ପୃଷ୍ଠା:Aama Parala Gajapati.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|428px|page=15]]
ପାରଳା ଗଜପତିଙ୍କ ଜନ୍ମସ୍ଥାନ

ଖେମଣ୍ଡି ରାଜସିଂହାସନର ସର୍ବଶେଷ ରାଜା ହୋଇଥିଲେ ସୁଦ୍ଧା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଥିଲେ ନୂତନ ଓଡ଼ିଶା ପ୍ରଦେଶର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ । ଚିରସ୍ମରଣୀୟ ପାରଳା ଗଜପତି କେବଳ ଜଣେ ବ୍ୟକ୍ତି ନଥିଲେ, ଜଣେ ରାଜା ଜମିଦାର ନଥିଲେ ବାସ୍ତବରେ ଥିଲେ ଗୋଟିଏ ବିରାଟ ଅନୁଷ୍ଠାନ ।

କୃଷ୍ଣଚନ୍ଦ୍ର ପାରଳା ରାଜନଅରରେ ଜନ୍ମଗ୍ରହଣ କରିଥିଲେ ୧୮୯୨ ମସିହା ଏପ୍ରିଲ୍‍ ୨୬ ତାରିଖ ଦିନ । ସେଦିନ ଥିଲା ବୈଶାଖ କୃଷ୍ଣ ଅମାବାସ୍ୟା ତିଥି । ତାହାଙ୍କର ଜନ୍ମ ସହିତ ପାରଳା ରାଜପରିବାରରେ ତିନି ପୁରୁଷର ମିଳନ ହୋଇଥିଲା । ପିତା ଗୌରଚନ୍ଦ୍ର ତଥା ପିତାମହ ପ୍ରତାପରୁଦ୍ରଦେବଙ୍କ ସହିତ ମହାମିଳନର ସେତୁ ତିଆରି କରିଥିଲେ କୃଷ୍ଣଚନ୍ଦ୍ର ।

ବୁଢ଼ାରାଜା ରୂପେ ବେଶ୍‍ ପରିଚିତି ଲାଭ କରିଥିବା ପ୍ରତାପରୁଦ୍ର ଦେବ ବାସ୍ତବରେ ପାରଳାରେ ରହୁଥିଲେ ସୁଦ୍ଧା ସେ ଆଉ ରାଜ୍ୟ, ରାଜଦରବାର ସହିତ ଆସକ୍ତ ନଥିଲେ ଏବଂ ପରିଣାମତଃ 'ଧର୍ମକାର୍ଯ୍ୟ'ରେ ହିଁ ପ୍ରବୃତ୍ତ ରହିଥିଲେ । ସନ୍ନ୍ୟାସ ଜୀବନଯାପନ କରୁଥିଲେ କହିଲେ ଚଳେ । ଧର୍ମାଲୋଚନା ଭଳି କାର୍ଯ୍ୟକ୍ରମରେ ପ୍ରାୟ ସମୟ ଅତିବାହିତ ହେଉଥିଲା । ତେଣୁ ଆପାତତଃ ରାଜ୍ୟର ଶାସନଭାର ପରିଚାଳନା କରୁଥିଲେ ଗୌରଚନ୍ଦ୍ରଦେବ ।

ମାତା ବିଷ୍ଣୁପ୍ରିୟାଦେବୀ ଓ ପିତା ଗୌର ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାରଳା ରାଜବାଟୀରେ ବାଲ୍ୟଜୀବନ ବିତାଇଥିଲେ କୃଷ୍ଣଚନ୍ଦ୍ର । ପାର୍ଥିବ ଜଗତରେ ଜଣେ ସୁୁପୁରୁଷ ରୂପେ ଆପଣାର ଜୀବନ ନିର୍ବାହ କରିବାପାଇଁ ବାଲ୍ୟବୟସରେ ଯେଭଳି ଉଦ୍ୟମ କରାଯିବା ଆବଶ୍ୟକ, ସେସବୁ ପ୍ରତି ଯଥେଷ୍ଟ ଧ୍ୟାନ ଦେଉଥିଲେ କୃଷ୍ଣଚନ୍ଦ୍ରଙ୍କ ପରିବାର । ପୁଣି ସେ ଜଣେ ରାଜପୁତ୍ର । ତେଣୁ ରୁଚିପୂର୍ଣ୍ଣ, ମାର୍ଜିତ ତଥା ଶିଷ୍ଟ ଜୀବନଯାପନ ପାଇଁ ଉଚିତ ମାନସିକତା ସୃଷ୍ଟି ଲାଗି ଗୌରଚନ୍ଦ୍ର