ପୃଷ୍ଠା:Aama Odia Byakarana.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଶେଷ୍ୟ ପଦମାନଙ୍କର ଯେପରି ବିଭିନ୍ନ ବିଭକ୍ତି, ଏକବଚନ ଓ ବହୁବଚନରେ ବିଭିନ୍ନ ରୂପ ହୁଏ, ସର୍ବନାମ ପଦମାନଙ୍କର ମଧ୍ୟ ସେହିପରି ବିିଭିନ୍ନ ବିଭକ୍ତି, ଏକବଚନ ଓ ବହୁବଚନରେ ବିଭିନ୍ନ ରୂପ ହୁଏ । ଯେପରି-

ସେ - ସେମାନେ, ତାକୁ, ତାଙ୍କୁ, ସେମାନଙ୍କୁ, ତାଦ୍ୱାରା, ସେମାନଙ୍କଦ୍ୱାରା, ତା ପାଇଁ, ତାଙ୍କ ପାଇଁ ଇତ୍ୟାଦି ।

ଯେ - ଯେଉଁମାନେ, ଯାହାକୁ, ଯାହାଙ୍କୁ, ଯେଉଁମାନଙ୍କଦ୍ୱାରା, ଯାହାଦ୍ୱାରା, ଯାହାର, ଯାହାଙ୍କର ଇତ୍ୟାଦି ।

କିଏ - କେଉଁମାନେ, କାହାକୁ, କେଉଁମାନଙ୍କୁ, କାହାପାଇଁ, କାହାଠାରୁ, କାହାର, କେଉଁମାନଙ୍କର ଇତ୍ୟାଦି ।

ଏ - ଏମାନେ, ଏହାକୁ , ଏହାଦ୍ୱାରା, ଏହାର, ଏହାଠାରୁ, ଏମାନଙ୍କଠାରୁ, ଏହାଠାରେ, ଏମାନଙ୍କଠାରେ ଇତ୍ୟାଦି ।

ମୁଁ - ମୋତେ, ଆମକୁ, ମୋର, ଆମର, ଆମମାନଙ୍କର, ମୋଦ୍ୱାରା, ଆମଦ୍ୱାରା, ଆମଠାରୁ, ମୋଠାରୁ ଇତ୍ୟାଦି ।

ତୁମେ - ତୋତେ, ତୁମକୁ, ତୁମମାନଙ୍କୁ, ତୁମଠାରୁ, ତୋଠାରୁ, ତୁମର, ତୁମମାନଙ୍କର ଇତ୍ୟାଦି ।

ଆପଣ - ଆପଣମାନେ, ଆପଣଙ୍କଠାରେ, ଆପଣମାନଙ୍କଠାରେ ଆପଣଙ୍କୁ, ଆପଣମାନଙ୍କୁ ଇତ୍ୟାଦି ।

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ସର୍ବନାମ ପଦ ଚିହ୍ନାଇଦିଅ ।

(କ) ରାଜେନ୍ଦ୍ର ଭଲ ପାଠ ପଢେ଼ । ତାକୁ ଶିକ୍ଷକମାନେ ଆଦର କରନ୍ତି ।

(ଖ) ନିମ୍ବଗଛ ଅତ୍ୟନ୍ତ ଦରକାରୀ । ଏହାର ପତ୍ରରୁ ଅନେକ ପ୍ରକାର ଔଷଧ ତିଆରି ହୁଏ ।

(ଗ) ଦେଶ ପ୍ରତି ଆମର କର୍ତ୍ତବ୍ୟ ରହିଛି ।

(ଘ) ତୁମପାଇଁ ମୁଁ ନିଶ୍ଚୟ ଭଲ କଲମଟିଏ ଆଣିବି ।

(ଙ) ଯେଉଁମାନଙ୍କର ଇଚ୍ଛା ଅଛି, ସେମାନେ ଆଗେଇ ଆସନ୍ତୁ ।

୫୬ ■ ଆମ ଓଡ଼ିଆ ବ୍ୟାକରଣ