ମହାତ୍ମାଗାନ୍ଧୀ ! ଆପଣଙ୍କର ପରିକଳ୍ପିତ ନୂତନ ଭାରତ କଣ ଐତିହାସିକ ଓଡ଼ିଆ ଜାତିର ଭଗ୍ନାବଶେଷ ଉପରେ ପ୍ରତିଷ୍ଠିତ ହେବ?” ଏହି ପ୍ରକ୍ରିୟା ମାଧ୍ୟମରେ ମଧୁସୂଦନ ଦାସ ମହାତ୍ମାଗାନ୍ଧୀଙ୍କ ନିକଟତର ହୋଇଥିଲେ । ମଧୁସୂଦନ ଦାସ କଲିକତା ହାଇକୋର୍ଟରେ ଏଡ଼ ଭୋକେଟ୍ ରୁପେ ଏହି ସମୟରେ କଲିକତାରେ ଅବସ୍ଥାନ କରି ରାଜନୈତିକ ପରିସ୍ଥିତିର ଅନୁଧ୍ୟାନ କରୁଥିଲେ । ମହାତ୍ମାଗାନ୍ଧୀ ୧୯୬୦ ସେପ୍ଟେମ୍ବରରେ କଲିକତାରେ ଅନୁଷ୍ଠିତ ଏକ କଂଗ୍ରେସ ଅଧିବେଶନରେ ସରକାରଙ୍କ ସହିତ ଅସହଯୋଗ କାର୍ଯ୍ୟକ୍ରମର ବ୍ୟାଖ୍ୟାନ କରି ସମଗ୍ର ଦେଶରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ । ହେଲେ ବହୁ ବୁଦ୍ଧିଜୀବୀ ଏହା ଆକାଶ କୁସୁମ ପରି ଅବାସ୍ତବ ବୋଲି ମତପ୍ରକାଶ କରିଥିଲେ । ମହାତ୍ମାଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ, କଚେରି ବର୍ଜନ ସହିତ ନିର୍ବାଚନ ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରିବା ଅନ୍ତର୍ଭୁକ୍ତ ଥିଲା । ବଂଗଳାର ଉଦୀୟମାନ ନେତା ଚିତ୍ତରଂଜନ ଦାସ ମହାତ୍ମାଗାନ୍ଧୀଙ୍କ ବ୍ୟାଖ୍ୟାନରେ ଆକର୍ଷିତ ହୋଇଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟା ବର୍ଜନ ବିଷୟରେ ମତାନ୍ତର ସୃଷ୍ଟି ହୋଇଥିଲା । ତେଣୁ ସେ ଗାନ୍ଧୀଙ୍କ ଏହି କର୍ମ ପଢ଼ାରୁ ଦୂରତ୍ୱ ରକ୍ଷା କରିଥିଲେ । ଏହା ବିଶ୍ୱକବି ରବୀନ୍ଦ୍ରନାଥଙ୍କ ସତର୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା । ଯଦି ଚିତ୍ତରଂଜନ ମହାତ୍ମାଗାନ୍ଧୀଙ୍କର ଏହି ନିର୍ଦ୍ଦେଶିତ କାର୍ଯ୍ୟରୁ ଅଲଗା ରହନ୍ତି, ତାହା ସାରା ବଂଗପାଇଁ ଏକ ଦୁର୍ଭାଗ୍ୟଦାୟକ ସ୍ଥିତି ରୂପେ ବିବେଚିତ ହେବ ବୋଲି ସେ ଆକଳନ କଲେ । ମଧୁସୂଦନଙ୍କ ସହିତ ଚିତ୍ତରଂଜନଙ୍କ ଘନିଷ୍ଠତା ସଂପର୍କରେ ସେ ଅବହିତ ଥିଲେ । ମହାତ୍ମାଗାନ୍ଧୀ ୧୯୨୦ ସାଲରେ ୟଙ୍ଗ ଇଣ୍ଡିଆ ପତ୍ରିକାରେ ଉତ୍କଳର ଚିତ୍କାର ନିବନ୍ଧ ଲେଖି ମଧୁସୂଦନ ଦାସଙ୍କୁ ଆକର୍ଷିତ କରିଥିଲେ ଓ କ୍ରମଶଃ ଉଭୟଙ୍କର ସଂପର୍କରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ଉଭୟ ଚିତ୍ତରଂଜନ ଦାସ ଓ ମହାତ୍ମାଗାନ୍ଧୀଙ୍କ ସହିତ ମଧୁସୂଦନ ସଂପର୍କିତ ଥିବାରୁ, ରବୀନ୍ଦ୍ରନାଥ ସେମାନଙ୍କ ଭିତରେ ମଧ୍ୟସ୍ଥତା କରିବା ପାଇଁ ମଧୁସୂଦନଙ୍କୁ ନିମନ୍ତ୍ରଣ କଲେ । ମଧୁସୂଦନ କଲିକତା ଆସି ରବୀନ୍ଦ୍ରନାଥଙ୍କ ପରାମର୍ଶରେ ଚିତ୍ତରଂଜନ ଦାସଙ୍କ ସହିତ ମହାତ୍ମାଗାନ୍ଧୀଙ୍କର ଅଭିନବ ଦୃଷ୍ଟିକୋଣ ସଂପର୍କରେ ବିଶଦ ଆଉ ହାର୍ଦ୍ଦିକ ଆଲୋଚନା କଲେ । ବହୁ ପରୀକ୍ଷା ନିରୀକ୍ଷା ପରେ ଚିତ୍ତରଂଜନ ଦାସ ମହାତ୍ମାଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗ ପ୍ରତି ନିଜର ସମ୍ମତି ପ୍ରଦାନ କଲେ । ସମାଧାନର ପନ୍ଧା କ୍ରମଶଃ ଉତ୍କଳ ହେବାକୁ ଲାଗିଲା । ସମୟର ଅନୁକୂଳ ପରିସ୍ଥିତି ଅତ୍ୟନ୍ତ ହୃଦୟଗ୍ରାହୀ ଥିଲା ।
ଏହି ସମୟରେ ମହାତ୍ମାଗାନ୍ଧୀ ଆସି କଲିକତାର ବିରଳା ଭବନରେ ଅବସ୍ଥାନ କରୁଥାନ୍ତି । ଏହି ସମୟର ଘଟଣାବଳୀ ସୂର୍ଯ୍ୟମଣିଙ୍କର ଆତ୍ମଚରିତରୁ -
‘ପ୍ରଭାତ ସମୟ । ଅମାନିଆ ଉତ୍ତଳା ପବନଟି ବହିଚାଲିଛି ଶୀତର ପ୍ରକୋଷ୍ଠକୁ ଅଧିକ ପ୍ରଗାଢ଼ କରି । ସୂର୍ଯ୍ୟମଣି କାର୍ ନେଇ ଆସି ପହଞ୍ଚିଲେ ଗ୍ରାଣ୍ଡ ହୋଟେଲ୍ରେ ମଧୁସୂଦନ ରହୁଥିବା କୋଠରିରେ । ପୂର୍ବ ପ୍ରସ୍ତୁତି ମତେ ମଧୁସୂଦନ ଆସି ବସିଲେ କାରେ । ସୂର୍ଯ୍ୟମଣି କାଟିକୁ ନେଇ ପହୁଞ୍ଚାଇଲେ ବିରଳା ଭବନରେ । ସେଠାରେ ଗାନ୍ଧିଜୀଙ୍କ ସହିତ ନିଭୃତ ଆଲୋଚନା କରି ମଧୁସୂଦନ ଆସି ବସିଲେ କା ଆଗ ସିଟ୍ରେ । ମହାତ୍ମାଗାନ୍ଧୀ ଓ ଶ୍ରୀମତୀ ସରୋଜିନୀ ନାଇଡୁ
ପୃଷ୍ଠା:Aama Madhusudan.pdf/୮୪
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୮୫