ପୃଷ୍ଠା:Aama Odia Byakarana.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାଳ - ନଦୀନାଳସବୁ ବର୍ଷାପାଣିରେ ପୂର୍ଣ୍ଣ ହୋଇଗଲା ।
   ପିଲାଟିର ପାଟିରୁ ନାଳ ବହୁଛି ।
   ପଦ୍ମ ନାଳରେ ସୂକ୍ଷ୍ମ ରନ୍ଧ୍ର ଥାଏ ।
ପଟ - ସନ୍ନ୍ୟାସୀମାନେ ବୃକ୍ଷର ପଟକୁ ବସ୍ତ୍ରରୂପେ ବ୍ୟବହାର କରୁଥିଲେ ।
   ରାସ୍ତାରେ ଏପଟ ସେପଟ ହୁଅନାହିଁ ।
   ଚାଷୀଟିର ଏକ ପଟ ମାତ୍ର ବଳଦ ଅଛି ।
ପର - ଛୋଟ ପକ୍ଷୀଟିର ଏପର୍ଯ୍ୟନ୍ତ ପର କଅଁଳି ନାହିଁ ।
   ନିଜ ପିଲାଙ୍କୁ ପର ମନେ କରିବା ଉଚିତ ନୁହେଁ ।
   କାଲି ତାଙ୍କର ପରଲୋକ ହୋଇଗଲା ।
ପକ୍ଷ - ଶର ଆଘାତରେ ପକ୍ଷୀଟିର ପକ୍ଷ ଛିଣ୍ଡିଗଲା ।
   ବିଭୀଷଣ ରାମଚନ୍ଦ୍ରଙ୍କ ପକ୍ଷରେ ଥିଲେ ।
ପାଣି - ଖାଇସାରି ପାଣି ପିଇବା ଉଚିତ ।
   ସରସ୍ୱତୀଙ୍କ ପାଣିରେ ବୀଣାଥାଏ ବୋଲି ତାଙ୍କୁ ବୀଣାପାଣି କହନ୍ତି ।
ପିତା - କଲରା ପିତା ଲାଗେ ।
   ପିତାମାତାଙ୍କୁ ଭକ୍ତି କର ।
ବାର - ଶ୍ୟାମର ମୋଟେ ବାର ଟଙ୍କା ଲାଭ ହୋଇଥିଲା ।
   ଗୋପାଳବାବୁ ସୋମବାର ଦିନ ଗାଆଁକୁ ଗଲେ ।
   ମୁଁ ତୁମକୁ ବହୁବାର ଏକଥା କହିଛି । ତୁମେ ନିମ୍ନଲିଖିତ ଶବ୍ଦଗୁଡ଼ିକୁ ଭିନ୍ନଭିନ୍ନ ଅର୍ଥରେ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ଲେଖ -

ହତା, ଗୁଣ୍ଡା, ପାଗ, ପୁର, ଯୋଗ, ରଙ୍ଗ, ସଜ ।

୧୪ ■ ଆମ ଓଡ଼ିଆ ବ୍ୟାକରଣ