ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗୋଟିଏ ବଡ଼ ଟେଳାକୁ ଭାଙ୍ଗିଲେ ତାହା ଛୋଟଛୋଟ ଟେଳା ହୋଇଯାଏ । ପୁଣି ଛୋଟ ଛୋଟ ଟେଳାକୁ ଭାଙ୍ଗିଲେ ସେଗୁଡ଼ିକ ଆହୁରି ଛୋଟଛୋଟ ହୋଇଯାଏ । ସେହିପରି ଶବ୍ଦକୁ ଭାଙ୍ଗିଲେ କଅଣ ହୁଏ, ଆମେ ଦେଖିବା ।
‘ହାତୀ’ ଗୋଟିଏ ଶବ୍ଦ ।
ଏହାକୁ ଯଦି ଆମେ ଭାଙ୍ଗିବା, ଅର୍ଥାତ୍ ରହିରହି ଉଚ୍ଚାରଣ କରିବା, ତେବେ
ଏହା ଦୁଇଟି ଭାଗ ହେବ-
ହା / ତୀ
ଶବ୍ଦର ପ୍ରତ୍ୟେକ ଭାଗକୁ ଅକ୍ଷର କହନ୍ତି ।
ତେଣୁ ‘ହାତୀ’ ଶବ୍ଦରେ ଦୁଇଟି ଅକ୍ଷର ଅଛି ।
‘ପିଜୁଳି’ ଗୋଟିଏ ଶବ୍ଦ ।
ଏହାକୁ ଯଦି ଆମେ ଭାଙ୍ଗିବା, ଅର୍ଥାତ୍ ରହିରହି ଉଚ୍ଚାରଣ କରିବା; ତେବେ
ଏହା ତିନିଟି ଭାଗ ହେବ-
ପି / ଜୁ / ଳି
ତେଣୁ ‘ପିଜୁଳି’ ଶବ୍ଦରେ ତିନିଟି ଅକ୍ଷର ଅଛି ।
୧୬ ■ ଆମ ଓଡ଼ିଆ ବ୍ୟାକରଣ