ପୃଷ୍ଠା:Aama Odia Byakarana.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୁଆ, ‘ଦେଶ’ ବୋଇଲେ ଅନେକ ଦେଶ । ଏହିପରି ଜାତି ବୁଝାଉଥିବା ନାମ ଅନେକଙ୍କୁ ବୁଝାଏ ।

(୩) ବସ୍ତୁ ବୁଝାଉଥିବା ନାମ- ମାଟି, ପାଣି, ପଥର, ବାଲି, କାଠ, ଗୁଡ଼, ଚିନି, ଲୁହା, ତମ୍ବା, ସୁନା, କ୍ଷୀର, ମହୁ ପ୍ରଭୃତି ।

(୪) ଗୁଣ ବା ଅବସ୍ଥା ବୁଝାଉଥିବା ନାମ- ଦୟା, କ୍ଷମା, ସ୍ନେହ, ମମତା, ଧୈର୍ଯ୍ୟ, ବୀରତ୍ୱ, ଗର୍ବ, ଦୁଷ୍ଟାମି, ମୂର୍ଖତା, ଶୈଶବ, ବାର୍ଦ୍ଧକ୍ୟ, ଦରିଦ୍ରତା ପ୍ରଭୃତି ।

‘ଗୁଣ’ ବୋଇଲେ ଭଲଗୁଣ ଓ ମନ୍ଦଗୁଣ ଉଭୟକୁ ବୁଝାଏ । ଯେପରି ଦୟା ମନୁଷ୍ୟର ଏକ ଭଲଗୁଣ, ଗର୍ବ ଏକ ମନ୍ଦଗୁଣ ।

(୫) କାର୍ଯ୍ୟ ବୁଝାଉଥିବା ନାମ- ପଢ଼ିବା, ଦେଖିବା, ଧାଇଁବା, କହିବା, ଶୁଣିବା, ଲେଖିବା, ଭ୍ରମଣ, ଶୟନ, ଭୋଜନ, ଗମନ, ରନ୍ଧନ, ଦର୍ଶନ ପ୍ରଭୃତି ।

ଅତଏବ ବିଶେଷ୍ୟ ପଦ ପାଞ୍ଚ ପ୍ରକାର-

(୧) ସଂଜ୍ଞା ବିଶେଷ୍ୟ
(୨) ଜାତି ବିଶେଷ୍ୟ
(୩) ବସ୍ତୁ ବିଶେଷ୍ୟ
(୪) ଗୁଣ ବା ଅବସ୍ଥା ବିଶେଷ୍ୟ
(୫) କାର୍ଯ୍ୟ ବିଶେଷ୍ୟ

ତୁମେ ନିମ୍ନଲିଖିତ ପଦଗୁଡ଼ିକ ମଧ୍ୟରୁ କିଏ କି ପ୍ରକାର ବିଶେଷ୍ୟ, ଚିହ୍ନାଇଦିଅ ।

ନେଉଳ, ବୈତରଣୀ, ଗୋଡ଼ି, ତୁଳା, ଆଗ୍ରା, ଇଟା, ବାଘ, କାଚ, କାଗଜ, ର୍ଶନ, ଚୋରି, ମିଛ, ସତ, କବି, କୃଷକ, ପେନ୍‍ସିଲ୍‍, ଖଟ, ଚନ୍ଦ୍ର, ଶୈଶବ, କଟକ, ମୃଗ ।

୪୨ ■ ଆମ ଓଡ଼ିଆ ବ୍ୟାକରଣ