ପୃଷ୍ଠା:Aama Odia Byakarana.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
କାହାଦ୍ୱାରା, କାହିଁରେ ?

(କ) ଆଗେ ଲୋକମାନେ ପରକଲମଦ୍ୱାରା ଲେଖୁଥିଲେ
(ଖ) କୁଳମଣି କୁରାଢ଼ିରେ କାଠ ଚିରୁଛି ।

ପ୍ରଥମ ବାକ୍ୟରେ ‘ଲେଖୁଥିଲେ’ କ୍ରିୟାପଦ ଏବଂ ଦ୍ୱିତୀୟ ବାକ୍ୟରେ ‘ଚିରୁଛି’ କ୍ରିୟାପଦ । ଏହି କ୍ରିୟାପଦ ଦୁଇଟିର ମୂଳରେ ଆମେ କାହାଦ୍ୱାରା ବା କାହିଁରେ ଲଗାଇ ପ୍ରଶ୍ନ କରିବା ଏବଂ ଉତ୍ତରରେ କି କି ପଦ ମିଳୁଛି, ଦେଖିବା ।

ପ୍ରଶ୍ନ ଉତ୍ତର
କାହାଦ୍ୱାରା ଲେଖୁଥିଲେ ? ପରକଲମଦ୍ୱାରା
କାହିଁରେ ଚିରୁଛି ? କୁରାଢ଼ିରେ

କ୍ରିୟାପଦ ପୂର୍ବରୁ କାହାଦ୍ୱାରା ବା କାହିଁରେ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯେଉଁ ପଦ ମିଳେ, ତାହାକୁ କରଣ କାରକ କହନ୍ତି ।

ଉପର ବାକ୍ୟ ଦୁଇଟିରେ ‘ପରକଲମଦ୍ୱାରା’ ଏବଂ ‘କୁରାଢ଼ିରେ’ କରଣକାରକ ।

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ କରଣ କାରକଗୁଡ଼ିକୁ ଚିହ୍ନାଅ ।
(କ) ଯଦୁ ଜାଲରେ ମାଛ ଧରେ ।
(ଖ) କୃଷକମାନେ ଲଙ୍ଗଳ‌ଦ୍ୱାରା ହଳ କରନ୍ତି ।
(ଗ) ବିମଳା ଛୁରୀରେ ଆମ୍ବ କାଟୁଛି ।
(ଘ) ଲୋକେ କଂପ୍ୟୁଟରଦ୍ୱାରା ଅନେକ କଥା ଜାଣୁଛନ୍ତି ।
(ଙ) ହନୁମାନ୍‍ ଗଦାରେ ଅସୁରମାନଙ୍କୁ ମାରିପକାଇଲେ ।

[[ଫାଇଲ:|432px|page=31]]

ଆମ ଓଡ଼ିଆ ବ୍ୟାକରଣ ■ ୩୩