Jump to content

ପୃଷ୍ଠା:Aama Odia Byakarana.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|432px|page=62]]
ପିତୃଭକ୍ତି ନୀଳଚକ୍ର
ପୁତ୍ରସ୍ନେହ ସୁନାହାର
ପିଇବାପାଣି ଇଟାଭାଟି
ଗାଧୁଆଘର ଅଷ୍ଟରତ୍ନ
ସମୁଦ୍ରଜଳ ସପ୍ତାହ
ମାମୁଁଘର ନୀଳକଣ୍ଠ
ଗଛପାଚିଲା ମହାବାହୁ
ବଣଭୋଜି ପ୍ରତିକ୍ଷଣ
ମହାପୁରୁଷ ଦଶମୁଖ
ପାଦପଦ୍ମ ଜନ୍ମଭୂମି

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ସମାସ ହୋଇଥିବା ପଦଗୁଡ଼ିକୁ ଚିହ୍ନାଇଦିଅ ।

(କ) ଭାରତ ଆମର ମାତୃଭୂମି ଅଟେ ।
(ଖ) ଆକାଶରେ ତାରାଗଣ ଶୋଭା ପାଉଛନ୍ତି ।
(ଗ) ବିଦ୍ୟାଧନଠାରୁ ବଡ଼ ଧନ ନାହିଁ ।
(ଘ) ରେଳପଥରେ ଅନେକ ଯାତ୍ରୀଗାଡ଼ି ଓ ମାଲଗାଡ଼ି ଚାଲୁଛି ।
(ଙ) ସମୁଦ୍ରପାଣିରୁ ଲୁଣ ଉତ୍ପାଦନ କରାଯାଏ ।

ସାଧୁର ଲକ୍ଷଣ ଈଶ୍ୱରଭକ୍ତି ।
ଦୁଗ୍‍ଧପାନ କଲେ ବଢ଼ଇ ଶକ୍ତି ।

ବୀଣାପାଣି ସରସ୍ୱତୀ ବିଦ୍ୟାଦାତ୍ରୀ ମାଆଗୋ
ମାତୃଭାଷାକୁ ଆମର ସଦା ହୁଅ ସାହା ଗୋ ।

[[ଫାଇଲ:|432px|page=62]]

୬୪ ■ ଆମ ଓଡ଼ିଆ ବ୍ୟାକରଣ