କୌଣସି ସମୟରେ ଦକ୍ଷିଣ ଓଡ଼ିଶା ତଥା ସିଂହଭୂମର ଓଡ଼ିଆମାନଙ୍କୁ ଅବହେଳା ପ୍ରଦର୍ଶନ ନକରନ୍ତି । ନୂତନ ଓଡ଼ିଶା ସହ ସେମାନଙ୍କ ସଂପୃକ୍ତି ପାଇଁ ସେଠାରେ ଯଥାସାଧ୍ୟ ଉଦ୍ୟମ ଜାରି ରଖିବାପାଇଁ ମଧ୍ୟ ପୁଣିଥରେ ସ୍ମରଣ କରାଇଦେଇଥିଲେ ।
ଅନ୍ତିମ (ତୃତୀୟ) ଗୋଲ୍ଟେବୁଲ୍ ବୈଠକର ଅନ୍ତିମ ଦିବସ- ଡିସେମ୍ବର ୨୪ ତାରିଖ ଦିନ ଭାରତ ବିଭାଗ ସଚିବ ସାର୍ ସାମୁଏଲ୍ ହୋର୍ ପ୍ରଥମ ଗୋଲ୍ଟେବୁଲ୍ ବୈଠକରେ ନିଆଯାଇଥିବା ଏବଂ ଦ୍ୱିତୀୟ ବୈଠକରେ ସେଇ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିବା ନୀତିଗତ ନିଷ୍ପତ୍ତିକୁ ବିଧିବଦ୍ଧ ଭାବରେ ଘୋଷଣା କରି କହିଥିଲେ ଯେ ଓଡ଼ିଶା ଓ ସିନ୍ଧୁ ପ୍ରଦେଶ ଭାରତ ମାନଚିତ୍ରରେ ସ୍ୱତନ୍ତ୍ର ରାଜ୍ୟ ଭାବରେ ପ୍ରତିଷ୍ଠିତ ହେବ । ବିଗତ ଦୁଇବର୍ଷ ଧରି ଏହି ବିଷୟ ପ୍ରସଙ୍ଗରେ ଆଲୋଚନାମାନ ଚାଲିଛି । ଓଡ଼ିଶା ବିଷୟକ ପ୍ରଶ୍ନର ପୁଙ୍ଖାନୁୁପୁଙ୍ଖ ବିଚାର ସଂଗେସଂଗେ ବିଶେଷଜ୍ଞମାନଙ୍କଦ୍ୱାରା ତଦନ୍ତ ମଧ୍ୟ ଶେଷ ହୋଇଛି । ପୁଣି ଓଡ଼ିଶାର ସୀମା ନିର୍ଦ୍ଧାରଣ ବର୍ତ୍ତମାନପାଇଁ ଏକ ବିବାଦୀୟ ବିଷୟ ଏବଂ ସେ ସଂପର୍କରେ ବିଭିନ୍ନ ପ୍ରଶ୍ନ ଉଠିଲାଣି । ତାହାର ସଂପୂର୍ଣ୍ଣ ବିଚାର କରାଯାଇପାରିନାହିଁ । ତଥାପି ଭାରତୀୟ ରାଷ୍ଟ୍ର ସଂଘରେ ଏହି ଦୁଇଟି ପ୍ରଦେଶ ନୂତନ ଭାବରେ ସ୍ଥାନିତ ହେବେ ।
ଏ ଘୋଷଣା ପ୍ରକାଶ ପାଇବା ପରେ ପରେ ଓଡ଼ିଶାର ଛତ୍ରେଛତ୍ରେ ଆନନ୍ଦର ଲହରୀ ଖେଳିଯାଇଥିଲା । ରାଜା ରାମଚନ୍ଦ୍ରଙ୍କ ପରାମର୍ଶକ୍ରମେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଏବଂ ଓଡ଼ିଆମାନଙ୍କ ତରଫରୁ ସାର୍ ସାମୁଏଲ୍ ହୋର୍ଙ୍କୁ ଅଭିନନ୍ଦନମାନ ଜ୍ଞାପନ କରାଯାଇଥିଲା । ସେଥିରେ ଦକ୍ଷିଣ ଓଡ଼ିଶା ତଥା ପାରଳା ଅଞ୍ଚଳର ଅବଦାନ ଥିଲା ସର୍ବାଧିକ । ପାରଳା ମହାରାଜାଙ୍କ ଦିଗ୍ଦର୍ଶନକ୍ରମେ ସରକାରଙ୍କୁ ତଥା ସାମୁଏଲ ହୋର୍ଙ୍କୁ ସାଧୁବାଦ ସମେତ ସୀମାମକିଟି ସୁାରିଶରେ ବାଦ ପଡ଼ିଯାଇଥିବା ଓଡ଼ିଆ ଅଞ୍ଚଳ ସବୁକୁ ଯୁକ୍ତ କରାଯିବା ପାଇଁ ପୁନଃ ନିଷ୍ପତ୍ତି ନିଆଯିବା ଲାଗି ମଧ୍ୟ ଅନୁରୋଧ କରଯାଇଥିଲା ।
୧୯୩୨ ଡିସେମ୍ବର ୩୧ ତାରିଖ ଦିନ ସେତେବେଳେ ଇଂଲଣ୍ଡରେ ଥିବା ବଂଧୁ ରାମଚନ୍ଦ୍ରଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଏକ ଟେଲିଗ୍ରାମ ମାଧ୍ୟମରେ ଅନୁରୋଧ ଜଣାଇଥିଲେ । ସେଠାରେ ଆଉ କିଛି ଅଧିକ ସମୟ ରହିବାପାଇଁ; ଘୋଷିତ ହୋଇଥିବା ନୂତନ ପ୍ରଦେଶ ସଂପର୍କରେ ସରକାରଙ୍କର ବିଭିନ୍ନ ପଦକ୍ଷେପର ଅନୁଧ୍ୟାନ ପାଇଁ । ସେ ଅନୁରୋଧ ଜଣାଇଥିଲେ ସେଠାରେ ରହି ସେ ଗୋପାଳପୁରଠାରେ ସୀମାକମିଟିକୁ ପ୍ରଦାନ କରିଥିବା ଦାବିଗୁଡ଼ିକର ସଫଳ ରୂପ ଗ୍ରହଣ ପାଇଁ ଉଦ୍ୟମ କରିବେ ଏବଂ କୌଣସି ପରିସ୍ଥିତିରେ ସେଥିରୁ ଯେମିତି ତିଳେ ମାତ୍ର ବିଚ୍ୟୁତ ନହୁଅନ୍ତି ସେଥିାଇଁ ସଦା ଜାଗ୍ରତ ରହିବେ । ମୁଁ ବର୍ତ୍ତମାନ ଯେଉଁଠି ଅଛି ସେଇଠି ଛାଡ଼ିଦେଇ ଆପଣମାନେ ଚାଲିଯିବା (ଓଡ଼ିଶାକୁ) କ'ଣ ଅନୁଦାରତା ହେବନାହିଁ ? ସେହି ପରିସ୍ଥିତିରେ ବର୍ତ୍ତମାନ ତାହା ଏକ ନିର୍ଣ୍ଣାୟକ ସ୍ତରରେ ଥିବା ଯୋଗୁଁ ଏହି ବିଷୟର ଶେଷ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ସେଠାରେ
ଆମ ପାରଳା ଗଜପତି ୧୧୧