ପୃଷ୍ଠା:Aama Odia Byakarana.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବାଘ-ବାଘୁଣୀ, ମୃଗ-ମୃଗୁଣୀ

ଯେଉଁ ଶବ୍ଦ କେବଳ ପୁରୁଷପ୍ରାଣୀକୁ ବୁଝାଏ, ତାହାକୁ ପୁଂଲିଙ୍ଗ ଶବ୍ଦ କହନ୍ତି । ଯେଉଁ ଶବ୍ଦ କେବଳ ସ୍ତ୍ରୀପ୍ରାଣୀକୁ ବୁଝାଏ, ତାହାକୁ ସ୍ତ୍ରୀଲିଙ୍ଗ ଶବ୍ଦ କହନ୍ତି । ଯେଉଁ ଶବ୍ଦପୁରୁଷ ପ୍ରାଣୀକୁ ବା ସ୍ତ୍ରୀପ୍ରାଣୀକୁ ବୁଝାଏ ନାହିଁ, ତାହାକୁ କ୍ଳୀବଲିଙ୍ଗ ଶବ୍ଦ କହନ୍ତି ।

ତଳେ ଦୁଇଟି ଲେଖାଏଁ ପୁଂଲିଙ୍ଗ ଶବ୍ଦ ଏବଂ ସେ ଦୁଇଟିର ସ୍ତ୍ରୀଲିଙ୍ଗ ଶବ୍ଦ ଦିଆଗଲା । ତୁମେ ସେହି ଅନୁସାରେ ଶୂନ୍ୟସ୍ଥାନ ପୂରଣ କର ।

(କ) ବାଘ - ବାଘୁଣୀ ମୃଗ - ମୃଗୁଣୀ
ଅନ୍ଧ - ରଙ୍କ -
ଅସୁର - ଶବର -
ନାଗ - ନାତି -
ଗଧ - ସଙ୍ଗାତ -
କାଲ - ଗୋପାଳ -
(ଖ) ଡାକ୍ତର - ଡାକ୍ତରାଣୀ ଚାକର - ଚାକରାଣୀ
ଠାକୁର - ମାଷ୍ଟର -
ସାଧବ - ସାଆନ୍ତ -
ଇନ୍ଦ୍ର - ରୁଦ୍ର -
ମାଲିକ - ବାବୁ -

୪୪ ■ ଆମ ଓଡ଼ିଆ ବ୍ୟାକରଣ