷଣ କେନ୍ଦ୍ର । ଅସଚାଳନାରେ ବଂଗୀୟ ଯୁବକମାନଙ୍କୁ ପାରଦର୍ଶୀ କରିବାପାଇଁ ସରଳାଦେବୀଙ୍କ କୃରେ ଅସଚାଳନାରେ ପ୍ରଶିକ୍ଷିତ ତରୁଣଗଣ ଏଥିରେ ଅତ୍ୟନ୍ତ ଆଗ୍ରହର ସହ ଯୋଗ ଦେଇଥିଲେ । ଏଥିରେ ଶ୍ରୀ ଅରବିନ୍ଦର ଭ୍ରାତା ବାରୀନ୍ଦ୍ର ମୋହନ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଶ୍ରୀମତୀ ସରଳାଦେବୀ ଚୌଧୁରୀଙ୍କ ସହଯୋଗ ଶ୍ରୀ ଅରବିନ୍ଦଙ୍କର ଜୀବନ ଚରିତରେ ବିଶେଷ ଭାବେ ଉଲ୍ଲେଖ ହୋଇଛି ।
ଏହି ଅନୁଷ୍ଠାନ ସହିତ ମଧୁସୂଦନ ଜଡ଼ିତ ହୋଇପଡ଼ିଥିଲେ, ଗଭୀର ଦେଶବତ୍ସଳତାର ଉଦ୍ଦୀପନାର ବଶବର୍ତ୍ତୀହୋଇ । ମଧୁସୂଦନଙ୍କର ଶ୍ରୀ ଅରବିନ୍ଦଙ୍କ ସହିତ ଘନିଷ୍ଠତା ଗଢ଼ି ଉଠିଥିଲା । କଟକରେ ବ୍ରଜସୁନ୍ଦର ଦାସଙ୍କ ସହାୟତାରେ କିଛି ଉଗ୍ରବାଦୀଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା । ଏପରିକି ବିପ୍ଳବୀ ଖୁଦିରାମ, ବ୍ରଜସୁନ୍ଦର ଦାସଙ୍କର ଆତିଥେୟତା ଗ୍ରହଣ କରି କଟକରେ ଅବସ୍ଥାନ କରିଥିଲେ । କିଛି ଉଗ୍ରବାଦୀ ମଧୁସୂଦନଙ୍କର ପରୋକ୍ଷ ପ୍ରୋତ୍ସାହନରେ କେନ୍ଦୁଝରର ଅରଣ୍ୟରେ ଆଶ୍ରୟ ନେଇଥିଲେ ।

୮୨ ଆମ ମଧୁସୂଦନ