ପୃଷ୍ଠା:Aama Odia Byakarana.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଦରେ ଲାଗିଥିବା କୁ, ରେ, ର, ରୁ, ଠାରୁ, ଦ୍ୱାରା, ପାଇଁ, ଠାରେ ପ୍ରଭୃତିକୁ ବିଭକ୍ତି ବା ବିଭକ୍ତି ଚିହ୍ନ କୁହାଯାଏ ।

ତୁମେ ନିମ୍ନଲିଖିତ ଲେଖାରେ ବିଭକ୍ତି ଚିହ୍ନ ଚିହ୍ନାଅ ।
ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ବଡ଼ ।
ପ୍ରାଣୀର ନ ପାଞ୍ଚିବ ମନ୍ଦ । ସକଳ ଘଟରେ ଗୋବିନ୍ଦ ।।
କଟକ ଚିନ୍ତା ବାଇମୁଣ୍ଡିକି ।
ଅହିଂସାଦ୍ୱାରା ହିଂସାକୁ ଜିଣିହୁଏ ।
ତୁମକୁ ସେ ଭଲ କଥା କହିଲେ ।
ବିଜ୍ଞାନ‌ଦ୍ୱାରା ଆମର ବହୁତ ଉପକାର ହେଉଛି ।
ଓଡ଼ିଶାରେ ଅନେକ ନ‌ଦୀ ବହୁଛି ।

[[ଫାଇଲ:|432px|page=46]]

୪୮ ■ ଆମ ଓଡ଼ିଆ ବ୍ୟାକରଣ