ପୃଷ୍ଠା:Aama Parala Gajapati.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|428px|page=109]]

ସିମଳାରୁ ଫେରିବା ପରେ ମହାରାଜା ପାରଳାର ଉତ୍କଳ ହିତୈଷିଣୀ ସମାଜ ତରଫରୁ ୧୯୩୨ ଅକ୍ଟୋବର ୧୬ ତାରଖ ଦିନଟିକୁ 'ଓଡ଼ିଶା ଏକୀକରଣ ଦିବସ' ରୂପେ ପାଳନ କରିବାପାଇଁ ଆୟୋଜନ କରିଥିଲେ । ଏଥିରେ ସ୍ଥାନୀୟ 'ପିପୁଲ୍‍ସ ଏସୋସିଏସନ୍‍' ସଂପୂର୍ଣ୍ଣ ସହଯୋଗ କରିବା ଥିଲା ସ୍ୱାଭାବିକ । ମହାରାଜଙ୍କ ଦିଗ୍‍ଦର୍ଶନରେ ହିତୈଷିଣୀ ସମାଜର ଆହ୍ୱାନ କ୍ରମେ କଟକଠାରେ ଏକ ସର୍ବଦଳୀୟ ସମ୍ମିଳନୀର ଆୟୋଜନ ହୋଇଥିଲା । ସେଠାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା, ଯେ ପର୍ଯ୍ୟନ୍ତ ଅତି କମ୍‍‌ରେ ପାରଳାଖେମଣ୍ଡି ଓ ଜୟପୁର ନୂତନ ଓଡ଼ିଶାର ସୀମା ସହିତ ଯୁକ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ଓଡ଼ିଆମାନଙ୍କଦ୍ୱାରା ନୂତନ ଓଡ଼ିଶା ପ୍ରଦେଶ ଗ୍ରହଣୀୟ ନୁହେଁ ।

ଓଡ଼ିଶାରେ ଏଭଳି ଉଦ୍‍‌ବେଳିତ ସ୍ଥିତି ଥିବାବେଳେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା ତୃତୀୟ ଗୋଲ୍‍‌ଟେବୁଲ୍‍ ବୈଠକ । ଏହା ୧୯୩୨ ନଭେମ୍ବର ୧୭ରୁ ଆରମ୍ଭ ହୋଇ ଡିସେମ୍ବର ୨୪ ପର୍ଯ୍ୟନ୍ତ ଚାଲିଥିଲା । ସେଥିରେ ଓଡ଼ିଶାରୁ ଯୋଗଦେଇଥିଲେ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଏବଂ କେନ୍ଦ୍ର ବିଧାନପରିଷଦର ସଭ୍ୟ ଶ୍ରୀ ଭୁବନାନନ୍ଦ ଦାସ । ରାଜା ରାମଚନ୍ଦ୍ର ଡିସେମ୍ବର ସାତ ତାରିଖଦିନ ସେଇ ବୈଠକରେ ଆପଣା ଭାଷଣରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବାପାଇଁ ଦାବି କରିଥିଲେ ।

ମହାରାଜା କୃଷ୍ଣଚନ୍ଦ୍ର ତାଙ୍କର ବନ୍ଧୁ ତଥା ସହପାଠୀ ଖଲିକୋଟ ରାଜା ରାମଚନ୍ଦ୍ରଙ୍କୁ ତତ୍‍‌ପରଦିନ ବଧାଇପୂର୍ବକ ଟେଲିଗ୍ରାମ କରିଥିଲେ ଗୋଲଟେବୁଲ୍‍ ବୈଠକରେ ଉତ୍କଳୀୟ ଆକାଂକ୍ଷାର ଯଥାର୍ଥ ପ୍ରତିଫଳନ ପାଇଁ । ପୁଣି ମଧ୍ୟ ଅନୁରୋଧ ଜଣାଇଥିଲେ ସେ ଯେଭଳି