ପୃଷ୍ଠା:Aama Odia Byakarana.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଭିଧାନରୁ ଅର୍ଥ ଜାଣିବା

ବନ୍ଦନା ଖଣ୍ଡିଏ ପତ୍ରିକା ପଢ଼ୁଥିଲା । ସେଥିରେ ଗୋଟିଏ ସ୍ଥାନରେ ‘ପାପ’ ଶବ୍ଦଟି ବ୍ୟବହୃତ ହୋଇଥିଲା । ବନ୍ଦନା ତାହାର ଅର୍ଥ ବୁଝିପାରିଲା ନାହିଁ । ଶିକ୍ଷୟିତ୍ରୀଙ୍କୁ ପଚାରିଲା । ଶିକ୍ଷୟିତ୍ରୀ ତାକୁ ଅଭିଧାନ ବହିଟିଏ ଦେଇ ସେଥିିରୁ ‘ପାପ’ ଶବ୍ଦର ଅର୍ଥ ଜାଣିବାପାଇଁ କହିଲେ । କିନ୍ତୁ ‘ପାପ’ ଶବ୍ଦଟି ଅଭିଧାନରେ କେଉଁଠି ଲେଖା ହୋଇଛି, ବନ୍ଦନା ଜାଣି ପାରିଲା ନାହିଁ । ତହୁଁ ଶିକ୍ଷୟିତ୍ରୀ ତାକୁ ଅଭିଧାନରୁ ଅର୍ଥ ବୁଝାଇବାର ସୂତ୍ର ବତାଇଲେ । ସେ ପ୍ରଥମେ କେତେଗୁଡ଼ିଏ ଶବ୍ଦ ଲେଖିବାକୁ ଦେଲେ ଏବଂ ବର୍ଣ୍ଣମାଳାର କ୍ରମ ଅନୁସାରେ ସଜାଇବାକୁ କହିଲେ ।

ଶିକ୍ଷୟିତ୍ରୀ ଡାକିଲେ, ବନ୍ଦନା ଲେଖିଲା-

ଖଇର ଜଉ ଟଙ୍କା
ଲୟ ଥୟ କପାଳ
ଇଟା ମକା ଚତୁର
ଅଗ ଛତା ହଳ

ବନ୍ଦନା ତ ଆଗରୁ ଓଡ଼ିଆ ବର୍ଣ୍ଣମାଳା ଜାଣିଥିଲା । ସେ ବର୍ଣ୍ଣମାଳାର କ୍ରମ ଅନୁସାରେ ଶବ୍ଦଗୁଡ଼ିକୁ ସଜାଇ ଲେଖିଲା-

ଆମ ଓଡ଼ିଆ ବ୍ୟାକରଣ ■ ୨୭