ପୃଷ୍ଠା:Aama Odia Byakarana.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁଇଟି ଶବ୍ଦ ମିଶି ଗୋଟିଏ ଶବ୍ଦ ହୋଇଥିଲେ ଏବଂ ମଝିରେ କିଛି ପରିବର୍ତ୍ତନ ହୋଇଥିଲେ ସେଭଳି ଶବ୍ଦକୁ ସନ୍ଧି ଶବ୍ଦ କୁହାଯାଏ ।

ବିଦ୍ୟାଳୟ, ସଚ୍ଚରିତ୍ର, ପୁନର୍ବାର, ଏଗୁଡ଼ିକ ଗୋଟିଏ ଗୋଟିଏ ସନ୍ଧି ଶବ୍ଦ ।

ସନ୍ଧିଶବ୍ଦରେ ମିଶିଥିବା ଶବ୍ଦଗୁଡ଼ିକୁ + ଚିହ୍ନ‌ଦ୍ୱାରା ଦେଖାଇ ଦିଆଯାଏ ।

ତଳେ + ଚିହ୍ନ ସହିତ କେତେକ ସନ୍ଧିଶବ୍ଦ ଦିଆଗଲା ।

ବିଦ୍ୟା + ଆଳୟ = ବିଦ୍ୟାଳୟ   ସତ୍‍ + ଚରିତ୍ର = ସଚ୍ଚରିତ୍ର
ଜନ୍ମ + ଅଷ୍ଟମୀ = ଜନ୍ମାଷ୍ଟମୀ   ଜଗତ୍‍ + ନାଥ = ଜଗନ୍ନାଥ
ଦେବ + ଆଶିଷ = ଦେବାଶିଷ   ଚଳତ୍‍ + ଚିତ୍ର = ଚଳଚ୍ଚିତ୍ର
ମହା + ଆଶୟ = ମହାଶୟ   ଦିକ୍‍ + ଅମ୍ବର = ଦିଗମ୍ବର
ଗଣ + ଈଶ = ଗଣେଶ   ଷଟ୍‍ + ଆନନ = ଷଡ଼ାନନ
ମହା + ଈଶ୍ୱର = ମହେଶ୍ୱର   ମନଃ + କାମନା = ମନସ୍କାମନା
ଲମ୍ବ + ଉଦର = ଲମ୍ବୋଦର   ଚତୁଃ + ପଦ = ଚତୁଷ୍ପଦ
ପର + ଉପକାର= ପରୋପକାର   ପୁନଃ + ବାର = ପୁନର୍ବାର
ପ୍ରତି + ଏକ = ପ୍ରତ୍ୟେକ   ଅନ୍ତଃ + ଗତ = ଅନ୍ତର୍ଗତ
ସପ୍ତ + ଋଷି = ସପ୍ତର୍ଷି   ତପଃ + ବନ = ତପୋବନ

ତୁମେ ନିମ୍ନଲିଖିତ ଲେଖାରେ ସନ୍ଧି ହୋଇଥିବା ପଦଗୁଡ଼ିକୁ ଚିହ୍ନାଅ ଏବଂ ସେଗୁଡ଼ିକୁ + ଚିହ୍ନ‌ଦ୍ୱାରା ଅଲଗା ଅଲଗା କର ।

ପଠାଣି ସାମନ୍ତ ମହାମହୋପାଧ୍ୟାୟ ଉପାଧି ପାଇଥିଲେ ।
ଜୟଦେବ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ।
ପ୍ରତ୍ୟେକ ପ୍ରାଣୀ ଦେହରେ ପରମେଶ୍ୱର ଅଛନ୍ତି ।
ପରୋପକାରେ ଯାହାର ସଦା ଥାଏ ମତି
ଜଗଦୀଶ୍ୱର ତାହାକୁ ସହାୟ ହୁଅନ୍ତି ।
ସଜ୍ଜନ ସଙ୍ଗେ କଲେ ବାସ । ସୁଗୁଣ ହୋଇବ ବିକାଶ ।।

[[ଫାଇଲ:|432px|page=64]]

୬୬ ■ ଆମ ଓଡ଼ିଆ ବ୍ୟାକରଣ