ପୃଷ୍ଠା:Aama Odia Byakarana.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ତିନି ପ୍ରକାର କ୍ରିୟାପଦ ଛଡ଼ା ଆଉ ଗୋଟିଏ ପ୍ରକାର କ୍ରିୟାପଦ ଅଛି । ସେଥିରୁ କୌଣସି କାମ ସବୁ କାଳରେ ବା ନିତିିଦିନିଆ ଭାବରେ କରାହୁଏ ବୋଲି ଜଣାପଡ଼େ । ଯେପରି-

(କ) ପୃଥିବୀ ସୂର୍ଯ୍ୟ ଚାରିପାଖରେ ବୁଲେ ।
(ଖ) ବାପା ପ୍ରତିିଦିନ ଭାଗବତ ପଢ଼ନ୍ତି ।

ପ୍ରଥମ ବାକ୍ୟରେ ‘ବୁଲେ’ କ୍ରିୟାପଦରୁ ପୃଥିବୀର ବୁଲିବା କାମ ସବୁବେଳେ ଚାଲିଛି ବୋଲି ଜଣାପଡ଼ୁଛି । ଦ୍ୱିତୀୟ ବାକ୍ୟରେ ‘ପଢ଼ନ୍ତି’ କ୍ରିୟାପଦରୁ ବାପାଙ୍କର ପଢ଼ିବା କାମ ନିତିିଦିନିଆ ଭାବରେ ହୁଏ ବୋଲି ଜଣାପଡ଼ୁଛି । ତେଣୁ ‘ବୁଲେ’ ଏବଂ ‘ପଢ଼ନ୍ତି’ - ଦୁଇଟି ନିତ୍ୟ କାଳର କ୍ରିୟାପଦ ଅଟେ ।

ଏହିପରି କ୍ରିୟାପଦ ଚାରିପ୍ରକାର ।

(୧) ବର୍ତ୍ତମାନ କାଳର କ୍ରିୟାପଦ
(୨) ଅତୀତ କାଳର କ୍ରିୟାପଦ
(୩) ଭବିଷ୍ୟତ କାଳର କ୍ରିୟାପଦ
(୪) ନିତ୍ୟ କାଳର କ୍ରିୟାପଦ

ତୁମେ ନିମ୍ନଲିଖିତ ବାକ୍ୟଗୁଡ଼ିକରେ କ୍ରିୟାପଦଗୁଡ଼ିକୁ ଚିହ୍ନାଅ ଏବଂ ସେଗୁଡ଼ିକ କେଉଁ କେଉଁ କାଳର କ୍ରିୟାପଦ ଲେଖ-

ଭଗତ ସିଂ ଦେଶପାଇଁ ପ୍ରାଣ ଦେଇଥିଲେ ।
ଗୀତା ଭଲ ଗୀତ ଗାଏ ।
କାଲି ପ୍ରଧାନ ଶିକ୍ଷକ ଓଡ଼ିଆ କବିତା ପଢ଼ାଇବେ ।
କୃୃଷକମାନେ ଫସଲ କାଟୁଛନ୍ତି ।
ବର୍ଷାଋତୁରେ କଦମ୍ବ ଫୁଲ ଫୁଟେ ।
ଗୋବିନ୍ଦ ନୀଳଗିରି ଯାଇଥିଲା ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିଦେଶ ଯିବେ ।

ଆମ ଓଡ଼ିଆ ବ୍ୟାକରଣ ■ ୨୫