ପୃଷ୍ଠା:Aama Odia Byakarana.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବଚନ

(କ) ସୁବ୍ରତ ସଭାରେ ବସିଲେ ।
(ଖ) ଲୋକମାନେ ସଭାରେ ବସିଲେ ।
(ଗ) ଗଙ୍ଗାନୀ ହିମାଳୟରୁ ବାହାରିଅଛି ।
(ଘ) ନୀସବୁ ପର୍ବତମାନଙ୍କରୁ ବାହାରିଅଛନ୍ତି ।

‘ସୁବ୍ରତ’ ପଦଟି ଜଣେ ଲୋକକୁ ବୁଝାଉଛି, କିନ୍ତୁ ‘ଲୋକମାନେ’ ପଦଟି ବହୁତ ଲୋକଙ୍କୁ ବୁଝାଉଛି । ସେହିପରି ‘ଗଙ୍ଗାନ‌ଦୀ’ ପଦଟି ଗୋଟିଏ ନ‌ଦୀକୁ ବୁଝାଉଛି, ‘ହିମାଳୟରୁ’ ପଦଟି ଗୋଟିଏ ପର୍ବତକୁ ବୁଝାଉଛି, କିନ୍ତୁ ‘ନ‌ଦୀସବୁ’ ପଦଟି ବହୁତ ନ‌ଦୀକୁ ବୁଝାଉଛି ଏବଂ ‘ପର୍ବତମାନଙ୍କରୁ’ ପଦଟି ବହୁତ ପର୍ବତକୁ ବୁଝାଉଛି ।

ଯେଉଁ ପଦ ଏକ ବା ଗୋଟିଏକୁ ବୁଝାଏ, ତାହାକୁ ଏକବଚନ କୁହାଯାଏ ଏବଂ ଯେଉଁପଦ ବହୁତଙ୍କୁ ବୁଝାଏ, ତାହାକୁ ବହୁବଚନ କୁହାଯାଏ ।

ନିମ୍ନଲିଖିତ ବାକ୍ୟଗୁଡ଼ିକରେ କେଉଁ କେଉଁ ପଦ ଏକବଚନ ଏବଂ କେଉଁ କେଉଁ ପଦ ବହୁବଚନ, ଚିହ୍ନାଇଦିଅ ।

(କ) ପିଲାମାନେ ପିତାମାତାଙ୍କୁ ଭକ୍ତି କରନ୍ତି ।
(ଖ) ମାଳୀଟି ଗଛଗୁଡ଼ିକୁ ଯତ୍ନରେ ବଢ଼ାଇଲା ।
(ଗ) ବଙ୍ଗୋପସାଗରରେ ସାଧବମାନଙ୍କର ବୋଇତସବୁ ଚାଲୁଥିଲା ।

(ଘ) ନିଧି ମଉସା ଅନାବନା ଗଛଗୁଡ଼ାକୁ କାଟି ପକାଇଲେ ।

ଆମ ଓଡ଼ିଆ ବ୍ୟାକରଣ ■ ୪୯