‘କ’ଠାରୁ ଁ (ଚନ୍ଦ୍ରବିନ୍ଦୁ) ପର୍ଯ୍ୟନ୍ତ ବର୍ଣ୍ଣଗୁଡ଼ିକୁ ବ୍ୟଞ୍ଜନବର୍ଣ୍ଣ କହନ୍ତି ।
ବ୍ୟଞ୍ଜନବର୍ଣ୍ଣରେ ସ୍ୱରବର୍ଣ୍ଣ ମିଶିଲେ ଆମେ ଏହିପରି ବନାନ କରୁଁ-
କ ରେ ଆକାର କା କ ରେ ଋକାର
କ ରେ ହ୍ରସ୍ୱଇକାର କି କ ରେ ଏକାର କେ
କ ରେ ଦୀର୍ଘଈକାର କୀ କ ରେ ଐକାର କୈ
କ ରେ ହ୍ରସ୍ୱଉକାର କୁ କ ରେ ଓକାର କୋ
କ ରେ ଦୀର୍ଘଊକାର କୂ କ ରେ ଔକାର କୌ
କିନ୍ତୁ କ ରେ ଅକାର କ- ଏମିତି କୁହାଯାଏ ନାହିଁ । କାରଣ ‘ଅ’ ପାଇଁ କୌଣସି ବନାନ ଚିହ୍ନ ନାହିଁ ।
‘ଅ’ଟି ସାଧାରଣତଃ ବ୍ୟଞ୍ଜନବର୍ଣ୍ଣରେ ମିଶିକରି ଥାଏ । ଯଦି ଆମେ ‘ଅ’କୁ ବ୍ୟଞ୍ଜନବର୍ଣ୍ଣରୁ ବାଦ୍ ଦେବା, ତେବେ ବ୍ୟଞ୍ଜନବର୍ଣ୍ଣକୁ ହଳନ୍ତ୍ ଚିହ୍ନ ଦେଇ ଲେଖିବା । ଯେପରି- କ୍, ଖ୍, ଗ୍, ଘ୍, ଙ୍, ଚ୍, ଛ୍ ଜ୍ ଇତ୍ୟାଦି । କିନ୍ତୁ ଏଭଳି ହଳନ୍ତ ଚିହ୍ନ ଦିଆ ଗୋଟିକିଆ ବର୍ଣ୍ଣକୁ ଉଚ୍ଚାରଣ କରାଯାଇପାରେ ନାହିଁ । ମାତ୍ର ଶବ୍ଦରେ ଥିଲେ ଉଚ୍ଚାରଣ କରାଯାଇପାରେ । ଯେପରି- ହଠାତ୍, ଅପ୍ସରା, ଅବାକ୍ ।
‘ଡ’ ଏବଂ ‘ଢ’- ଏ ଦୁଇଟି ବର୍ଣ୍ଣ କୌଣସି ଶବ୍ଦର ଭିତରେ କିମ୍ବା ଶେଷରେ ରହିଲେ ଏ ଦୁଇଟିର ତଳେ ଗୋଟିଏ ଲେଖାଏଁ ବିନ୍ଦୁ ଦିଆଯାଇପାରେ । ଯେପରି- ଓଡ଼ିଆ ନଡ଼ିଆ, ନଡ଼ା, ବଢ଼େଇ, ବଢ଼ି, କଢ଼ । କିନ୍ତୁ ଶବ୍ଦର ମୂଳରେ ରହିଲେ ଆଦୌ ବିନ୍ଦୁ ଦିଆଯାଏ ନାହିଁ । ଯେପରି- ଡର, ଢିଲା । |
ନିମ୍ନଲିଖିତ ଶବ୍ଦଗୁଡିକର ବନାନ କର ଏବଂ ସେଗୁଡିକୁ + ଚିହ୍ନ ଦେଇ ଲେଖ ।
ପିତା, ମାତା, ଭାଇ, ଭଉଣୀ, କୃଷକ, କୂଅ, ସୁରେଶ, ବିନୋଦିନୀ, ବିନୟ, ଐରାବତ, ସୌଦାଗର, ଦାଶରଥି ।
୧୮ ■ ଆମ ଓଡ଼ିଆ ବ୍ୟାକରଣ